ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ) ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର୍‌ ଆସୋସିଏଶନ ସଭାପତି ପଦ ପାଇଁ ୩ଜଣ ପ୍ରତିଦ୍ୱନ୍ଦିତା କରୁଥିବାବେଳେ, ଦୁଇଜଣଙ୍କୁ ପଛରେ ପକାଇ ଅଶୋକ କୁମାର ପାତ୍ର ବାଜିମାତ୍‌ କରିଛନ୍ତି। ଉପସଭାପତି ଭାବେ କବିନ୍ଦ୍ର କୁମାର ବାରିକ ନିର୍ବାଚିତ ହୋଇଛନ୍ତି। ସେହିପରି ସମ୍ପାଦକ ଭାବେ ସତ୍ୟ ରଞ୍ଜନ ସେନାପତି, ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ମହାନ୍ତି, ସହ ସମ୍ପାଦକ ରଶ୍ମି ଭୂଷଣ ମୁଖୀ, କୋଷାଧ୍ୟକ୍ଷ ଦୀପ୍ତି ପ୍ରକାଶ […] The post ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି appeared first on Dharitri Odia News.

ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ) ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର୍‌ ଆସୋସିଏଶନ ସଭାପତି ପଦ ପାଇଁ ୩ଜଣ ପ୍ରତିଦ୍ୱନ୍ଦିତା କରୁଥିବାବେଳେ, ଦୁଇଜଣଙ୍କୁ ପଛରେ ପକାଇ ଅଶୋକ କୁମାର ପାତ୍ର ବାଜିମାତ୍‌ କରିଛନ୍ତି। ଉପସଭାପତି ଭାବେ କବିନ୍ଦ୍ର କୁମାର ବାରିକ ନିର୍ବାଚିତ ହୋଇଛନ୍ତି।

ସେହିପରି ସମ୍ପାଦକ ଭାବେ ସତ୍ୟ ରଞ୍ଜନ ସେନାପତି, ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ମହାନ୍ତି, ସହ ସମ୍ପାଦକ ରଶ୍ମି ଭୂଷଣ ମୁଖୀ, କୋଷାଧ୍ୟକ୍ଷ ଦୀପ୍ତି ପ୍ରକାଶ ନନ୍ଦ ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ୧୦ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ, ସେମାନଙ୍କ ମଧ୍ୟରୁ ୮ଜଣ ବାଜିମାତ୍‌ କରିଛନ୍ତି।

ସକାଳ ୭ଟା ୩୦ରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଏନେଇ ଭୁବନେଶ୍ୱର ବାର୍‌ ଆସୋସିଏଶନଠାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଆସୋସିଏଶନର ସଦସ୍ୟମାନେ ଧାଡ଼ିରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ସନ୍ଧ୍ୟା ୬ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଅନ୍ୟପକ୍ଷେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିଲା।

The post ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି appeared first on Dharitri Odia News.