ଭୁବନେଶ୍ବରରେ ସୁନାଗହଣା ଲୁଟିନେଲେ ଦୁବୃର୍ତ୍ତ, ଭାଙ୍ଗିନେଲେ ସିସିଟିଭି
ଭୁବନେଶ୍ବର: ଝିଅ ବାହାଘର ପାଇଁ ରଖିଥିଲେ ସୁନା। ଦୁର୍ବୃତ୍ତ ବୁଲାଇଲେ କଳାକନା। ପାହାଳ ଥାନା ସିଟି ହୋମ ଡୁପ୍ଲେକ୍ସ D-13ରୁ... The post ଭୁବନେଶ୍ବରରେ ସୁନାଗହଣା ଲୁଟିନେଲେ ଦୁବୃର୍ତ୍ତ, ଭାଙ୍ଗିନେଲେ ସିସିଟିଭି appeared first on .
ଭୁବନେଶ୍ବର: ଝିଅ ବାହାଘର ପାଇଁ ରଖିଥିଲେ ସୁନା। ଦୁର୍ବୃତ୍ତ ବୁଲାଇଲେ କଳାକନା। ପାହାଳ ଥାନା ସିଟି ହୋମ ଡୁପ୍ଲେକ୍ସ D-13ରୁ ପୋଛି ନେଲେ ସୁନା, ହୀରା, ରୁପା ଓ ଟଙ୍କା। ମାଲିକଙ୍କ ଅଭିଯୋଗ ଅନୁସାରେ, ୪୦ ଲକ୍ଷ ଟଙ୍କାର ଜିନିଷ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୬ ଜଣିଆ ଲୁଟେରା ଗ୍ୟାଙ୍ଗ ଗଲା ବେଳେ, ସିସିଟିଭି ଭାଙ୍ଗି ନେଇ ଯାଇଛନ୍ତି। ତେବେ ଡିଭିଆରରୁ ଭିଡିଓ ସଂଗ୍ରହ କରି, ତଦନ୍ତ ଆରମ୍ଭ କରିଛି ପାହାଳ ପୋଲିସ। କିଛିଦିନ ହେବ ଲୁଟେରା ମାନେ ପାହାଳ ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
The post ଭୁବନେଶ୍ବରରେ ସୁନାଗହଣା ଲୁଟିନେଲେ ଦୁବୃର୍ତ୍ତ, ଭାଙ୍ଗିନେଲେ ସିସିଟିଭି appeared first on .