ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ ମହିଳା, ୨୦୨୪ରୁ ସରିଯାଇଛି ଭିସା ଅବଧି
ଭୁବନେଶ୍ବର: ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ। ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ଵରରେ ରହୁଛନ୍ତି ପାକିସ୍ତାନୀ ମହିଳା। ପାକିସ୍ତାନୀ ମହିଳା... The post ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ ମହିଳା, ୨୦୨୪ରୁ ସରିଯାଇଛି ଭିସା ଅବଧି appeared first on .
ଭୁବନେଶ୍ବର: ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ। ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ଵରରେ ରହୁଛନ୍ତି ପାକିସ୍ତାନୀ ମହିଳା। ପାକିସ୍ତାନୀ ମହିଳା ଜଣକ ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ଏଠାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ଜଣାପଡ଼ିଛି।
ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଛି। ଯେଉଁଥି ପାଇଁ ମହିଳା ଜଣକ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏଗଜିଟ୍ ଭିସା ଲାଗି କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ। କିନ୍ତୁ ସେ ଆବେଦନ ପଡି ରହିଥିଲା। ଏବେ ପହଲଗାଁଓ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୋଲିସ ନୋଟିସ କରିଛି।
The post ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ ମହିଳା, ୨୦୨୪ରୁ ସରିଯାଇଛି ଭିସା ଅବଧି appeared first on .