ଭୁଶୁଡ଼ିଲା ଦ୍ୱିତୀୟ ମହଲା ଘରର କାନ୍ଥ, ୨ ଗୁରୁତରଙ୍କ ସମେତ ଚାରି ଆହତ

ଝାରସୁଗୁଡ଼ା: ଘରର ଦ୍ବିତୀୟ ମହଲାର କାନ୍ଥ ପଡ଼ି ୪ ଆହତ ହୋଇଛନ୍ତି। ଏଥିରେ ୨ ଜଣ ଗୁରୁତର ହୋଇପଡ଼ିଛନ୍ତି। ସେମାନଙ୍କୁ ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲ ନିଆଯାଇଥିବା । ଘଟଣା ଘଟିଛି ଝାରସୁଗୁଡ଼ା ସରବାହାଲ ସ୍ଥିତ କୁମ୍ଭାରପଡ଼ାରେ। ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଝାରସୁଗୁଡ଼ା ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ  କରୁଛି। କାନ୍ଥର ଅତଡ଼ା ଖସିବା ଫଳରେ ବିଦ୍ୟୁତ ତାର ଛିଣ୍ଡି ତଳେ ପଡ଼ିଛି। ଫଳରେ ବିଦ୍ୟୁତି ସରବରାହ ବନ୍ଦ ରହିଛି। ଏହି ଅଞ୍ଚଳରେ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି। You Can Read: ୫୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ମାଫିଆକୁ ଗିରଫ କଲା ପୋଲିସ The post ଭୁଶୁଡ଼ିଲା ଦ୍ୱିତୀୟ ମହଲା ଘରର କାନ୍ଥ, ୨ ଗୁରୁତରଙ୍କ ସମେତ ଚାରି ଆହତ appeared first on Prameya News7.

ଭୁଶୁଡ଼ିଲା ଦ୍ୱିତୀୟ ମହଲା ଘରର କାନ୍ଥ, ୨ ଗୁରୁତରଙ୍କ ସମେତ ଚାରି ଆହତ

ଝାରସୁଗୁଡ଼ା: ଘରର ଦ୍ବିତୀୟ ମହଲାର କାନ୍ଥ ପଡ଼ି ୪ ଆହତ ହୋଇଛନ୍ତି। ଏଥିରେ ୨ ଜଣ ଗୁରୁତର ହୋଇପଡ଼ିଛନ୍ତି। ସେମାନଙ୍କୁ ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲ ନିଆଯାଇଥିବା । ଘଟଣା ଘଟିଛି ଝାରସୁଗୁଡ଼ା ସରବାହାଲ ସ୍ଥିତ କୁମ୍ଭାରପଡ଼ାରେ।

ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଝାରସୁଗୁଡ଼ା ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ  କରୁଛି। କାନ୍ଥର ଅତଡ଼ା ଖସିବା ଫଳରେ ବିଦ୍ୟୁତ ତାର ଛିଣ୍ଡି ତଳେ ପଡ଼ିଛି। ଫଳରେ ବିଦ୍ୟୁତି ସରବରାହ ବନ୍ଦ ରହିଛି। ଏହି ଅଞ୍ଚଳରେ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି।

You Can Read: ୫୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ମାଫିଆକୁ ଗିରଫ କଲା ପୋଲିସ

The post ଭୁଶୁଡ଼ିଲା ଦ୍ୱିତୀୟ ମହଲା ଘରର କାନ୍ଥ, ୨ ଗୁରୁତରଙ୍କ ସମେତ ଚାରି ଆହତ appeared first on Prameya News7.