ଭୁବନେଶ୍ୱରରେ ଜଷ୍ଟିସ୍ ଅରିଜିତ୍ ପଶାୟତ, କହିଲେ ଜୁଲାଇ ୮ରେ ଖୋଲି ନ ପାରେ ରତ୍ନଭଣ୍ଡାର

ଭୁବନେଶ୍ୱର ୦୪/୦୭: ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଉକ୍ତ ଦିନ ରଥ ଯାତ୍ରା ଥିବାରୁ ରତ୍ନ ଭଣ୍ଡାର ଖୋଲାଯିବା ସମ୍ଭାବନା କମ୍‌ । ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ । ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି। ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ । ସେ ଆସନ୍ତାକାଲିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଅବସରପାପ୍ତ ଜଷ୍ଟିସ୍ ଅରିଜିତ୍ ପଶାୟତ କହିଛନ୍ତି, ଆସନ୍ତା ୮ ତାରିଖରେ ରଥ ଯାତ୍ରା ଥିବାରୁ ସେଦିନ ରତ୍ନ ଭଣ୍ଡାର ଖୋଲାଯିବା ଆଶା କ୍ଷୀଣ। ଏ ସମ୍ପର୍କରେ ନିଷ୍ପତ୍ତି ସରକାର ନେବେ। ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ । ସେ ଶୁକ୍ରବାର ପୁରୀରେ ପହଞ୍ଚିବା ପରେ ରତ୍ନଭଣ୍ଡାର ଇନଭେଣ୍ଟୋରି କମିଟିର ବୈଠକରେ ଯୋଗଦେବେ। ରତ୍ନଭଣ୍ଡାର ମରାମତି ଓ ରତ୍ନ ଗଣତି ଉପରେ କଣ ନିଷ୍ପତ୍ତି ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର । ଏଥର ରତ୍ନଭଣ୍ଡାର କେବେ ଖୋଲାଯିବ ? ଗଣତି କେବେ ଆରମ୍ଭ

ଭୁବନେଶ୍ୱରରେ ଜଷ୍ଟିସ୍ ଅରିଜିତ୍ ପଶାୟତ, କହିଲେ ଜୁଲାଇ ୮ରେ ଖୋଲି ନ ପାରେ ରତ୍ନଭଣ୍ଡାର

ଭୁବନେଶ୍ୱର ୦୪/୦୭: ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଉକ୍ତ ଦିନ ରଥ ଯାତ୍ରା ଥିବାରୁ ରତ୍ନ ଭଣ୍ଡାର ଖୋଲାଯିବା ସମ୍ଭାବନା କମ୍‌ । ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ । ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି। 

ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ । ସେ ଆସନ୍ତାକାଲିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଅବସରପାପ୍ତ ଜଷ୍ଟିସ୍ ଅରିଜିତ୍ ପଶାୟତ କହିଛନ୍ତି, ଆସନ୍ତା ୮ ତାରିଖରେ ରଥ ଯାତ୍ରା ଥିବାରୁ ସେଦିନ ରତ୍ନ ଭଣ୍ଡାର ଖୋଲାଯିବା ଆଶା କ୍ଷୀଣ। ଏ ସମ୍ପର୍କରେ ନିଷ୍ପତ୍ତି ସରକାର ନେବେ। 

ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ । ସେ ଶୁକ୍ରବାର ପୁରୀରେ ପହଞ୍ଚିବା ପରେ ରତ୍ନଭଣ୍ଡାର ଇନଭେଣ୍ଟୋରି କମିଟିର ବୈଠକରେ ଯୋଗଦେବେ। ରତ୍ନଭଣ୍ଡାର ମରାମତି ଓ ରତ୍ନ ଗଣତି ଉପରେ କଣ ନିଷ୍ପତ୍ତି ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର । ଏଥର ରତ୍ନଭଣ୍ଡାର କେବେ ଖୋଲାଯିବ ? ଗଣତି କେବେ ଆରମ୍ଭ ହେବ ? ରତ୍ନଭଣ୍ଡାର ମରାମତି କେବେ ହେବ ?

ଏ ସମସ୍ତ ପ୍ରକ୍ରିୟା କେବେ ସରିବ ସେନେଇ ବୈଠକରେ ନିଷ୍ପତ୍ତି ହୋଇପାରେ । ଏହା ପୂର୍ବରୁ ୧୯୭୮ ମସିହାରେ ଅର୍ଥାତ୍ ୪୫ ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ଅର୍ଥାତ ୧୯୭୮ରେ ମେ ୧୩ରୁ ଜୁଲାଇ ୨୩ ଯାଏଁ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେଦନିରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ସମସ୍ତଙ୍କ ନଜର ।