ଭୁବନେଶ୍ୱର ବିମାନବନ୍ଦରରେ ହେବ ନୂଆ ଟର୍ମିନାଲ
ଭୁବନେଶ୍ୱର,୪ା୧୦: ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ରିଭ୍ୟୁ ପରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ୨ ବର୍ଷରେ ଏହି ନିର୍ମାଣ ଯୋଜନା ରହିଛି। ଖୁବଶୀଘ୍ର ରନ୍ଓ୍ବେ କ୍ୟାଟ୍ ଟୁ ଲାଇଟ୍ ନିର୍ମାଣ ହେବ। ସେ କହିଛନ୍ତି, ଏବେ ଦେଶର ୨୦ଟି ସହର ସହ ବିଦେଶର […] The post ଭୁବନେଶ୍ୱର ବିମାନବନ୍ଦରରେ ହେବ ନୂଆ ଟର୍ମିନାଲ appeared first on Dharitri Odia News.
ଭୁବନେଶ୍ୱର,୪ା୧୦: ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ରିଭ୍ୟୁ ପରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ୨ ବର୍ଷରେ ଏହି ନିର୍ମାଣ ଯୋଜନା ରହିଛି। ଖୁବଶୀଘ୍ର ରନ୍ଓ୍ବେ କ୍ୟାଟ୍ ଟୁ ଲାଇଟ୍ ନିର୍ମାଣ ହେବ।
ସେ କହିଛନ୍ତି, ଏବେ ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ୱର ଏୟାରପୋର୍ଟ ସଂଯୋଗ କରୁଛି । ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ବ୍ୟାପକ ହେବ। ଭୁବନେଶ୍ୱରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ କ୍ଷମତା ରହିଛି ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ ଲକ୍ଷ କରାଯିବ । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
The post ଭୁବନେଶ୍ୱର ବିମାନବନ୍ଦରରେ ହେବ ନୂଆ ଟର୍ମିନାଲ appeared first on Dharitri Odia News.