ଭୁବନେଶ୍ୱରରେ ଖୋଲିଲା ପୂର୍ବ ଭାରତର ପ୍ରଥମ ହାଇଫାସିଲିଟି ଜିମ୍

ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ  ମିଷ୍ଟର ୱାର୍ଲ୍ଡ  ଓ ମିଷ୍ଟର ଇଣ୍ଡିଆର ବିଜେତା  ନରେନ୍ଦ୍ର ଯାଦବ l

ଭୁବନେଶ୍ୱରରେ ଖୋଲିଲା ପୂର୍ବ ଭାରତର ପ୍ରଥମ ହାଇଫାସିଲିଟି ଜିମ୍

ଭୁବନେଶ୍ୱରସ୍ଥିତ ଝାରପଡ଼ାର ପଣ୍ଡା ବିଲଡିଂର ୪ର୍ଥ ମହଲାରେ ଲିଜେଣ୍ଡ ମସଲ ଫ୍ୟାକ୍ଟ୍ରି ପ୍ରିମିୟମ ଜିମର ଶୁଭ ଉଦଘାଟନ ହୋଇଛି। ଏଠାରେ ସମସ୍ତ ଉନ୍ନତମାନର ବ୍ୟାୟମ ଯନ୍ତ୍ରପାତି ରହିଛି। ୨୦,୦୦୦ ସ୍କୋୟାର ଫୁଟ ପରିମିତ ଅଞ୍ଚଳରେ ନିର୍ମିତ ଏହି ଜିମ୍ ପୂର୍ବ ଭାରତର ପ୍ରଥମ ହାଇଫାସିଲିଟି ଜିମ୍ ଅଟେ।

ଏହି ଜିମ୍ ର ଶୁଭ ଉଦଘାଟନରେ ମୁଖ୍ୟ ତଥା ସମ୍ମାନିତ ଅତିଥି ରୂପେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ,  ବିଜେପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜଗନ୍ନାଥ ପ୍ରଧାନ, ପ୍ରତିଷ୍ଠାନ ମାଲିକ ଓ ଯୋଗାଣ ମାଲିକ ବିଷ୍ଣୁ ପ୍ରସାଦ ପଣ୍ଡା,ବିକ୍ରନ୍ତ ଭୋରା ଓ ଜିମ୍ ମାଲିକ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l

ତେବେ ଏହି ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ  ମିଷ୍ଟର ୱାର୍ଲ୍ଡ  ଓ ମିଷ୍ଟର ଇଣ୍ଡିଆର ବିଜେତା  ନରେନ୍ଦ୍ର ଯାଦବ l

ଏହି ଅତ୍ୟାଧୁନିକ ଜିମରେ ଅନେକ ପ୍ରକାର ସେବା ତଥା ମୁଡ୍ ବାଥ୍, କିଡ୍ ଜିମ୍, ସ୍ଵତନ୍ତ୍ର ଅମ୍ଳଜାନ କକ୍ଷ, ଏମ୍ଏମ୍ଏ ଟ୍ରେନିଂ ସେଣ୍ଟର ,ଷ୍ଟିମବାଥ୍, ସ୍ପିନ ଷ୍ଟୁଡିଓ ଓ ସ୍ପା ପରି ବିଭିନ୍ନ ପ୍ରକାର ସେବା ରହିଛି। ଏଣିକି ରାଜଧାନୀବାସୀ ଏହାର ସୁବିଧା ପାଇପାରିବେ।