ଭୁଶୁଡିଲା ବଡୋଦରା-ଆଣନ୍ଦକୁ ସଂଯୁକ୍ତ କରୁଥିବା ଗମ୍ଭୀରା ବ୍ରିଜ୍, ନଦୀକୁ ଖସିଲେ ଯାନ

ବଡୋଦରା ୯।୭: ଗୁଜରାଟରେ ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ୍ ଭୁଶୁଡି ପଡିଛି। ଏହି ଦୁର୍ଘଟଣା ସେତେବେଳେ ଘଟିଛି ଯେତେବେଳେ ପୋଲ ଉପରେ ଟ୍ରାଫିକ ଜାମ ଥିଲା। ଏହି ଭୀଷଣ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ଖବର ଆସୁଛି। ଅନ୍ୟ ଲୋକଙ୍କୁ ସୁରକ୍ଷିତ ନଦୀରୁ ଉଦ୍ଧାର କରାଯାଇଛି। କୁହାଯାଉଛି ଏହି ପୋଲଟି ପାଖାପାଖି ୪୩ ବର୍ଷ ପୁରୁଣା। ତେବେ ଅଚାନକ ପୋଲ ଧସିପଡିବାର କାରଣ ଜଣାପଡି ନାହିଁ। ଘଟଣାସ୍ଥଳରୁ ଆସିଥିବା ଛବିରେ ଏକ ଟ୍ରକ୍ ବିପଦଜନକ ରୂପେ ପୋଲ ଉପରେ ଝୁଲି ରହିଛି। ଏହି ପୋଲଟି ବଡୋଦରା ସହରକୁ ଆଣନ୍ଦ ସହ ସଂଯୁକ୍ତ କରୁଛି। ଏହା ଏକ ବ୍ୟସ୍ତତମ ପୋଲ ଓ ପ୍ରାୟତଃ ଏହା ଉପରେ ଦେଇ ଭାରିଯାନ ଚଳାଚଳ କରିଥାନ୍ତି। ପୋଲ ଭୁଶୁଡି ପଡିବାରୁ ଏହା ଉପର ଦେଇ ଯାତ୍ରା କରୁଥିବା କାର ଓ ଟ୍ରକ୍ ମହିସାଗର ନଦୀକୁ ଖସି ପଡିଛି। ପୋଲ ଭୁଶୁଡିବା ସୂଚନା ପାଇ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏନଡିଆରଏଫ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଛି। गुजरात के वडोदरा में महिसागर नदी पर बना गंभीरा ब्रिज बीच से टूट गया।इस हादसे में कई वाहन नदी में गिर गए, जिसके चलते कुछ लोगों की दर्दनाक मौत हो गई व कई लोग घायल हैं।कांग्रेस परिवार पीड़ित परिवारों के प्रति गहरी संवेदना व्यक्त करता है। साथ ही ईश्वर से प्रार्थना है कि वे… pic.twitter.co

ଭୁଶୁଡିଲା ବଡୋଦରା-ଆଣନ୍ଦକୁ ସଂଯୁକ୍ତ କରୁଥିବା ଗମ୍ଭୀରା ବ୍ରିଜ୍, ନଦୀକୁ ଖସିଲେ ଯାନ

ବଡୋଦରା ୯।୭: ଗୁଜରାଟରେ ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ୍ ଭୁଶୁଡି ପଡିଛି। ଏହି ଦୁର୍ଘଟଣା ସେତେବେଳେ ଘଟିଛି ଯେତେବେଳେ ପୋଲ ଉପରେ ଟ୍ରାଫିକ ଜାମ ଥିଲା। ଏହି ଭୀଷଣ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ଖବର ଆସୁଛି। ଅନ୍ୟ ଲୋକଙ୍କୁ ସୁରକ୍ଷିତ ନଦୀରୁ ଉଦ୍ଧାର କରାଯାଇଛି। କୁହାଯାଉଛି ଏହି ପୋଲଟି ପାଖାପାଖି ୪୩ ବର୍ଷ ପୁରୁଣା। ତେବେ ଅଚାନକ ପୋଲ ଧସିପଡିବାର କାରଣ ଜଣାପଡି ନାହିଁ। 

ଘଟଣାସ୍ଥଳରୁ ଆସିଥିବା ଛବିରେ ଏକ ଟ୍ରକ୍ ବିପଦଜନକ ରୂପେ ପୋଲ ଉପରେ ଝୁଲି ରହିଛି। ଏହି ପୋଲଟି ବଡୋଦରା ସହରକୁ ଆଣନ୍ଦ ସହ ସଂଯୁକ୍ତ କରୁଛି। ଏହା ଏକ ବ୍ୟସ୍ତତମ ପୋଲ ଓ ପ୍ରାୟତଃ ଏହା ଉପରେ ଦେଇ ଭାରିଯାନ ଚଳାଚଳ କରିଥାନ୍ତି। ପୋଲ ଭୁଶୁଡି ପଡିବାରୁ ଏହା ଉପର ଦେଇ ଯାତ୍ରା କରୁଥିବା କାର ଓ ଟ୍ରକ୍ ମହିସାଗର ନଦୀକୁ ଖସି ପଡିଛି। ପୋଲ ଭୁଶୁଡିବା ସୂଚନା ପାଇ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏନଡିଆରଏଫ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଛି। 


ନଦୀକୁ ଖସିପଡିଥିବା ବାହନ ଓ ସେଥିରେ ଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି। ଏଥିରେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲ ମାନଙ୍କୁ ପହଞ୍ଚା ଯାଉଛି। ଏହି ପୋଲଟି ପ୍ରାୟ ୪୩ ବର୍ଷ ପୁରୁଣା ଓ ଅଚାନକ ଭୁଶୁଡି ପଡିବାରୁ ପୁରୁଣା ସଂରଚନାର ରକ୍ଷଣାବେକ୍ଷଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସଂରଚନାତ୍ମକ ରକ୍ଷଣାବେକ୍ଷଣା ଅଭାବ ନା ଅନ୍ୟ କୌଣସି କାରଣରୁ ପୋଲ ଭୁଶୁଡିଲା ସେ ନେଇ ଏବେ ଯାଞ୍ଚ ହେବ। 


ଏହି ଦୁର୍ଘଟଣା ପୁଣି ଥରେ ରାଜ୍ୟରେ ଥିବା ପୋଲ ଓ ଅନ୍ୟ ଭିତ୍ତିଭୂମି ସଂରଚନାର ନିୟମିତ ଯାଞ୍ଚ ଓ ସୁରକ୍ଷା ଅଡିଟର ଗୁରୁତ୍ୱକୁ ରେଖାଙ୍କିତ କରୁଛି। ଏଥିରେ ଖାସ କରି ସେପରି ସଂରଚନାକୁ ଗୁରୁତ୍ୱ ଦିଆଯାଉଛି ଯେଉଁଥିରେ ଭିତ୍ତିଭୂମିଗୁଡିକ ଦଶନ୍ଧୀପୁରୁଣା ସେପରି ଭିତ୍ତିଭୂମିର ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି।