ଭୁବନେଶ୍ବର ଏମ୍ସରେ ରୋଗୀଙ୍କ ଆତ୍ମହତ୍ୟା : ହସ୍ପିଟାଲ ବେଡ ଉପରେ ଝୁଲି ପଡିଲେ ୭୦ ବର୍ଷୀୟ ବୃଦ୍ଧ

କନକବ୍ୟୁରୋ : ମେଡିକାଲ ବେଡ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ଆତ୍ମହତ୍ୟା । ଭୁବନେଶ୍ବର ଏମ୍ସରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର ।  ମୃତ ରୋଗୀ ଜଣଙ୍କ ହେଉଛନ୍ତି ୭୦ ବର୍ଷୀୟ ଦିଲିପ ସାହୁ  ସେ ଯାଜପୁରର ବାସିନ୍ଦା । ଏମ୍ସରେ ଅର୍ଥୋପେଡିକ୍ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ । ହେଲେ ମେଡିକାଲ ବେଡରେ ଛିଡ଼ା ହୋଇ ପଙ୍ଖାରେ ଗାମୁଛା ସାହାଯ୍ୟରେ ଝୁଲି ପଡିଛନ୍ତି। ତାଙ୍କ ହାତରେ ସାଲାଇନ୍‌ ଛୁଞ୍ଚି ଲାଗିଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରେ କର୍ମଚାରୀ, ନର୍ସ, ସିକ୍ୟୁରିଟି ଗାର୍ଡ ଥାଇ ମଧ୍ୟ ରୋଗୀ ଜଣଙ୍କ କିଭଳି ଆତ୍ମହତ୍ୟା କଲେ ସେନେଇ ପ୍ରଶ୍ନ ଉଠିଛି । 