ଭୁବନେଶ୍ୱରରେ ପ୍ରଥମଥର ଖୋଲିଲା ଅସ୍ଥାୟୀ ନାଇଟ୍ ମାର୍କେଟ୍ । ନୂଆ ଅନୁଭୂତିର ମଜା ନେଉଛନ୍ତି ରାଜଧାନୀବାସୀ

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଅସ୍ଥାୟୀ ନାଇଟ୍‌ ମାର୍କେଟ୍‌। ଶୀତ ରାତିରେ ବି ଲୋକଙ୍କ ଭିଡ଼ ଜମୁଛି। ନୂଆ ଅନୁଭୂତି ସହ ରାତି ଗୋଟାଏରେ ମାର୍କେଟିଂର ମଜା ନେଉଛନ୍ତି ରାଜଧାନୀ ବାସୀ। ଦୋକାନରେ କେତେ ଭିଡ଼ ଦେଖନ୍ତୁ। ପ୍ରାୟତଃ କିଛି ରାଜ୍ୟରେ ଥିବା ନାଇଟ ମାର୍କେଟରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ। ପ୍ରବାସୀ ଭାରତୀୟ ସମ୍ମେଳନ ପାଇଁ ୧୨ ତାରିଖ ଯାଏଁ ବୟନିକାର ଏହି ସ୍ୱତନ୍ତ୍ର ଆୟୋଜନ। ଏଥିସସହ ରାତିରେ କିଣିଲେ ସ୍ୱତନ୍ତ୍ର ଅଫର ମଧ୍ୟ ରହିଛି। ପ୍ରତ୍ୟେକ ଶାଢ଼ିରେ ପ୍ରାୟ ୨୦ପ୍ରତିଶତ ରିହାତି, ଶାଢ଼ି ଓ ସାର୍ଟ କିଣିଲେ ଅତିରିକ୍ତ ୧୫ ପ୍ରତିଶତ ରିହାତି, ରାତିରେ କିଣିଲେ ଅତିରିକ୍ତ ୫ ପ୍ରତିଶତ ରିହାତି ମିଳିବ। ରାଜ୍ୟରେ ପ୍ରଥମଥର ପାଇଁ ହୋଇଥିବା ଏପରି ବ୍ୟବସ୍ଥା ପ୍ରବାସୀଙ୍କୁ ସୁହାଇବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।  ପ୍ରବାସୀଙ୍କ ପାଇଁ ହୋଇଥିବା ଏହି ବ୍ୟବସ୍ଥା ସଫଳ ହେବା ପରି ମନେ ହେଉଛି । କେବଳ ସାଧାରଣ ଲୋକ ନୁହନ୍ତି, ବିଜେପିର ମହିଳା ସାଂସଦମାନେ ମଧ୍ୟ ବୟନିକାରୁ କିଣାକିଣି କରିଛନ୍ତି।  ବୟନିକାର ଏହି ବ୍ୟବସ୍ଥା ପରେ, ଆଗକୁ ରାଜ୍ୟରେ ନାଇଟ ମାର୍କେଟ ଖୋଲିବା ନେଇ ସରକାର କଣ ଚିନ୍ତା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଭୁବନେଶ୍ୱରରେ ପ୍ରଥମଥର ଖୋଲିଲା ଅସ୍ଥାୟୀ ନାଇଟ୍ ମାର୍କେଟ୍ । ନୂଆ ଅନୁଭୂତିର ମଜା ନେଉଛନ୍ତି ରାଜଧାନୀବାସୀ

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଅସ୍ଥାୟୀ ନାଇଟ୍‌ ମାର୍କେଟ୍‌। ଶୀତ ରାତିରେ ବି ଲୋକଙ୍କ ଭିଡ଼ ଜମୁଛି। ନୂଆ ଅନୁଭୂତି ସହ ରାତି ଗୋଟାଏରେ ମାର୍କେଟିଂର ମଜା ନେଉଛନ୍ତି ରାଜଧାନୀ ବାସୀ। ଦୋକାନରେ କେତେ ଭିଡ଼ ଦେଖନ୍ତୁ। ପ୍ରାୟତଃ କିଛି ରାଜ୍ୟରେ ଥିବା ନାଇଟ ମାର୍କେଟରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ। ପ୍ରବାସୀ ଭାରତୀୟ ସମ୍ମେଳନ ପାଇଁ ୧୨ ତାରିଖ ଯାଏଁ ବୟନିକାର ଏହି ସ୍ୱତନ୍ତ୍ର ଆୟୋଜନ। ଏଥିସସହ ରାତିରେ କିଣିଲେ ସ୍ୱତନ୍ତ୍ର ଅଫର ମଧ୍ୟ ରହିଛି। ପ୍ରତ୍ୟେକ ଶାଢ଼ିରେ ପ୍ରାୟ ୨୦ପ୍ରତିଶତ ରିହାତି, ଶାଢ଼ି ଓ ସାର୍ଟ କିଣିଲେ ଅତିରିକ୍ତ ୧୫ ପ୍ରତିଶତ ରିହାତି, ରାତିରେ କିଣିଲେ ଅତିରିକ୍ତ ୫ ପ୍ରତିଶତ ରିହାତି ମିଳିବ। ରାଜ୍ୟରେ ପ୍ରଥମଥର ପାଇଁ ହୋଇଥିବା ଏପରି ବ୍ୟବସ୍ଥା ପ୍ରବାସୀଙ୍କୁ ସୁହାଇବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। 

ପ୍ରବାସୀଙ୍କ ପାଇଁ ହୋଇଥିବା ଏହି ବ୍ୟବସ୍ଥା ସଫଳ ହେବା ପରି ମନେ ହେଉଛି । କେବଳ ସାଧାରଣ ଲୋକ ନୁହନ୍ତି, ବିଜେପିର ମହିଳା ସାଂସଦମାନେ ମଧ୍ୟ ବୟନିକାରୁ କିଣାକିଣି କରିଛନ୍ତି। 

ବୟନିକାର ଏହି ବ୍ୟବସ୍ଥା ପରେ, ଆଗକୁ ରାଜ୍ୟରେ ନାଇଟ ମାର୍କେଟ ଖୋଲିବା ନେଇ ସରକାର କଣ ଚିନ୍ତା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।