ଭୁଶୁଡ଼ିଲା କାନ୍ଥ: ଚାପି ହୋଇଗଲେ ମା’ପୁଅ, ଆଉ ତା’ପରେ

ରାୟଗଡ଼ା,୪।୭: ରାୟଗଡ଼ା ଜିଲା ସଦର ଥାନା ଗାଦବାଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଲଘୁଚାପ ଲଗାଣ ବର୍ଷାରେ ଏକ ଘର କାନ୍ଥ ଭୁଶୁଡି ପଡ଼ି ମା’ ପୁଅ ଗୁରୁତର ଆହତ ହୋଇଛନ୍ତି। ମା’ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ଗୁରୁବାର ରାତିରେ ପରିବାର ଲୋକ ଖାଇ ଘରେ ଶୋଇଥିଲେ। ହେଲେ ହେଲେ ଲଗାଣ […] The post ଭୁଶୁଡ଼ିଲା କାନ୍ଥ: ଚାପି ହୋଇଗଲେ ମା’ପୁଅ, ଆଉ ତା’ପରେ appeared first on Dharitri Odia News.

ଭୁଶୁଡ଼ିଲା କାନ୍ଥ: ଚାପି ହୋଇଗଲେ ମା’ପୁଅ, ଆଉ ତା’ପରେ

ରାୟଗଡ଼ା,୪।୭: ରାୟଗଡ଼ା ଜିଲା ସଦର ଥାନା ଗାଦବାଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଲଘୁଚାପ ଲଗାଣ ବର୍ଷାରେ ଏକ ଘର କାନ୍ଥ ଭୁଶୁଡି ପଡ଼ି ମା’ ପୁଅ ଗୁରୁତର ଆହତ ହୋଇଛନ୍ତି। ମା’ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ ଗୁରୁବାର ରାତିରେ ପରିବାର ଲୋକ ଖାଇ ଘରେ ଶୋଇଥିଲେ। ହେଲେ ହେଲେ ଲଗାଣ ବର୍ଷା ଯୋଗୁ ହଠାତ୍‌ ଘର କାନ୍ଥ ଭୁଶୁଡି ପଡିଥିଲା। ଫଳରେ ମା’ ପୁଅ କାନ୍ଥ ତଳେ ଚାପି ହୋଇଯାଇଥିଲେ। ପରିବାର ଲୋକେ ମା’ ଏବଂ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତୁର କ୍ଷୟକ୍ଷତିର ଆଳନ କରି ପରିବାର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

 

The post ଭୁଶୁଡ଼ିଲା କାନ୍ଥ: ଚାପି ହୋଇଗଲେ ମା’ପୁଅ, ଆଉ ତା’ପରେ appeared first on Dharitri Odia News.