ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି: ଜାଣନ୍ତୁ ରୋଚକ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଭୟ ଏସ ଓକା ଭୁଲ ରାୟ ପାଇଁ କ୍ଷମା ମାଗିଛନ୍ତି ସୁପ୍ରିମକୋର୍ଟ ବିଚାରପତି। ରୋଇ ହିଂସା ମାମଲାରେ ଦେଇଥିବା ଭୁଲ ରାୟକୁ ସେ ମାନିଛନ୍ତି। ସେ କହିଛନ୍ତି, ବିଚାରପତିମାନେ ମଧ୍ୟ ମଣିଷ ଏବଂ ନିଷ୍ପତ୍ତି ଦେବା ସମୟରେ ସେମାନେ ଭୁଲ କରିପାରନ୍ତି। ୨୦୧୬ ମସିହାରେ ବମ୍ବେ ହାଇକୋର୍ଟରେ ବିଚାରପତି ଥିବାବେଳେ ସେ ଘରୋଇ ହିଂସା ଆଇନର ବ୍ୟାଖ୍ୟା କରିବାରେ ଭୁଲ ରାୟ ଦେଇଥିଲେ। ବିଚାରପତିମାନଙ୍କ ପାଇଁ ଶିଖିବା ପ୍ରକ୍ରିୟା କେବେ ଶେଷ […] The post ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି: ଜାଣନ୍ତୁ ରୋଚକ ମାମଲା appeared first on Dharitri Odia News.

ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି: ଜାଣନ୍ତୁ ରୋଚକ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଭୟ ଏସ ଓକା ଭୁଲ ରାୟ ପାଇଁ କ୍ଷମା ମାଗିଛନ୍ତି ସୁପ୍ରିମକୋର୍ଟ ବିଚାରପତି। ରୋଇ ହିଂସା ମାମଲାରେ ଦେଇଥିବା ଭୁଲ ରାୟକୁ ସେ ମାନିଛନ୍ତି। ସେ କହିଛନ୍ତି, ବିଚାରପତିମାନେ ମଧ୍ୟ ମଣିଷ ଏବଂ ନିଷ୍ପତ୍ତି ଦେବା ସମୟରେ ସେମାନେ ଭୁଲ କରିପାରନ୍ତି। ୨୦୧୬ ମସିହାରେ ବମ୍ବେ ହାଇକୋର୍ଟରେ ବିଚାରପତି ଥିବାବେଳେ ସେ ଘରୋଇ ହିଂସା ଆଇନର ବ୍ୟାଖ୍ୟା କରିବାରେ ଭୁଲ ରାୟ ଦେଇଥିଲେ। ବିଚାରପତିମାନଙ୍କ ପାଇଁ ଶିଖିବା ପ୍ରକ୍ରିୟା କେବେ ଶେଷ ହୁଏ ନାହିଁ ଏବଂ ସେମାନେ ସେମାନଙ୍କର ଭୁଲ ସଂଶୋଧନ କରିବାର ଦାୟିତ୍ୱ ନେବା ଉଚିତ।

ଘରୋଇ ହିଂସା ଆଇନ ଅନୁଯାୟୀ, ଯେକୌଣସି ପୀଡିତା ମହିଳା କ୍ଷତିପୂରଣ କିମ୍ବା ଅନ୍ୟାନ୍ୟ ସହାୟତା ପାଇଁ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିପାରିବେ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଫୌଜଦାରୀ କାର୍ଯ୍ୟବିଧି ସଂହିତା (CrPC)ର ଧାରା ୪୮୨ ଅନୁଯାୟୀ, ଏପରି ଆବେଦନଗୁଡ଼ିକୁ ଖାରଜ କରିବାର ଅଧିକାର ହାଇକୋର୍ଟର ଅଛି। କିନ୍ତୁ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ହାଇକୋର୍ଟ ଏହି କ୍ଷମତାକୁ ବହୁତ ଭାବିଚିନ୍ତି ଏବଂ ସତର୍କତାର ସହିତ ବ୍ୟବହାର କରିବା ଉଚିତ। ଯେତେବେଳେ ମାମଲାଟି ସମ୍ପୂର୍ଣ୍ଣ ବେଆଇନ ହୋଇଥାଏ କିମ୍ବା ଆଇନ ପ୍ରକ୍ରିୟାର ଅପବ୍ୟବହାର କରାଯାଏ,ସେତେବେଳେ ହିଁ ହସ୍ତକ୍ଷେପ କରାଯିବା ଉଚିତ।
ଜଷ୍ଟିସ ଓକା କହିଛନ୍ତି, ୨୦୧୬ ମସିହାରେ ବମ୍ବେ ହାଇକୋର୍ଟରେ ଏକ ରାୟରେ ସେ କହିଥିଲେ ଯେ ଘରୋଇ ହିଂସା ଆଇନ ଅନୁଯାୟୀ ଆବେଦନକୁ ଖାରଜ କରିବା ପାଇଁ CrPCର ଧାରା ୪୮୨ ବ୍ୟବହାର କରାଯାଇପାରିବ ନାହିଁ। କିନ୍ତୁ ପରେ ବମ୍ବେ ହାଇକୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ଏହି ମତକୁ ଭୁଲ ଘୋଷଣା କରିଥିଲେ। ଆମର ଭୁଲକୁ ସ୍ବୀକାର କରିବା ଏବଂ ସେଗୁଡ଼ିକୁ ସଂଶୋଧନ କରିବା ଆମର କର୍ତ୍ତବ୍ୟ। ବିଚାରପତିମାନଙ୍କ ପାଇଁ ମଧ୍ୟ ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା।

ଏହି ଆଇନ ସମ୍ପର୍କରେ, ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଥିଲେ ଯେ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଘରୋଇ ହିଂସା ଆଇନ ତିଆରି କରାଯାଇଛି। ଯଦି ହାଇକୋର୍ଟ ଚିନ୍ତା ନକରି ଏପରି ଆବେଦନଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଚାଲିବେ, ତେବେ ଏହି ଆଇନର ଉଦ୍ଦେଶ୍ୟ ହିଁ ନଷ୍ଟ ହୋଇଯିବ। ମହିଳାଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ କୋର୍ଟ ହାଇକୋର୍ଟଙ୍କୁ ଏପରି ମାମଲାରେ ସଂଯମତା ଅବଲମ୍ବନ କରିବାକୁ ଏବଂ ହସ୍ତକ୍ଷେପ ଏଡାଇବାକୁ ନିବେଦନ କରିଥିଲେ।

ଜଷ୍ଟିସ ଓକାଙ୍କ ଏହି ପଦକ୍ଷେପ ନ୍ୟାୟିକ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ଦାୟିତ୍ୱକୁ ପ୍ରୋତ୍ସାହିତ କରେ। ସେ ନିଜର ଭୁଲ ସ୍ବୀକାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି,ଆଇନର ଉଦ୍ଦେଶ୍ୟ ପୂରଣ ହେବା ଏବଂ ମହିଳାମାନେ ନ୍ୟାୟ ପାଇବା ପାଇଁ ହାଇକୋର୍ଟ ସତର୍କ ରହିବା ଉଚିତ। ଏହି ନିଷ୍ପତ୍ତି ଘରୋଇ ହିଂସା ବିରୋଧରେ ଲଢ଼ିବାରେ ଏକ ବଡ଼ ପଦକ୍ଷେପ।

The post ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି: ଜାଣନ୍ତୁ ରୋଚକ ମାମଲା appeared first on Dharitri Odia News.