ଭୁବନେଶ୍ୱରରେ ବିର୍ଲା ଓପସର ଇଣ୍ଟରାକ୍ଟିଭ ଏକ୍ସପୋ
ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବିର୍ଲା ଗ୍ରୁପର ସହଭାଗୀ କମ୍ପାନୀ ‘ବିର୍ଲା ଓପସ’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଇଣ୍ଟରାକ୍ଟିଭ ଏକ୍ସପୋ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଦେଶର ପ୍ରମୁଖ ବଜାରଗୁଡ଼ିକରେ ଏହି ଏକ୍ସପୋର ସଫଳତା ପରେ କମ୍ପାନୀ ଚଳିତ ମାସ ଓଡ଼ିଶା ବଜାର(ଭୁବନେଶ୍ୱର)ରେ ମଧ୍ୟ ଏହି ଏକ୍ସପୋର ଆୟୋଜନ କରିବାକୁ ଯାଉଛି। ଏପରିକି ୨୦୨୪ ଜୁଲାଇ ୧୬ରେ ଏହି ଏକ୍ସପୋ ଭୁବନେଶ୍ୱରର ପୁରୀ ବାଇପାସରୋଡସ୍ଥିତ ସାଇମନ୍ଦିର ଛକଠାରେ ଆୟୋଜିତ ହେବାକୁ […] The post ଭୁବନେଶ୍ୱରରେ ବିର୍ଲା ଓପସର ଇଣ୍ଟରାକ୍ଟିଭ ଏକ୍ସପୋ appeared first on Dharitri Odia News.
ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବିର୍ଲା ଗ୍ରୁପର ସହଭାଗୀ କମ୍ପାନୀ ‘ବିର୍ଲା ଓପସ’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଇଣ୍ଟରାକ୍ଟିଭ ଏକ୍ସପୋ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଦେଶର ପ୍ରମୁଖ ବଜାରଗୁଡ଼ିକରେ ଏହି ଏକ୍ସପୋର ସଫଳତା ପରେ କମ୍ପାନୀ ଚଳିତ ମାସ ଓଡ଼ିଶା ବଜାର(ଭୁବନେଶ୍ୱର)ରେ ମଧ୍ୟ ଏହି ଏକ୍ସପୋର ଆୟୋଜନ କରିବାକୁ ଯାଉଛି। ଏପରିକି ୨୦୨୪ ଜୁଲାଇ ୧୬ରେ ଏହି ଏକ୍ସପୋ ଭୁବନେଶ୍ୱରର ପୁରୀ ବାଇପାସରୋଡସ୍ଥିତ ସାଇମନ୍ଦିର ଛକଠାରେ ଆୟୋଜିତ ହେବାକୁ ଯାଉଛି।
ଏ ସମ୍ପର୍କରେ ବିର୍ଲା ଓପସ୍ର ସିଇଓ ରକ୍ଷିତ ହାର୍ଗଭେ କହିଛନ୍ତି, ଭୁବନେଶ୍ୱରରେ ଏହି ଏକ୍ସପୋର ଆୟୋଜନ ସମ୍ପର୍କରେ ଘୋଷଣା କରି ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହା ପୂର୍ବରୁ ଆମେ ୧୭୫ ରୁ ଅଧିକ ସ୍ଥାନରେ ଏହିଭଳି ଏକ୍ସପୋ ଆୟୋଜନ କରିସାରିଛୁ। ଏହା ଜରିଆରେ ଆମେ ଭାରତର ପ୍ରତ୍ୟେକ କୋଣରେ ପହଞ୍ଚତ୍ବା ସହିତ ସମ୍ପୃକ୍ତ ସ୍ଥାନ ଓ ଏକ୍ସପୋରେ ଯୋଗ ଦେବା ଏବଂ ବିର୍ଲା ଓପସ୍ ପେଣ୍ଟସ ଉପତ୍ାଦଗୁଡିକର ସମସ୍ତ ଶୃଙ୍ଖଳ ଅନୁଭୂତି ପାଇବା ପାଇଁ ଡିଲର, ପେଣ୍ଟର, କଣ୍ଟ୍ରାକ୍ଟର, ଆର୍କିଟେକ୍ଟ ଓ ଇଣ୍ଟେରିୟର ଡିଜାଇନରଙ୍କ ସମେତ ଟ୍ରେଡ୍ ପାର୍ଟନରମାନଙ୍କୁ ସ୍ବାଗତ କରିବା ପାଇଁ ପ୍ରତିବଦ୍ଧ ରହିଛୁ। ଏହି ଏକ୍ସପୋଗୁଡିକ ଆମକୁ ଆମର ଟ୍ରେଡ୍ ପାର୍ଟନରଙ୍କ ସହିତ ଦୀର୍ଘସ୍ଥାୟୀ ସମ୍ପର୍କ ସ୍ଥାପନ କରିବାରେ ବେଶ୍ ସହାୟକ ହେଉଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀରେ‘ବିର୍ଲା ଓପସ୍’ର ଆନୁଷ୍ଠାନିକ ଶୁଭାରମ୍ଭ ସହ ପେଣ୍ଟ ଶିଳ୍ପରେ ମଧ୍ୟ ପ୍ରବେଶ କରିଥିଲା। ଏପରିକି ବିର୍ଲା ଓପସ୍ ଭାରତର ଅନ୍ୟତମ ପ୍ରମୁଖ ପେଣ୍ଟ ବ୍ରାଣ୍ଡ୍ରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି।
The post ଭୁବନେଶ୍ୱରରେ ବିର୍ଲା ଓପସର ଇଣ୍ଟରାକ୍ଟିଭ ଏକ୍ସପୋ appeared first on Dharitri Odia News.