ଭୁଶୁଡିଲା ୩ ମହାଲା କୋଠା, ପୋତି ହୋଇ ପଡିଛି ୧୦ରୁ ଅଧିକ ଜୀବନ
ମେରଠ,୧୪।୯: ଉତ୍ତରପ୍ରଦେଶର ମେରଠରୁ ଏକ ବଡ ଖବର ଆସୁଛି। ଏଠାରେ ଏକ ତିନି ମହଲା ଘର ଭୁଶୁଡି ପଡବାରୁ ଏହାତଳେ ୧୦ରୁ ଅଧିକ ଲୋକ ଏବଂ ପଶୁ ପୋତି ହୋଇ ପଡିଥିବା ଅନୁମାନ କରାଯାଉଛି। ଏହି ଦୁର୍ଘଟଣା ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି, ଭୁଶୁଡ଼ି ପଡ଼ିଥିବା ଘରର ମାଲିକଙ୍କ ନାମ ନାଫୋ ଆଲାଉଦ୍ଦିନ ଏବଂ ଏହି ଘର ତଳେ ଏକ ଦୁଗ୍ଧ ଫାର୍ମ ଚାଲୁଥିଲା। ଏହି ଘଟଣା ମେରଠର ଜାକିର କଲୋନୀ ଛକ ନମ୍ବର […] The post ଭୁଶୁଡିଲା ୩ ମହାଲା କୋଠା, ପୋତି ହୋଇ ପଡିଛି ୧୦ରୁ ଅଧିକ ଜୀବନ appeared first on Dharitri Odia News.
ମେରଠ,୧୪।୯: ଉତ୍ତରପ୍ରଦେଶର ମେରଠରୁ ଏକ ବଡ ଖବର ଆସୁଛି। ଏଠାରେ ଏକ ତିନି ମହଲା ଘର ଭୁଶୁଡି ପଡବାରୁ ଏହାତଳେ ୧୦ରୁ ଅଧିକ ଲୋକ ଏବଂ ପଶୁ ପୋତି ହୋଇ ପଡିଥିବା ଅନୁମାନ କରାଯାଉଛି। ଏହି ଦୁର୍ଘଟଣା ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି, ଭୁଶୁଡ଼ି ପଡ଼ିଥିବା ଘରର ମାଲିକଙ୍କ ନାମ ନାଫୋ ଆଲାଉଦ୍ଦିନ ଏବଂ ଏହି ଘର ତଳେ ଏକ ଦୁଗ୍ଧ ଫାର୍ମ ଚାଲୁଥିଲା।
ଏହି ଘଟଣା ମେରଠର ଜାକିର କଲୋନୀ ଛକ ନମ୍ବର ୮ରେ ଘଟିଛି। ଏହି ଦୁର୍ଘଟଣା ପରେ ମେରଠ ଡିଭିଜନ କମିଶନର ସେଲଭା କୁମାରୀ ଜେ, ଏସଏସପି ଭିପିନ ତାଡା, ଏସପି ସିଟି ଆୟୁଷ ବିକ୍ରମ ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିକଟସ୍ଥ ଅଞ୍ଚଳର ଲୋକମାନେ ମଧ୍ୟ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେରଠରେ ଘଟିଥିବା ଦୁର୍ଘଟଣାର ସୂଚନା ଦେଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରିଲିଫ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ଏବଂ ରିଲିଫ କାର୍ଯ୍ୟକୁ ତ୍ୱରାନୱିତ କରିବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
The post ଭୁଶୁଡିଲା ୩ ମହାଲା କୋଠା, ପୋତି ହୋଇ ପଡିଛି ୧୦ରୁ ଅଧିକ ଜୀବନ appeared first on Dharitri Odia News.