ଭୁବନେଶ୍ବରରେ ଖୋଲିବ NFSUର ଶାଖା, ପାଠ ପଢ଼ିବେ ଦେଶବିଦେଶର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଫୋରେନ୍‌‌ସିକ ସାଇନ୍ସରେ ଆସିବ ବୈପ୍ଲବିକ ପରିବର୍ତ୍ତନ। ଗୁଜରାଟ ଗାନ୍ଧୀନଗରରେ ଥିବା ନ୍ୟାସନାଲ ଫୋରେନସିକ ସାଇନ୍ସ ୟୁନିଭର୍ସିଟିର ଏକ ଶାଖା ଓଡ଼ିଶା‌ରେ ଖୋଲିବ। ଜାତୀୟସ୍ତରରେ ବିବେଚିତ ହେଉଥିବା ଦେଶବିଦେଶର ଛାତ୍ରଛାତ୍ରୀମାନେ ଏଠାରେ ପାଠ ପଢ଼ିବେ। ଖୁବ୍‌‌ଶୀଘ୍ର ଏହାର ଅସ୍ଥାୟୀ କ୍ୟାମ୍ପସ୍‌ ମଞ୍ଚେଶ୍ୱର ଅଞ୍ଚଳରେ ଖୋଲିବ। ପରେ ସ୍ଥାୟୀ କ୍ୟାମ୍ପସ ଇନ୍‌‌ଫୋସିଟି ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଏଥିଲାଗି ରାଜ୍ୟ ସରକାର ୪୦ ଏକର ଜାଗା ଯୋଗାଇଦେବା ପରେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ୩ରୁ […]

ଭୁବନେଶ୍ବରରେ ଖୋଲିବ NFSUର ଶାଖା, ପାଠ ପଢ଼ିବେ ଦେଶବିଦେଶର ଛାତ୍ରଛାତ୍ରୀ
Odisha to become a forensic excellence center

ଭୁବନେଶ୍ୱର : ଫୋରେନ୍‌‌ସିକ ସାଇନ୍ସରେ ଆସିବ ବୈପ୍ଲବିକ ପରିବର୍ତ୍ତନ। ଗୁଜରାଟ ଗାନ୍ଧୀନଗରରେ ଥିବା ନ୍ୟାସନାଲ ଫୋରେନସିକ ସାଇନ୍ସ ୟୁନିଭର୍ସିଟିର ଏକ ଶାଖା ଓଡ଼ିଶା‌ରେ ଖୋଲିବ। ଜାତୀୟସ୍ତରରେ ବିବେଚିତ ହେଉଥିବା ଦେଶବିଦେଶର ଛାତ୍ରଛାତ୍ରୀମାନେ ଏଠାରେ ପାଠ ପଢ଼ିବେ। ଖୁବ୍‌‌ଶୀଘ୍ର ଏହାର ଅସ୍ଥାୟୀ କ୍ୟାମ୍ପସ୍‌ ମଞ୍ଚେଶ୍ୱର ଅଞ୍ଚଳରେ ଖୋଲିବ। ପରେ ସ୍ଥାୟୀ କ୍ୟାମ୍ପସ ଇନ୍‌‌ଫୋସିଟି ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଏଥିଲାଗି ରାଜ୍ୟ ସରକାର ୪୦ ଏକର ଜାଗା ଯୋଗାଇଦେବା ପରେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ୩ରୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଏହି କ୍ୟାମ୍ପସ୍‌ର ଖୋଲୁଥିବାରୁ ପ୍ରତିବର୍ଷ ଓଡ଼ିଶାର ୨୦ରୁ ୩୦ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ିପାରିବେ। ଏହାଦ୍ବାରା ଫୋରେନ୍‌‌ସିକ ଓ ସାଇବର ତଦନ୍ତ କ୍ଷେତ୍ରରେ ଓଡ଼ିଶା ଉତ୍କର୍ଷ କେନ୍ଦ୍ର ହୋଇପାରିବ ବୋଲି କୁହାଯାଉଛି।

ସେହିପରି ଛୋଟଛୋଟ ପ୍ରମାଣରୁ କିଭଳି ବଡ଼ ଅନୁସନ୍ଧାନ ଖୁବ୍‌‌ କମ୍‌‌ ଦିନରେ ହୋଇପାରିବ, ତାକୁ ଗୁରୁତ୍ୱ ଦିଆଯିବ। ଛାତ୍ରଛାତ୍ରୀମାନଙ୍କୁ ଏହି ସଂକ୍ରାନ୍ତୀୟ ପାଠ୍ୟକ୍ରମ ଯୋଗାଇ ଦିଆଯିବ। ଗାନ୍ଧୀନଗରରେ ପାଠ ପଢ଼ାଉଥିବା ବିଶେଷଜ୍ଞମାନେ ଏଠାକୁ ଆସି ପାଠ ପଢ଼ାଇବେ। ଆଗାମୀ ଦିନରେ ଫୋରେନ୍‌‌ସିକ ଜ୍ଞାନକୌଶଳକୁ ନେଇ ଜାରି ରହିଥିବା ତଦନ୍ତ ପ୍ରକ୍ରିୟା ବା ଫୋରେନ୍‌‌ସିକ ସାଇନ୍ସରେ ଆହୁରି ଉନ୍ନତି ଆସିପାରିବ। ତଦନ୍ତରେ ସହଯୋଗ କରୁଥିବା ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ନିଯୁକ୍ତି ମିଳିପାରିବ।

ବିଭିନ୍ନ ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇବାରେ ଛାତ୍ରଛାତ୍ରୀମାନେ ସହାୟକ ହୋଇପାରିବେ। ଅନୁରୂପ ଭାବେ ନୂଆ ଆଇନରେ ଫୋରେସନିକ୍‌ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଉଛି। ଏଣିକି ସାକ୍ଷ୍ୟ ଗ୍ରହଣ ଅପେକ୍ଷା ଫୋରେନସିକ୍‌ ପ୍ରମାଣ ଯୋଗାଡ଼ ଦିଗରେ ଅଗ୍ରାଧିକାର ଦିଆଯାଉଛି। ଫୋରେନ୍‌‌ସିକ ତଦନ୍ତ ସହ ଭିଡିଓ ରେକର୍ଡିଂକୁ ବଳିଷ୍ଠ ପ୍ରମାଣ ରୂପେ ଗ୍ରହଣ କରାଯାଉଛି। ତେଣୁ ଏହି କେନ୍ଦ୍ର ଖୋଲିବା ପରେ ଆଉ ବିଭିନ୍ନ ପରୀକ୍ଷା ଲାଗି ଗୁଜୁରାଟ ଗାନ୍ଧୀନଗର ସମେତ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ।

ଅନ୍ୟପକ୍ଷରେ, ଏସ୍‌‌ଏଫ୍‌‌ଏସ୍‌‌ଏଲ୍‌‌ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯିବ। ନୂଆନୂଆ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯିବ। ବିଭିନ୍ନ ସମ୍ବେଦନଶୀଳ ମାମଲାଗୁଡ଼ିକ ନମୁନାକୁ ରାଜ୍ୟ ବାହାରକୁ ପଠାନଯାଇ ଏଠାରେ ପରୀକ୍ଷା କରାଯିବ। ରାଜ୍ୟ ବାହାରେ ହେଉଥିବା ପରୀକ୍ଷାଗୁଡ଼ିକ ଏଠାରେ ହୋଇପାରିବ। କମ୍‌‌ ସମୟ ମଧ୍ୟରେ ତ୍ୱରିତ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।