ଭୁବନେଶ୍ବରରେ ଆରମ୍ଭ ହେଲା ସର୍ବ ଭାରତୀୟ ଡିଜିପି ସମ୍ମିଳନୀ, ୩୦ଟି ପ୍ରସଙ୍ଗରେ ହେବ ଆଲୋଚନା
ଭୁବନେଶ୍ବରରେ ଆରମ୍ଭ ହେଲା ସର୍ବ ଭାରତୀୟ ଡିଜିପି ସମ୍ମିଳନୀ । ଲୋକସେବା ଭବନରେ ୩ ଦିନିଆ ସମ୍ମିଳନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ। ବିଭିନ୍ନ ରାଜ୍ୟର ପୋଲିସ ଡିଜିଙ୍କ ସହ ସୁରକ୍ଷା ଏଜେନ୍ସୀର ମୁଖିଆମାନେ ଯୋଗ ଦେଇଛନ୍ତି। ଦେଶର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କାବଦ, ମାଓମୁକାବିଲା ସମେତ ୩୦ଟି ପ୍ରସଙ୍ଗରେ ଆଲୋଚନା ହେବ। ଡିଜିପି ସମ୍ମିଳନୀ ପାଇଁ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ରାଜଧାନୀ […] The post ଭୁବନେଶ୍ବରରେ ଆରମ୍ଭ ହେଲା ସର୍ବ ଭାରତୀୟ ଡିଜିପି ସମ୍ମିଳନୀ, ୩୦ଟି ପ୍ରସଙ୍ଗରେ ହେବ ଆଲୋଚନା appeared first on KNews Odisha.

ଭୁବନେଶ୍ବରରେ ଆରମ୍ଭ ହେଲା ସର୍ବ ଭାରତୀୟ ଡିଜିପି ସମ୍ମିଳନୀ । ଲୋକସେବା ଭବନରେ ୩ ଦିନିଆ ସମ୍ମିଳନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ। ବିଭିନ୍ନ ରାଜ୍ୟର ପୋଲିସ ଡିଜିଙ୍କ ସହ ସୁରକ୍ଷା ଏଜେନ୍ସୀର ମୁଖିଆମାନେ ଯୋଗ ଦେଇଛନ୍ତି। ଦେଶର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କାବଦ, ମାଓମୁକାବିଲା ସମେତ ୩୦ଟି ପ୍ରସଙ୍ଗରେ ଆଲୋଚନା ହେବ। ଡିଜିପି ସମ୍ମିଳନୀ ପାଇଁ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ରାଜଧାନୀ ଭୁବନେଶ୍ବର। ଗୁରୁମନ୍ତ୍ର ଦେଲେ ଏନଏସଏ ଅଜିତ ଡୋଭାଲ । ବିଭିନ୍ନ ରାଜ୍ୟର ଡିଜିପି ଓ ଆଇଜି ଅଧିକାରୀ ସାମିଲ ହୋଇଛନ୍ତି । ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ ମୁକାବିଲା,ନକ୍ସଲ ଦମନ ଓ ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହେବ।
ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଶାହଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ ବହୁ ବିଧାୟକ ଓ ସାଂସଦ ତାଙ୍କୁ ସ୍ବାଗତ କରିଥିଲେ। ଏୟାର ପୋର୍ଟରୁ ଲୋକସେବା ଭବନ ଆସି ଡିଜିପି ସମ୍ମିଳନୀ ଉଦଘାଟନ କରିଥିଲେ ଶାହ। ସମ୍ମିଳନୀରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗ ଦେଇଛନ୍ତି। ସାମିଲ ଅଛନ୍ତି ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ। ବିଭିନ୍ନ ରାଜ୍ୟର ପୋଲିସ ଡିଜି, ଆଇଜି ରାଙ୍କ୍ ର ଅଧିକାରୀ ଉପସ୍ଥିତ ଅଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା ଓ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ୍ ସମ୍ମିଳନୀରେ ଯୋଗ ଦେଇଛନ୍ତି।
ଜାତୀୟ ସୁରକ୍ଷା ପ୍ରତି ଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ ଚ୍ୟାଲେଞ୍ଜ ପ୍ରସଙ୍ଗରେ ଆଲୋଚନାରୁ ଆରମ୍ଭ ହୋଇଛି ସମ୍ମିଳନୀ । ଆତଙ୍କବାଦ ମୁକାବିଲା ଓ ମାଓ ଦମନ ଉପରେ ହେବ ବିସ୍ତୃତ ଆଲୋଚନା । ଉପକୂଳ ସୁରକ୍ଷା, ନିଶା କାରବାର ମୁକାବିଲା, ସାଇବର ଅପରାଧ, ପୋଲିସରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଜେଲ ସଂସ୍କାର, ନୂଆ ଫୌଜଦାରୀ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହେବ। ଡିପ୍ ଫେକ୍ ଭିଡିଓ ଏବଂ ଡିଜିଟାଲ ଆରେଷ୍ଟ ପ୍ରସଙ୍ଗ ସ୍ଥାନ ପାଇବ। ଭାରତର ସୁରକ୍ଷା ପ୍ରତି ଥିବ ଚ୍ୟାଲେଞ୍ଜ ଉପରେ ସମସ୍ତ ଡିଜିପିଙ୍କୁ ଅବଗତ କରିବେ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା । ଏହି ସମ୍ମିଳନୀ ଅବସରରେ ଉତ୍କୃଷ୍ଟ ସେବା ଲାଗି ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ ।
ଡିଜିପି ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରାଜଧାନୀ । ରୋବଷ୍ଟ ସିକ୍ୟୁରିଟି ବ୍ଲାଙ୍କେଟରେ ଭୁବନେଶ୍ବର। ମୁତୟନ ହୋଇଛନ୍ତି ୭୦ ପ୍ଲାଟୁନରୁ ଅଧିକ ଫୋର୍ସ। ରାଜ୍ୟ ପୋଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ନିୟୋଜିତ ହୋଇଛନ୍ତି। ସଜାଗ ଅଛନ୍ତି ଆଣ୍ଟି ଟେରର ଫୋର୍ସ। ରାଜ୍ୟ ଓ କେନ୍ଦ୍ରର ଗୁଇନ୍ଦା ସଂସ୍ଥା ପକ୍ଷରୁ ମଧ୍ୟ ତୀକ୍ଷଣ ନଜର ରଖାଯାଇଛି । ପୋଲିସ ସ୍କାନରରେ ରହିଛି ବିମାନବନ୍ଦର, ଲୋକସେବା ଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସମ୍ବେଦନଶୀଳ ସ୍ଥାନ। ଭୁବନେଶ୍ବରରେ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଟ୍ରାଫିକ କଟକଣା। ଏୟାରପୋର୍ଟରୁ ପିଏମଜି ଓ ରାଜଭବନ ଛକ-ରବୀନ୍ଦ୍ର ମଣ୍ଡପ ଛକ , ୧୨୦ ବାଟାଲିୟନ , ଜୟଦେବ ବିହାର ନାଲକୋ ଛକ ଯାଏଁ କଟକଣା ଜାରି ହୋଇଛି । ୨୦୧୪ରୁ ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଡିଜିପି ସମ୍ମିଳନୀ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଆୟୋଜିତ ହୋଇଛି ।
The post ଭୁବନେଶ୍ବରରେ ଆରମ୍ଭ ହେଲା ସର୍ବ ଭାରତୀୟ ଡିଜିପି ସମ୍ମିଳନୀ, ୩୦ଟି ପ୍ରସଙ୍ଗରେ ହେବ ଆଲୋଚନା appeared first on KNews Odisha.