ଭୁବନେଶ୍ୱର ଏମ୍ସରେ ରୋଗୀ ଆତ୍ମହତ୍ୟା ଘଟଣା । ତଦନ୍ତ ପାଇଁ ଗଠିତ ହେଲା ଏମ୍ସର ୬ ଜଣିଆ ଟିମ୍ ।
କନକ ବ୍ୟୁରୋ: ଭୁବନେଶ୍ବର ଏମ୍ସରେ ରୋଗୀ ଆତ୍ମହତ୍ୟା କରିବା ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍। ୭୦ ବର୍ଷୀୟ ବୃଦ୍ଧ ରୋଗୀ ଜଣକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ, ତାର କାରଣ ଖୋଜିବ ଏମ୍ସର ୬ଜଣିଆ ଟିମ୍। ତେବେ କର୍ମଚାରୀ ମାନେ ଅବହେଳା କରିନାହାନ୍ତି ବୋଲି ଏମ୍ସ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ରାତି ଗୋଟାଏ ପର୍ଯ୍ୟନ୍ତ ନର୍ସିଂ ଟିମ ତାଙ୍କ କାର୍ଯ୍ୟ ତୁଲାଇଥିଲେ। ଗୋଟାଏ ୧୫ ମିନିଟରେ ରୋଗୀ ଫ୍ୟାନରେ ଝୁଲି ପଡିଥିବା ଦେଖିଥିଲେ ନର୍ସିଂ ଷ୍ଟାଫ। ସେପଟେ ଏମ୍ସରେ ରୋଗୀଙ୍କ ଆତ୍ମହତ୍ୟା ନେଇ ମେଡିକାଲ କର୍ମଚାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ଝିଅ। ମେଡିକାଲ ଷ୍ଟାଫଙ୍କ ଅବହେଳା ପାଇଁ ବାପାଙ୍କ ଜୀବନ ଚାଲି ଯାଇଥିବା କହିଛନ୍ତି ମୃତ ଦୀଲିପ ସାହୁଙ୍କ ଝିଅ।