ଭୁବନେଶ୍ବର ପାଲଟୁଛି ସାଇବର ଠକଙ୍କ ନୂଆ ରାଜଧାନୀ

ସିମବକ୍ସ ପରେ ଫେକ୍ କଲସେଣ୍ଟର। ରାଜଧାନୀ ଭୁବନେଶ୍ବର ଏୟାରଫିଲ୍ଡ ଥାନାଞ୍ଚଳରୁ ଆଜି ଏକ ଫେକ୍ କଲ ସେଣ୍ଟର ଠାବ ହେବା ପରେ ହଜିଯାଇଛି କମିଶନରେଟ୍ ପୋଲିସର ନିଦ। ସବୁଠୁ ବଡ଼ କଥା ହେଉଛି ସିମବକ୍ସ ପରି ଏହାର ବି ରହିଛି ପଶ୍ଚିମବଙ୍ଗ ଲିଙ୍କ୍।

ଭୁବନେଶ୍ବର ପାଲଟୁଛି ସାଇବର ଠକଙ୍କ ନୂଆ ରାଜଧାନୀ

ଘର ଭିତରେ ବସିଥିଲା ହାଇ ଫ୍ରିକ୍ବେନ୍ସିର ସ୍ପେଶାଲ୍ ମିନି ଟାୱାର । ରୁମ୍ ପାଲଟିଥିଲା ୱାର୍ ରୁମ୍ । ୫ଟି ଲାପଟପ୍, ୧୦ଟି ମୋବାଇଲ ସହ ୫ରୁ ଅଧିକ ଭାଷାରେ କଥା ହୋଇ କରୁଥିଲେ ଫ୍ରଡ୍ । ଏୟାରଫିଲ୍ଡ ଥାନା ସୁନ୍ଦରପଦାର କାଞ୍ଚନ ଟାୱାର । ଫ୍ଲାଟ୍ ନମ୍ବର- A-205। ଏଇଠି ଚାଲିଥିଲା ସାଇବର ଠକଙ୍କ କଲ୍ ସେଣ୍ଟର । ଏଇ ଘରେ ବସି ଦୁନିଆ ଲୋକଙ୍କୁ ଚୂନା ମାରୁଥିଲେ ୬ ଯୁବକ । କେତେବେଳେ ଫେକ୍ କଲ କରି କାହା ଆକାଉଣ୍ଟ ସଫା କରି ଦେଉଥିଲେ ତ ଆଉ କେତେବେଳେ ନ୍ୟୁଡ କଲ କରି ବ୍ଲାକ ମେଲିଂ କରିବା ସହ ମାରି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଝାଡ଼ଖଣ୍ଡର ଯାମତରା ନୁହେଁ ଯେମିତି ଭୁବନେଶ୍ବର ପାଲଟିଲାଣି ସାଇବର ଠକଙ୍କ ନୂଆ ରାଜଧାନୀ । ସାଇବର ଠକଙ୍କ ଏ ନୂଆ ଠିକଣାର ସୁରାକ ପାଇ କମିଶନରେଟ୍ ପୋଲିସର ଅତର୍କିତ ଚଢ଼ାଉ କରିଥିଲା ।