ଭୁଲିଲେନି ପରମ୍ପରା...ଷ୍ଟେଜକୁ ଉଠିଲେ..ଶିକ୍ଷକଙ୍କ ପାଦ ଛୁଇଁ କହିଲେ ଜୟ ସିୟାରାମ

ଗଭୀର ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ ପାରମ୍ପରିକ ଭାରତୀୟ ରୀତିନୀତି ସମସ୍ତଙ୍କୁ ପସନ୍ଦ ଆସିଥିଲା । ପୁରା ହଲ୍ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ।

ଭୁଲିଲେନି ପରମ୍ପରା...ଷ୍ଟେଜକୁ ଉଠିଲେ..ଶିକ୍ଷକଙ୍କ ପାଦ ଛୁଇଁ କହିଲେ ଜୟ ସିୟାରାମ

‘ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..' ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମା ମଧ୍ୟରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ଆଉ ଏହି ଉକ୍ତିକୁ ଯେପରି ଘୋଷି ଦେଇଛନ୍ତି ବ୍ରିଟେନ ଛାତ୍ର ଜଣକ ।

ବ୍ରିଟେନର ଲିସେଷ୍ଟର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଡିଗ୍ରୀ ପ୍ରଦାନ ଉତ୍ସବ । ଏହି ଉତ୍ସବରେ ଜଣେ ଛାତ୍ର ‘ଜୟ ସିୟାରାମ’ର ଜପ କରିଥିବା ଖବର ମିଳିଛି । ଆୟୋଜିତ ସମାରୋହରେ ଛାତ୍ରଜଣକ ଶିକ୍ଷକଙ୍କ ପାଦ ଛୁଇଁବା ସହ 'ଜୟ ସିୟାରାମ' କହିଥିଲେ ।

ଏହା ଉପସ୍ଥିତ ଅତିଥିମାନଙ୍କୁ ବିଭୋର କରିଥିଲା । ନିଜର ପରମ୍ପରା, ସଂସ୍କୃତିକୁ ଭୁଲି ନଥିବା ବେଳେ ଏପରି ଆଚରଣ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଛାତ୍ରଜଣକ । ଏନେଇ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଟ୍ୱିଟ କରାଯାଇଛି । ଭିଡିଓ ସହ ଲେଖାଯାଇଛି ଯେ, ନିଜର ଐତିହ୍ୟ, ମୂଲ୍ୟବୋଧ ଏବଂ ସଂସ୍କୃତିକୁ ନେଇ ସମସ୍ତେ ଗର୍ବ କରିବା ଉଚିତ ।