ଭୁବନେଶ୍ୱର ଛାଡ଼ିଲେ ଖେଳାଳି: ଯିବେ ଅହମଦାବାଦ

ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ସିରିଜ କବ୍‌ଜା କରିଛି। ସୋମବାର ଓଡ଼ିଶା ଗସ୍ତ ଶେଷ କରି ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ବର ଛାଡ଼ି ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି। ଉଭୟ ଦେଶର ଖେଳାଳି ହୋଟେଲରୁ ଏକ ସ୍ବତନ୍ତ୍ର ବସ୍‌ରେ ବାହାରି ବିମାନବନ୍ଦର ଅଭିମୁଖେ ବାହାରିଥିଲେ। ସେଠାରୁ ସ୍ବତନ୍ତ୍ର […] The post ଭୁବନେଶ୍ୱର ଛାଡ଼ିଲେ ଖେଳାଳି: ଯିବେ ଅହମଦାବାଦ appeared first on Dharitri Odia News.

ଭୁବନେଶ୍ୱର ଛାଡ଼ିଲେ ଖେଳାଳି: ଯିବେ ଅହମଦାବାଦ

ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ସିରିଜ କବ୍‌ଜା କରିଛି।

ସୋମବାର ଓଡ଼ିଶା ଗସ୍ତ ଶେଷ କରି ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ବର ଛାଡ଼ି ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି। ଉଭୟ ଦେଶର ଖେଳାଳି ହୋଟେଲରୁ ଏକ ସ୍ବତନ୍ତ୍ର ବସ୍‌ରେ ବାହାରି ବିମାନବନ୍ଦର ଅଭିମୁଖେ ବାହାରିଥିଲେ। ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ଉଭୟ ଦଳର ଖେଳାଳି ଅହମ୍ମଦାବାଦ ଯାଇଛନ୍ତି।

ଚଳିତ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବ। ଖେଳାଳିଙ୍କ ଯିବା ବେଳେ ଟିକିଏ ଝଲକ ପାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଦର୍ଶକଙ୍କ ଭିଡ଼ ଜିମଥିଲା। ଏପରିକି ଖେଳାଳିଙ୍କ ଯିବା ବେଳେ ପୋଳିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।

The post ଭୁବନେଶ୍ୱର ଛାଡ଼ିଲେ ଖେଳାଳି: ଯିବେ ଅହମଦାବାଦ appeared first on Dharitri Odia News.