ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ

ଭୁବନେଶ୍ୱର,୧୯ା୮(ସତ୍ୟଜିତ୍‌ ରାଉତ): ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀଙ୍କ ଗୁମର ଖୋଲିବାରେ ଲାଗିଛି। ଭୁବନେଶ୍ୱର ପରେ କଟକରୁ ମଧ୍ୟ ସିମ୍‌ ବକ୍ସ ମିଳିଛି। ଏହି ଘଟଣାରେ ବିଦେଶୀ ଲିଙ୍କ୍‌ ମିଳିଥିବାରୁ କମିଶନରେଟ୍‌ ପୋଲିସ ଗୁରୁତ୍ୱର ସହ ନେଇ ଅଧିକ ତନାଘନା ଚଳାଇଛି। ଗିରଫ ହୋଇ ଜେଲରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଭୁବନେଶ୍ୱର ଏସ୍‌ଡିଜେମ୍‌ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ୫ ଦିନିଆ ରିମାଣ୍ଡ ଅନୁମତି ଦେବା ପରେ ରାଜୁଙ୍କୁ […] The post ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ appeared first on Dharitri Odia News.

ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ

ଭୁବନେଶ୍ୱର,୧୯ା୮(ସତ୍ୟଜିତ୍‌ ରାଉତ): ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀଙ୍କ ଗୁମର ଖୋଲିବାରେ ଲାଗିଛି। ଭୁବନେଶ୍ୱର ପରେ କଟକରୁ ମଧ୍ୟ ସିମ୍‌ ବକ୍ସ ମିଳିଛି। ଏହି ଘଟଣାରେ ବିଦେଶୀ ଲିଙ୍କ୍‌ ମିଳିଥିବାରୁ କମିଶନରେଟ୍‌ ପୋଲିସ ଗୁରୁତ୍ୱର ସହ ନେଇ ଅଧିକ ତନାଘନା ଚଳାଇଛି। ଗିରଫ ହୋଇ ଜେଲରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଭୁବନେଶ୍ୱର ଏସ୍‌ଡିଜେମ୍‌ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ୫ ଦିନିଆ ରିମାଣ୍ଡ ଅନୁମତି ଦେବା ପରେ ରାଜୁଙ୍କୁ ରବିବାର ଝାରପଡା ଜେଲରୁ ନେଇ ପୋଲିସ ଟିମ୍‌ ମାରାଥନ ଜେରା ଆରମ୍ଭ କରିଛି। ପ୍ରଥମ ଦିନରେ ରାଜୁଙ୍କଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଭୁବନେଶ୍ୱର ଭଳି କଟକରେ ମଧ୍ୟ ରାଜୁ ଘର ଭଡ଼ା ନେଇ ସିମ୍‌ ବକ୍ସ ଚଳାଇଥିବା କହିବା ପରେ ତୁରନ୍ତ ସେଠାରେ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ସ୍ପେଶାଲ ସ୍କ୍ବାଡ୍‌, ଲକ୍ଷ୍ମୀସାଗର ଓ ମଧୁପାଟଣା ଥାନା ପୋଲିସ ଏବଂ ସାଇବର ଏକ୍ସପର୍ଟଙ୍କୁ ନେଇ ଏକ ମିଳିତ ଟିମ୍‌ ଅପରାହ୍ନରେ ରାଜୁଙ୍କୁ ଧରି ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀ ନଗରସ୍ଥିତ ବୃନ୍ଦାବନ ଭବନରେ ଭଡ଼ା ଘରେ ଯାଞ୍ଚ କରିଥିଲା। ଉକ୍ତ ଘରେ ଥିବା ର଼୍ୟାକ୍‌ରୁ ୫ଟି ସିମ୍‌ ବକ୍ସ ସମେତ ବିଭିନ୍ନ ଟେଲିକମ୍‌ କମ୍ପାନୀର ୫୪୬ ସିମ୍‌ କାର୍ଡ ଜବତ କରାଯାଇଛି। ଏଥିସହ ସେଠାରୁ ୪୦ଟି ସିମ୍‌ କାରିୟର୍ସ, ଗୋଟିଏ ରାଉଟର, ୨ଟି ଏୟାରଟେଲ ବ୍ରଡ୍‌ବ୍ୟାଣ୍ଡ୍‌ ମଧ୍ୟ ମିଳିଛି। ଜବତ ସିମ୍‌ରୁ ୨୩୬ଟି ସିମ୍‌ ଆକ୍ଟିଭ୍‌ ଥିଲା ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ପୋଲିସ କହିଛି, ରାଜୁ ଉକ୍ତ ଘରକୁ ୮ ହଜାର ଟଙ୍କାରେ ୨୦୨୩ ଡିସେମ୍ବରରୁ ଭଡ଼ାରେ ନେଇଥିଲେ। କପଡା ବ୍ୟବସାୟ କରିବେ ବୋଲି ମାଲିକଙ୍କୁ କହିଥିଲେ। ଫୋନ୍‌ପେ ଜରିଆରେ ଘର ଭଡ଼ା ଦେଉଥିଲେ। ତେବେ ଏହି ର଼୍ୟାକେଟ ଚଳାଇଥିବା ମାଷ୍ଟରମାଇଣ୍ଡ୍‌ ବାଂଲାଦେଶର ଆଶାଦ୍ଦୁର ଜମାନ୍‌ ଗତବର୍ଷ ଡିସେମ୍ବରରେ କଟକ ଆସିଥିଲେ। ସେ ଉକ୍ତ ଘରେ ସିମ୍‌ ବକ୍ସ ସେଟ୍‌ଅପ୍‌ କରିବା ସହ ରାଜୁଙ୍କୁ ଏହାର ମେଣ୍ଟେନାନ୍ସ ଦାୟିତ୍ୱରେ ରଖିଥିଲେ। ଆଶାଦ୍ଦୁର ଗତବର୍ଷ ଅକ୍ଟୋବରରେ ଭାରତରୁ ଭିସା ନେଇଥିବା ବେଳେ ଏହାର ବୈଧତା ଆଗାମୀ ଅକ୍ଟୋବର ୨୪ ତାରିଖ ଯାଏ ରହିଛି। ଭିସା ପାଇବା ପରେ ଅକ୍ଟୋବର ୨୧ରେ ଆଶାଦ୍ଦୁର ଅଗରତାଲା ଦେଇ ଭାରତ ଆସିବା ସହ ଭୁବନେଶ୍ୱର, କଟକରେ ଏଭଳି ସିମ୍‌ ବକ୍ସ ସେଟ୍‌ କରି ଡିସେମ୍ବର ୨୪ରେ ହରିଦାସପୁର-ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଫେରିଯାଇଥିଲେ। ମାଷ୍ଟରମାଇଣ୍ଡ ଆଶାଦ୍ଦୁରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଜେଣ୍ଟ ରାଜୁ ପଶ୍ଚିମବଙ୍ଗ ଉତ୍ତର୨୪ ପ୍ରାଗଣାରୁ ସପ୍ତାହରେ ଥରେ ଓଡ଼ିଶା ଆସି ସିମ୍‌ବକ୍ସର ତଦାରଖ କରୁଥିଲେ। ସିମବକ୍ସରେ ଇଣ୍ଟରନେଟ୍‌ ସଂଯୋଗ, ବିଦ୍ୟୁତ ସଂଯୋଗ ଆଦି ଦେଖି ସେ ପୁଣି ଚାଲିଯାଉଥିଲେ। ତେବେ ସିମ୍‌ ବକ୍ସ ଯାଞ୍ଚ ବେଳେ ଭିନ୍ନ ଭିନ୍ନ ଡିଭାଇସ୍‌ରେ ପାକିସ୍ତାନ, ଆଫ୍‌ଗାନିସ୍ତାନ, ମିଆଁମାର ଭଳି ଦେଶର ଆଇଏସ୍‌ଡି କୋଡ୍‌ ଷ୍ଟିକରିଂ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଉକ୍ତ ଦେଶରୁ ଆତଙ୍କୀ ଲିଙ୍କ୍‌ରେ କଲ୍‌ ଆସୁଥିଲା ବୋଲି ପୋଲିସ ସନ୍ଦେହ କରୁଛି। ରିମାଣ୍ଡ ସମୟରେ ରାଜୁଙ୍କଠାରୁ ଏପରି ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ଯୋଜନା କରିଛି।
ବାଂଲାଦେଶରୁ ହାୱାଲା ଜରିଆରେ ଆସୁଥିଲା ନଗଦ ଟଙ୍କା
ସିମ୍‌ବକ୍ସ କାରବାରରେ ଆଉ ଏକ ବଡ଼ ରହସ୍ୟ ପଦାକୁ ଆସିଛି। ମାଷ୍ଟରମାଇଣ୍ଡ୍‌ ଆଶାଦୁର୍‌ ବାଂଲାଦେଶରୁ ହାୱାଲା ଜରିଆରେ ଭାରତକୁ ନଗଦ ଟଙ୍କା ପଠାଉଥିଲେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ବାଂଲାଦେଶ ସୀମାରେ କିଛି ଦୋକାନୀ ଏହି ହାୱାଲା କାରବାର କରୁଛନ୍ତି। ଉକ୍ତ ଟଙ୍କା ମାଷ୍ଟରମାଇଣ୍ଡଠାରୁ ହାୱାଲା ଜରିଆରେ ଆସିବା ପରେ ରାଜୁ ତାହାକୁ ନେଇ ଚଳୁଥିଲେ। ତେଣୁ ପଞ୍ଚିମବଙ୍ଗ ପୋଲିସ ସହାୟତା ନେଇ ଏହି କାରବାରର ଖୁଲାସା କରାଯିବା ସହ ଆବଶ୍ୟକ ପଡ଼ିଲେ ଏନ୍‌ଆଇଏ ଓ ଇଣ୍ଟରପୋଲ୍‌ର ସହାୟିତା ନିଆଯିବ ବୋଲି ସିଂ କହିଛନ୍ତି। ତେବେ ଆଶାଦୁର୍‌ କେବଳ ଓଡ଼ିଶାରେ ନା ଭାରତର ଆଉ କେଉଁ ରାଜ୍ୟରେ ଏଭଳି ଏଜେଣ୍ଟ ରଖି ସିମ୍‌ ବକ୍ସ ର଼୍ୟାକେଟ ଚଳାଇଥିଲେ ତାହାର ମଧ୍ୟ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି।

The post ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ appeared first on Dharitri Odia News.