ଭୁଲଭୁଲେୟା କମେଡିଆନଙ୍କ ଘର ସିଜ୍‌! ଜବତ ହେଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୩।୮: କମେଡି ବାଦଶାହ ରାଜପାଲଙ୍କ ଘରେ ହୋଇଛି ଚଢାଉ। ତାଙ୍କର କୋଟିକୋଟି ସମ୍ପତ୍ତି ଜବତ କରାଯାଇଛି। ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍‌ କରାଯାଇଛି। କମେଡିଆନ ରାଜପାଲ ୟାଦବ ୨୦୧୨ରେ ଅତା ପତା ଲାପତା ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ତିଆରି ପାଇଁ ସେତେବେଳେ ସେବ୍ୟାଙ୍କ୍‌ରୁ ୫କୋଟି ଟଙ୍କା ଲୋନ୍‌ ନେଇଥିଲେ। ତେବେ ସେ ଏଯାଏଁ ଏହି ଋଣ ପରିଶୋଧ କରି ନାହାନ୍ତି। ରାଜପାଲ ମୁମ୍ବାଇର ବାନ୍ଦଆରେ ଥିବା ସେଣ୍ଟ୍ରାଲ […] The post ଭୁଲଭୁଲେୟା କମେଡିଆନଙ୍କ ଘର ସିଜ୍‌! ଜବତ ହେଲା କୋଟି କୋଟି ଟଙ୍କା appeared first on Dharitri Odia News.

ଭୁଲଭୁଲେୟା କମେଡିଆନଙ୍କ ଘର ସିଜ୍‌! ଜବତ ହେଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୩।୮: କମେଡି ବାଦଶାହ ରାଜପାଲଙ୍କ ଘରେ ହୋଇଛି ଚଢାଉ। ତାଙ୍କର କୋଟିକୋଟି ସମ୍ପତ୍ତି ଜବତ କରାଯାଇଛି। ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍‌ କରାଯାଇଛି। କମେଡିଆନ ରାଜପାଲ ୟାଦବ ୨୦୧୨ରେ ଅତା ପତା ଲାପତା ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ତିଆରି ପାଇଁ ସେତେବେଳେ ସେବ୍ୟାଙ୍କ୍‌ରୁ ୫କୋଟି ଟଙ୍କା ଲୋନ୍‌ ନେଇଥିଲେ। ତେବେ ସେ ଏଯାଏଁ ଏହି ଋଣ ପରିଶୋଧ କରି ନାହାନ୍ତି। ରାଜପାଲ ମୁମ୍ବାଇର ବାନ୍ଦଆରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରୁ ଏହି ଲୋନ୍‌ ନେଇଥିଲେ।

ଏବେ ବ୍ୟାଙ୍କ ଅଧିକାରୀମାନେ ତାଙ୍କ ଶାହାଜାନପୁରର ଘରେ ଚଢାଉ କରି ରାଜପାଲଙ୍କ କୋଟି କୋଟି ସମ୍ପତ୍ତି ଜବତ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅଧିକାରୀମାନେ ତାଙ୍କ ସମସ୍ତ ସମ୍ପତ୍ତି ଉପରେ ଏକ ବ୍ୟାନର ଲଗାଇଛନ୍ତି। ଏହି ବ୍ୟାନର୍‌ରେ କୁହାଯାଇଛି ଯେ, ତାଙ୍କର ସମସ୍ତ ସମ୍ପତ୍ତି ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଅଟେ। ଏହାକୁ କେହି ବିକ୍ରି କିମ୍ବା କିଣି ପାରିବେ ନାହିଁ। ୫କୋଟି ଟଙ୍କା ଲୋନ୍‌ ନେଇ ଶୁଝି ପାରି ନ ଥିବାରୁ ଏହାକୁ ଜବତ କରାଯାଇଛି ବୋଲି ବ୍ୟାଙ୍କ୍‌ କହିଛି।

The post ଭୁଲଭୁଲେୟା କମେଡିଆନଙ୍କ ଘର ସିଜ୍‌! ଜବତ ହେଲା କୋଟି କୋଟି ଟଙ୍କା appeared first on Dharitri Odia News.