ଭୁଲ ଅପରେସନ ପାଇଁ ଡ଼ାକ୍ତରଙ୍କୁ ଦଣ୍ଡ; ମାର୍ଚ୍ଚ ୧ ରୁ ୩ ମାସ ଯାଏଁ ଡାକ୍ତରଙ୍କ ପଞ୍ଜୀକରଣ ବାତିଲ
ଭୁବନେଶ୍ୱର : ଭୁଲ ଅପରେସନ ପାଇଁ ଡ଼ାକ୍ତରଙ୍କୁ ଦଣ୍ଡ। ମାର୍ଚ୍ଚ ୧ ରୁ ୩ ମାସ ଯାଏଁ ଡାକ୍ତରଙ୍କ ପଞ୍ଜୀକରଣ... The post ଭୁଲ ଅପରେସନ ପାଇଁ ଡ଼ାକ୍ତରଙ୍କୁ ଦଣ୍ଡ; ମାର୍ଚ୍ଚ ୧ ରୁ ୩ ମାସ ଯାଏଁ ଡାକ୍ତରଙ୍କ ପଞ୍ଜୀକରଣ ବାତିଲ appeared first on .
ଭୁବନେଶ୍ୱର : ଭୁଲ ଅପରେସନ ପାଇଁ ଡ଼ାକ୍ତରଙ୍କୁ ଦଣ୍ଡ। ମାର୍ଚ୍ଚ ୧ ରୁ ୩ ମାସ ଯାଏଁ ଡାକ୍ତରଙ୍କ ପଞ୍ଜୀକରଣ ବାତିଲ କରିଛି ଓଡ଼ିଶା କାଉନସିଲ ଅଫ ମେଡିକାଲ୍ ରେଜିଷ୍ଟ୍ରେସନ। ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଡ଼ାକ୍ତର ମହିଳାଙ୍କର ପ୍ରସବ ଜନିତ ଅସ୍ତ୍ରୋପଚାର କରିବାକୁ ଯାଇ ପେଟରେ ଗଜକନା ଛାଡ଼ି ଦେଇଥିଲେ ।
ଡାକ୍ତରଙ୍କ ଏହି ଭୁଲ ଅପରେସନ ପାଇଁ ୨୦୨୧ରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମହିଳା। ବ୍ୟାଙ୍କରେ କାମ କରୁଥିବା ଆନନ୍ଦ କୁମାର ପ୍ରସୂତି ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପତ୍ନୀଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ସେ ସମୟରେ କାର୍ଯ୍ୟ କରୁଥିବା ଡାକ୍ତର ଏହି ଭୁଲ ଅପରେସନ କରିଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ସଂପୃକ୍ତ ଘରୋଇ ହସପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲା । ହେଲେ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନଥିଲା
The post ଭୁଲ ଅପରେସନ ପାଇଁ ଡ଼ାକ୍ତରଙ୍କୁ ଦଣ୍ଡ; ମାର୍ଚ୍ଚ ୧ ରୁ ୩ ମାସ ଯାଏଁ ଡାକ୍ତରଙ୍କ ପଞ୍ଜୀକରଣ ବାତିଲ appeared first on .