ଭୁଶୁଡ଼ିଲା ରେଷ୍ଟୁରାଣ୍ଟ ଛାତ; ଚାଲିଗଲା ୪ ଜୀବନ, ୨୦ ଗୁରୁତର

ରେଷ୍ଟୁରାଣ୍ଟରେ ବହୁ ଗ୍ରାହକ ଥିବା ବେଳେ ଏହି ଅଘଟଣ ଘଟିଛି। ଛାତ ଗଳିଯିବାରୁ ତା’ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ।

ଭୁଶୁଡ଼ିଲା ରେଷ୍ଟୁରାଣ୍ଟ ଛାତ; ଚାଲିଗଲା ୪ ଜୀବନ, ୨୦ ଗୁରୁତର

ଭୁଶୁଡ଼ିଲା ରେଷ୍ଟୁରାଣ୍ଟ ଛାତ । ଚାଲିଗଲା ୪ ଜୀବନ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସ୍ପେନ୍‌ର ମୈଲୋର୍କା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଏହି ଅଘଟଣ ଘଟିଛି।

ରେଷ୍ଟୁରାଣ୍ଟରେ ବହୁ ଗ୍ରାହକ ଥିବା ବେଳେ ଏହି ଅଘଟଣ ଘଟିଛି। ଛାତ ଗଳିଯିବାରୁ ତା’ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖସିଥିବା ଛାତ ତଳୁ ୪ ମୃତଦେହ ଉଦୋଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ସେମାନଙ୍କୁ ସଙ୍ଗେ ସଙ୍ଗେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।

ଏପରି ଅଘଟଣ ପଛର କାରଣ ଯାଞ୍ଚ ନିମନ୍ତେ ଏକ ଟିମ୍‌ ଗଠିତ ହୋଇଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ସ୍ପେନ୍‌ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।