ଭୁବନେଶ୍ୱରରେ ଓଡ଼ିଆ ପୁଅ ଅମିତ ରୋହିଦାସ, ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା
ଭୁବନେଶ୍ୱର ୧୬/୦୮: ଭୁବନେଶ୍ଵରରେ ଅମିତ୍ ରୋହିଦାସ୍ । ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା । ବାଦ୍ୟର ତାଳେ ତାଳେ ପୁଷ୍ପମାଲ୍ୟ ସହ ଆଦିବାସୀ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଶତାଧିକ ପ୍ରଶଂସକ ଓ ହକି ପ୍ରେମୀ ମାନେ ମଧ୍ୟ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ବହୁ ସଂଖ୍ୟାରେ ସ୍ବାଗତ ପାଇଁ ଆସିଥିବା ଦେଖି ଖୁସି ଲାଗିଲା ବୋଲି କହିଛନ୍ତି ଅମିତ୍ । ଆଜି ଓଡିଶା ସରକାର ଓ ସ୍ପୋର୍ଟସ ବିଭାଗ ଆସିଛନ୍ତି । ବ୍ୟକ୍ ବ୍ୟାକ୍ ବ୍ରୋଞ୍ଚ ମେଡାଲ ଜିତିଛୁ । ଦେଶ ପାଇଁ ଏବଂ ରାଜ୍ୟ ପାଇଁ ବହୁତ୍ ଖୁସିର କଥା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ୍ । ୨୦୨୬ ଯାଏଁ ହକିକୁ ସ୍ପୋନସର ଭାବେ ଘୋଷଣା କରି ଥିବାରୁ । ଗତକାଲି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରିକୁ ଦିଲ୍ଲୀ ଲାଲକିଲ୍ଲାରେ ଭେଟିଛି । ୪ କୋଟି ଟଙ୍କା ରାଜ୍ୟ ସରକାର ଦେବା ପାଇଁ ଘୋଷଣା କରିଥିବାରୁ ଧନ୍ୟବାଦ । ୟଙ୍ଗ ଜେନେରେସନ ପାଇଁ ଏହା ଉତ୍ସାହିତ କରିବ । ରାଜ୍ୟରେ ବଡ ବଡ ଷ୍ଟାଡିୟମ୍ ଅଛି ଯାହା ସମସ୍ତ ଖେଳାଳିଙ୍କୁ ବେଶ୍ ସହାୟକ ହୋଇ ପାରିଛି । ଅମିତ ରୋହିଦାସ ଏକମାତ୍ର ଓଡ଼ିଆ, ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂର୍ବରୁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସଫଳତାରେ ପ୍ରମୁଖ ଭୂମିକା ବହନ କରିଥିଲେ ଅମିତ। ତେବେ ଗ୍ରେଟ ବ୍ରିଟେନ୍ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ
ଭୁବନେଶ୍ୱର ୧୬/୦୮: ଭୁବନେଶ୍ଵରରେ ଅମିତ୍ ରୋହିଦାସ୍ । ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା । ବାଦ୍ୟର ତାଳେ ତାଳେ ପୁଷ୍ପମାଲ୍ୟ ସହ ଆଦିବାସୀ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଶତାଧିକ ପ୍ରଶଂସକ ଓ ହକି ପ୍ରେମୀ ମାନେ ମଧ୍ୟ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ବହୁ ସଂଖ୍ୟାରେ ସ୍ବାଗତ ପାଇଁ ଆସିଥିବା ଦେଖି ଖୁସି ଲାଗିଲା ବୋଲି କହିଛନ୍ତି ଅମିତ୍ ।
ଆଜି ଓଡିଶା ସରକାର ଓ ସ୍ପୋର୍ଟସ ବିଭାଗ ଆସିଛନ୍ତି । ବ୍ୟକ୍ ବ୍ୟାକ୍ ବ୍ରୋଞ୍ଚ ମେଡାଲ ଜିତିଛୁ । ଦେଶ ପାଇଁ ଏବଂ ରାଜ୍ୟ ପାଇଁ ବହୁତ୍ ଖୁସିର କଥା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ୍ । ୨୦୨୬ ଯାଏଁ ହକିକୁ ସ୍ପୋନସର ଭାବେ ଘୋଷଣା କରି ଥିବାରୁ । ଗତକାଲି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରିକୁ ଦିଲ୍ଲୀ ଲାଲକିଲ୍ଲାରେ ଭେଟିଛି ।
୪ କୋଟି ଟଙ୍କା ରାଜ୍ୟ ସରକାର ଦେବା ପାଇଁ ଘୋଷଣା କରିଥିବାରୁ ଧନ୍ୟବାଦ । ୟଙ୍ଗ ଜେନେରେସନ ପାଇଁ ଏହା ଉତ୍ସାହିତ କରିବ । ରାଜ୍ୟରେ ବଡ ବଡ ଷ୍ଟାଡିୟମ୍ ଅଛି ଯାହା ସମସ୍ତ ଖେଳାଳିଙ୍କୁ ବେଶ୍ ସହାୟକ ହୋଇ ପାରିଛି । ଅମିତ ରୋହିଦାସ ଏକମାତ୍ର ଓଡ଼ିଆ, ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂର୍ବରୁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ।
ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସଫଳତାରେ ପ୍ରମୁଖ ଭୂମିକା ବହନ କରିଥିଲେ ଅମିତ। ତେବେ ଗ୍ରେଟ ବ୍ରିଟେନ୍ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ରେଡ୍ କାର୍ଡ ପାଇ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଥିଲେ। ଯେଉଁଥିପାଇଁ ସେମିଫାଇନାଲରେ ଖେଳିପାରିନଥିଲେ ଓଡ଼ିଆ ପୁଅ। ଅମିତଙ୍କ ଅନୁପସ୍ଥିତିରେ ଭାରତ ଜର୍ମାନୀ ନିକଟରୁ ହାରି କ୍ରମାଗତ ଫାଇନାଲରୁ ବଞ୍ଚିତ ହୋଇଥିଲେ। ହେଲେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ, ସ୍ପେନକୁ ହରାଇ କ୍ରମାଗତ ପଦକ ଜିତିଥିଲା।
ଏହି ସଫଳତା ପରେ ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ରାଜ୍ୟ ସରକାର।