ଭୁବନେଶ୍ବର ଡିସିପି ଅଫିସ ଆଗରେ ଅଟୋ ଚାଳକଙ୍କୁ ହତ୍ୟା ମାମଲା : ୨ ଦୋଷୀଙ୍କୁ ଆଜୀବନ ସଜା
ଭୁବନେଶ୍ବର : ଅଟୋ ଚାଳକଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ। ଭୁବନେଶ୍ବର ଡିସିପି ଅଫିସ ଆଗରେ ୨୦୨୨ ମସିହାରେ ଅଟୋ ଚାଳକ ସୌମ୍ୟ ରଞ୍ଜନ କୁଣ୍ଡୁ ହତ୍ୟା କରାଯାଇଥିଲା। ଯେଉଁମାମଲାର ଶୁଣାଣି କରି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହାଜର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୩୯ ଡକ୍ୟୁମେଣ୍ଟ ସହ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି […]

ଭୁବନେଶ୍ବର : ଅଟୋ ଚାଳକଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ। ଭୁବନେଶ୍ବର ଡିସିପି ଅଫିସ ଆଗରେ ୨୦୨୨ ମସିହାରେ ଅଟୋ ଚାଳକ ସୌମ୍ୟ ରଞ୍ଜନ କୁଣ୍ଡୁ ହତ୍ୟା କରାଯାଇଥିଲା। ଯେଉଁମାମଲାର ଶୁଣାଣି କରି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହାଜର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୩୯ ଡକ୍ୟୁମେଣ୍ଟ ସହ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ ମନୋଜ ଦାସ ଓ ଅଶୋକ ଦାସଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାପା ଆଗରେ ପୁଅକୁ ୩୩ ଥର ଛୁରା ମାଡ଼ କରି ହତ୍ୟା କରାଯାଇଥିଲା । କେସର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।
ସୂଚନାଯୋଗ୍ୟ ୨୦୨୨ ଅଗଷ୍ଟ ୩୦ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବର ଡିସିପି ଅଫିସ ସାମ୍ନାରେ ସୌମ୍ୟ ରଞ୍ଜନ କୁଣ୍ଡୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏହାପରେ ପୁଲିସର ତଦନ୍ତରୁ ଅଭିଯୁକ୍ତଙ୍କ ଘର ପଥରବନ୍ଧ ଓ ଧୀରିକୁଟି ବୋଲି ଜଣାପଡିବା ପରେ ଚଢ଼ାଉ କରି ଧରିଥିଲା ପୁଲିସ । ୨ ବର୍ଷ ଭିତରେ କେସର ତଦନ୍ତ କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।