ଭୁଲ୍‌ ଜାଗାରେ ଇଞ୍ଜେକ୍ସନ: ଅଚଳ ହେଲା ଶିଶୁର ଗୋଡ଼

ପିପିଲି,୧୯ା୫ (ଦୁର୍ଗାମାଧବ ମିଶ୍ର/ପ୍ରଭାତ କୁମାର ମହାପାତ୍ର): ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ମାସର ଶିଶୁକୁ ଭୁଲ୍‌ ଜାଗାରେ ଇଞ୍ଜେକ୍ସନ ଦେବା ଦ୍ୱାରା ଉକ୍ତ ଶିଶୁର ଡାହାଣ ଗୋଡ଼ ଏବେ ଅକର୍ମଣ୍ୟ ହୋଇଯାଇଛି। ଶିଶୁଟି ଗୋଡ଼ ସଳଖ ପକାଇପାରୁନାହିଁ। ଏଭଳି ଘଟଣା ଘଟିଛି ପିପିଲି ବ୍ଲକ ଦୁର୍ଗାଦାସପୁର ପଞ୍ଚାୟତର ବଧି ଗ୍ରାମରେ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ ତାରିଖ ଦିନ ରମେଶ ସାହୁଙ୍କ ୧୪ ମାସର ପୁଅକୁ ଜ୍ୱର ହେବାରୁ ସେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେହି […] The post ଭୁଲ୍‌ ଜାଗାରେ ଇଞ୍ଜେକ୍ସନ: ଅଚଳ ହେଲା ଶିଶୁର ଗୋଡ଼ appeared first on Dharitri Odia News.

ଭୁଲ୍‌ ଜାଗାରେ ଇଞ୍ଜେକ୍ସନ: ଅଚଳ ହେଲା ଶିଶୁର ଗୋଡ଼

ପିପିଲି,୧୯ା୫ (ଦୁର୍ଗାମାଧବ ମିଶ୍ର/ପ୍ରଭାତ କୁମାର ମହାପାତ୍ର): ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ମାସର ଶିଶୁକୁ ଭୁଲ୍‌ ଜାଗାରେ ଇଞ୍ଜେକ୍ସନ ଦେବା ଦ୍ୱାରା ଉକ୍ତ ଶିଶୁର ଡାହାଣ ଗୋଡ଼ ଏବେ ଅକର୍ମଣ୍ୟ ହୋଇଯାଇଛି। ଶିଶୁଟି ଗୋଡ଼ ସଳଖ ପକାଇପାରୁନାହିଁ। ଏଭଳି ଘଟଣା ଘଟିଛି ପିପିଲି ବ୍ଲକ ଦୁର୍ଗାଦାସପୁର ପଞ୍ଚାୟତର ବଧି ଗ୍ରାମରେ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ ତାରିଖ ଦିନ ରମେଶ ସାହୁଙ୍କ ୧୪ ମାସର ପୁଅକୁ ଜ୍ୱର ହେବାରୁ ସେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେହି ସମୟରେ ଆଉଟ୍‌ଡୋରରେ ଯେଉଁ ଡାକ୍ତର ଥିଲେ, ସେ ଔଷଧ ଓ ଇଞ୍ଜେକ୍ସନ ଲେଖିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ଉକ୍ତ ଶିଶୁର ଜଂଘ ପରିବର୍ତ୍ତେ ପିଚାରେ ଇଞ୍ଜେକ୍ସନ ଦେବାରୁ ତା’ ପରଠାରୁ ଶିଶୁଟି ଆଉ ଗୋଡ଼ ସଳଖ କରି ଠିଆ ହୋଇପାରିଲା ନାହିଁ। ଶିଶୁଟିର ଚିକିତ୍ସା ପାଇଁ ପୁନଃ ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାରେ ଡାକ୍ତର କ୍ୟାପିଟାଲ ହସ୍ପିଟାଲ୍‌କୁ ରେଫର୍‌ କରିଥିଲେ। ମାତ୍ର ସେଠାରେ ଚିକିତ୍ସାରେ ସୁଫଳ ନ ମିଳିବାରୁ ରମେଶ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଶିଶୁଟିର ଭୁଲ୍‌ ଜାଗାରେ ଇଞ୍ଜେକ୍ସନ ଦିଆଯାଇଥିବାରୁ ଅକର୍ମଣ୍ୟ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ। ୩ ମାସ ଚିକିତ୍ସା ପରେ ଯଦି ଗୋଡ଼ ଭଲ ନ ହୁଏ, ତେବେ ଗୋଡ଼ କଟାଯିବ ବୋଲି ଡାକ୍ତର କହିଛନ୍ତି। ରମେଶ ଏବେ ତାଙ୍କ ପୁଅକୁ ନେଇ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଉଛନ୍ତି। ରମେଶ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମାନବାଧିକାର କମିଶନର, ମୁଖ୍ୟ ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ଜିଲାପାଳ, ଏସ୍‌ପି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ପିପିଲି ବିଧାୟକ, ପିପିଲି ଥାନାଧିକାରୀ, ଦୁର୍ଗାଦାସପୁର ସରପଞ୍ଚ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହା ମଧ୍ୟରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଟିମ୍‌ ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ତଦନ୍ତ କରି ଫେରିଯାଇଛନ୍ତି। ଏ ସମ୍ପର୍କରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କାଳୀପ୍ରସାଦ ମିଶ୍ର କହିଛନ୍ତି, ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ କର୍ମଚାରୀଙ୍କୁ ତାଗିଦା କରାଯାଇଛି। ଶିଶୁର ଚିକିତ୍ସା ପାଇଁ ଓଲଟପୁର ନେବାକୁ ପ୍ରସ୍ତାବ ଦିଆଯାଇଛି। ସରକାରୀ ଅର୍ଥରେ ଶିଶୁର ଚିକିତ୍ସା କରାଯାଇ ସୁସ୍ଥ କରାଯିବା ପାଇଁ ରମେଶଙ୍କୁ କୁହାଯାଇଛି। ରମେଶ ନିଜ ହାତରୁ ଖର୍ଚ୍ଚ କରିଥିବା ଅର୍ଥକୁ ଫେରାଇବାର ନିୟମ ସ୍ବାସ୍ଥ୍ୟ ବିଭାଗର ନାହିଁ। ତଦନ୍ତକାରୀ ଟିମ୍‌ ରିପୋର୍ଟ ଦେବାପରେ ଜିଲାପାଳ ରେଡ୍‌କ୍ରସ ପାଣ୍ଠିରୁ ଯଦି ଚାହିଁବେ ଦେଇପାରିବେ ବୋଲି ସେ କହିଥିଲେ। ମାତ୍ର ଏହା ମଧ୍ୟରେ ୩ ମାସ ବିତିଗଲାଣି, ଶିଶୁର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇ ନ ଥିବାରୁ ରମେଶ କ୍ଷୋଭ ପ୍ରକାଶ କରିଛନ୍ତି।

The post ଭୁଲ୍‌ ଜାଗାରେ ଇଞ୍ଜେକ୍ସନ: ଅଚଳ ହେଲା ଶିଶୁର ଗୋଡ଼ appeared first on Dharitri Odia News.