ଭୁବନେଶ୍ୱର ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା: ନିଜକୁ ସମାଜସେବୀ କହୁଥିବା ଦୁଇ ମହିଳା ହାତାହାତି

କନକ ବ୍ୟୁରୋ: ଭୁବନେଶ୍ବର ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା। ହାତାହାତି, ଚୁଟି ଟଣାଟଣି ଓ ମୁଥ ମରାମରି ହୋଇଛନ୍ତି ଦୁଇ ମହିଳା। ନିଜକୁ ସମାଜସେବୀ ବୋଲି ଦାବି କରୁଥିବା ଦୁଇ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି। ଜଣେ ମହିଳା ଏକ ଓ୍ବେବ ଚ୍ୟାନେଲକୁ ବାଇଟ ଦେଉଥିବା ବେଳେ ହାତାହାତି ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ଉଭୟଙ୍କୁ ବୁଝାସୁଝା କରି ନାକେଦମ୍ ହୋଇଥିଲା। ସୋସିଆଲ ମିଡିଆରେ ଆକ୍ଷେପ ପ୍ରତିଆକ୍ଷେପ ପାଇଁ ମାରପିଟ୍ ହୋଇଥିବା ଜଣାପଡିଛି। ଭରତପୁର ଥାନା ଘଟଣାରେ ଜଣେ ମହିଳା, ପୋଲିସକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଜଣେ ମହିଳା, ମେଜରଙ୍କୁ ସମର୍ଥନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା।