'ଭୁଲ ଭୁଲେୟାଁ-୩'ର ଟିଜର ରିଲିଜ୍, ବିଦ୍ୟା ବାଲନଙ୍କ ମଞ୍ଜୁଳିକା ଗେଟ-ଅପ୍ ଦର୍ଶକଙ୍କ ବଢ଼ାଇ ଉତ୍ସାହ
ମୁମ୍ଵାଇ ୨୯।୦୯: ଦୀପାବଳୀରେ ଧମାଲ କରିବ ବଲିଉଡର ହରର୍ ଫିଲ୍ମ ଭୁଲ ଭୁଲେୟାଁ-୩ । ପୁଣି ଦର୍ଶକଙ୍କୁ ଶୁଣିବେ ମିଳିବ ମଞ୍ଜୁଳିକାଙ୍କ ଚିତ୍କାର । ନିକଟରେ ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ ହୋଇଥିବା ବେଳେ ଭୁଲ ଭୁଲେୟା ୩ ର ଏବେ ଟିଜର୍ ରିଲିଜ ହୋଇଛି । ଯାହାକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି।ଫିଲ୍ମର ୧ ମିନିଟ୍ ୪୬ ସେକେଣ୍ତର ଟିଜର୍ ରିଲିଜ୍ ହୋଇଛି । ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଯେଉଁଥିରେ ପୁଣି ଥରେ ଡ଼ରାଇବେ ବିଦ୍ୟା ବାଳନ। ମଞ୍ଜୁଳିକାର ଚିତ୍କାରରେ କମ୍ପିବ ଥିଏଟର। ତା' ସାଙ୍ଗକୁ ଆକ୍ସନ, କମେଡି ଓ ରୋମାନ୍ସର ଦେଖାଇବେ କାର୍ତ୍ତିକ ଆର୍ଯ୍ୟନ୍। ବିଦ୍ୟା ବାଲନଙ୍କ ମଞ୍ଜୁଳିକାଙ୍କ ଗେଟ-ଅପ୍ ଦର୍ଶକଙ୍କ ମନକୁ ଛୁଇଁଛି । ଚର୍ଚ୍ଚିତ ଅଭିନେତ୍ରୀ ତୃପ୍ତି ଡିମରି ବି ଫିଲ୍ମରେ ଲିଡ୍ରେ ଅଭିନୟ କରିଛନ୍ତି । ଫିଲ୍ମର ଟିଜରରେ ଫେମସ୍ ଗୀତ 'ଆମି ଜେ ତୋମାର' ମଧ୍ୟ ଶୁଣିବାକୁ ମିଳିଛି ।View this post on InstagramA post shared by KARTIK AARYAN (@kartikaaryan)ବର୍ତ୍ତମାନ 'ଭୁଲ ଭୁଲେୟାଁ-୩'ର ଟିଜର ରିଲିଜ୍ କରି ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଛନ୍ତି।'ଭୁଲ ଭୁଲୟାଁ'ର ପ୍ରଥମ ଭାଗରେ ଅଭିନେତ୍ରୀ ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଇଥିବା ବେଳେ ଦ୍ୱିତୀୟ ଭାଗରେ ତାଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଏବେ ତୃତୀୟ ଭାଗରେ ପୁଣି ଥରେ ତାଙ୍କୁ କାଷ୍ଟ କରିଛନ୍ତି ନିର୍ମାତା।
ମୁମ୍ଵାଇ ୨୯।୦୯: ଦୀପାବଳୀରେ ଧମାଲ କରିବ ବଲିଉଡର ହରର୍ ଫିଲ୍ମ ଭୁଲ ଭୁଲେୟାଁ-୩ । ପୁଣି ଦର୍ଶକଙ୍କୁ ଶୁଣିବେ ମିଳିବ ମଞ୍ଜୁଳିକାଙ୍କ ଚିତ୍କାର । ନିକଟରେ ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ ହୋଇଥିବା ବେଳେ ଭୁଲ ଭୁଲେୟା ୩ ର ଏବେ ଟିଜର୍ ରିଲିଜ ହୋଇଛି । ଯାହାକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି।
ଫିଲ୍ମର ୧ ମିନିଟ୍ ୪୬ ସେକେଣ୍ତର ଟିଜର୍ ରିଲିଜ୍ ହୋଇଛି । ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଯେଉଁଥିରେ ପୁଣି ଥରେ ଡ଼ରାଇବେ ବିଦ୍ୟା ବାଳନ। ମଞ୍ଜୁଳିକାର ଚିତ୍କାରରେ କମ୍ପିବ ଥିଏଟର। ତା' ସାଙ୍ଗକୁ ଆକ୍ସନ, କମେଡି ଓ ରୋମାନ୍ସର ଦେଖାଇବେ କାର୍ତ୍ତିକ ଆର୍ଯ୍ୟନ୍। ବିଦ୍ୟା ବାଲନଙ୍କ ମଞ୍ଜୁଳିକାଙ୍କ ଗେଟ-ଅପ୍ ଦର୍ଶକଙ୍କ ମନକୁ ଛୁଇଁଛି । ଚର୍ଚ୍ଚିତ ଅଭିନେତ୍ରୀ ତୃପ୍ତି ଡିମରି ବି ଫିଲ୍ମରେ ଲିଡ୍ରେ ଅଭିନୟ କରିଛନ୍ତି । ଫିଲ୍ମର ଟିଜରରେ ଫେମସ୍ ଗୀତ 'ଆମି ଜେ ତୋମାର' ମଧ୍ୟ ଶୁଣିବାକୁ ମିଳିଛି ।
ବର୍ତ୍ତମାନ 'ଭୁଲ ଭୁଲେୟାଁ-୩'ର ଟିଜର ରିଲିଜ୍ କରି ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଛନ୍ତି।'ଭୁଲ ଭୁଲୟାଁ'ର ପ୍ରଥମ ଭାଗରେ ଅଭିନେତ୍ରୀ ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଇଥିବା ବେଳେ ଦ୍ୱିତୀୟ ଭାଗରେ ତାଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଏବେ ତୃତୀୟ ଭାଗରେ ପୁଣି ଥରେ ତାଙ୍କୁ କାଷ୍ଟ କରିଛନ୍ତି ନିର୍ମାତା। ଏବେ ସୋସିଆଲ ମିଡିଆରେ ଏହାର ଟିଜର ଭାଇରାଲ ହେବାରେ ଲାଗିଛି।