ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୬।୫: କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ ଭାବେ ହେଲିକପ୍ଟର ଅବତରଣ କରିଛି। ପାଗ ବଦଳିବା ପରେ ହେଲିକପ୍ଟର ଝାରସୁଗୁଡ଼ାରୁ ବାହାରିବ ବୋଲି ସୂଚନା ରହିଛି। ଆଜି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲା ଖଡ଼ିଆଳ ଯାଇଥିଲେ। ମୁଖ୍ୟମନ୍ତ୍ରୀ ସଭାସାରଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଅପରାହ୍ନ ପ୍ରାୟ ୩ଟାରୁ ସାଢେ ୩ଟା ଭୁବନେଶ୍ୱର ବିଜୁ ପଟ୍ଟନାୟକ […] The post ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର appeared first on Dharitri Odia News.

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୬।୫: କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ ଭାବେ ହେଲିକପ୍ଟର ଅବତରଣ କରିଛି। ପାଗ ବଦଳିବା ପରେ ହେଲିକପ୍ଟର ଝାରସୁଗୁଡ଼ାରୁ ବାହାରିବ ବୋଲି ସୂଚନା ରହିଛି।

ଆଜି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲା ଖଡ଼ିଆଳ ଯାଇଥିଲେ। ମୁଖ୍ୟମନ୍ତ୍ରୀ ସଭାସାରଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଅପରାହ୍ନ ପ୍ରାୟ ୩ଟାରୁ ସାଢେ ୩ଟା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟର ଆକାଶ ମାର୍ଗରେ ପହଞ୍ଚିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଠିକ୍‌ ସେହି ସମୟରେ କାଳବୈଶାଖୀ ପବନ ହୋଇଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇ ପାରିନଥିଲା। ଚକ୍କର କାଟିଥିଲା।

The post ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର appeared first on Dharitri Odia News.