ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ୍‌ରେ ଗଡ଼ିବ ମେଟ୍ରୋ ଟ୍ରେନ୍‌

ଭୁବନେଶ୍ୱର,୨୬ା୫(ବନ୍ଦନା ସେଠୀ): କୋଲକାତା ଭଳି ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍‌ ଅଣ୍ଡରଗ୍ରାଉଣ୍ଡ୍‌ରେ ଚଳାଚଳ କରିବ। ପୂର୍ବରୁ ବ୍ରିଜ୍‌ ଉପରେ ମେଟ୍ରୋ ଟ୍ରେନ ଚାଲିବ ବୋଲି ସୂଚନା ଦିଆଯାଇଥିଲା ଓ ସେହି ଅନୁସାରେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଏବେ ରାଜ୍ୟ ସରକାର ଉକ୍ତ ନିଷ୍ପତ୍ତିରେ ପରିବର୍ତ୍ତନ କରି ମାଟି ତଳେ ମେଟ୍ରୋ ସେବା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ପ୍ରାୟତଃ ପ୍ରସ୍ତୁତି ସମ୍ପର୍କିତ ଆଲୋଚନା ହୋଇସାରିଛି। ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଅପ୍‌ଡେଟ୍‌ […] The post ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ୍‌ରେ ଗଡ଼ିବ ମେଟ୍ରୋ ଟ୍ରେନ୍‌ appeared first on Dharitri Odia News.

ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ୍‌ରେ ଗଡ଼ିବ ମେଟ୍ରୋ ଟ୍ରେନ୍‌

ଭୁବନେଶ୍ୱର,୨୬ା୫(ବନ୍ଦନା ସେଠୀ): କୋଲକାତା ଭଳି ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍‌ ଅଣ୍ଡରଗ୍ରାଉଣ୍ଡ୍‌ରେ ଚଳାଚଳ କରିବ। ପୂର୍ବରୁ ବ୍ରିଜ୍‌ ଉପରେ ମେଟ୍ରୋ ଟ୍ରେନ ଚାଲିବ ବୋଲି ସୂଚନା ଦିଆଯାଇଥିଲା ଓ ସେହି ଅନୁସାରେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଏବେ ରାଜ୍ୟ ସରକାର ଉକ୍ତ ନିଷ୍ପତ୍ତିରେ ପରିବର୍ତ୍ତନ କରି ମାଟି ତଳେ ମେଟ୍ରୋ ସେବା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ପ୍ରାୟତଃ ପ୍ରସ୍ତୁତି ସମ୍ପର୍କିତ ଆଲୋଚନା ହୋଇସାରିଛି। ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଅପ୍‌ଡେଟ୍‌ ଦେଇ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସେହି ଅନୁପାତରେ ଜନଗହଳି ସହିତ ଗାଡ଼ିମୋଟର ମଧ୍ୟ ବୃଦ୍ଧି ପାଉଛି। ଭୁବନେଶ୍ବରରେ ଯେଉଁଭଳି ଭାବେ ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପ୍ଲାନ୍‌ କରିଛନ୍ତି। ସେଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଅଣ୍ଡରଗ୍ରାଉଣ୍ଡ୍‌ କରାଯିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପାଇଁ ପୂର୍ବ ସରକାରରେ ମୂଳଦୁଆ ପଡିଥିଲା। ୨୦୨୪ ଜାନୁଆରୀ ପହିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିଶୂଳିଆ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ପାଇଁ ମୋଟ ୬୨୫୫କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ। ପରବର୍ତ୍ତୀ ପର୍ଯ୍ୟାୟରେ ତ୍ରିଶୂଳିଆ ଦେଇ କଟକ ଖାନ୍‌ନଗରସ୍ଥିତ ନେତାଜୀ ବସ୍‌ ଟର୍ମିନାଲ ଓ ଏସ୍‌ସିବି ବଡ଼ ମେଡିକାଲ ପର୍ଯ୍ୟନ୍ତ ଚଳାଚଳ କରିବ। ଏପରିକି ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍‌ ସମ୍ପ୍ରସାରଣ ଲାଗି ମଧ୍ୟ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୨୨ଟି ଷ୍ଟେଶନ କାର୍ଯ୍ୟକ୍ଷମ ହେବ। ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସ୍ପିଟାଲ, ପଟିଆ ଆଦି ପ୍ରମୁଖ ସ୍ଥାନ ସହ ଅନ୍ୟ ସ୍ଥାନରେ ଷ୍ଟେଶନ ରହିବ। ତେବେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାମ ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

The post ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ୍‌ରେ ଗଡ଼ିବ ମେଟ୍ରୋ ଟ୍ରେନ୍‌ appeared first on Dharitri Odia News.