ଭୂକମ୍ପ ଝଟକାରେ ଥରିଲା ଇରାନ; ୪ ମୃତ, ୧୨୦ ଆହତ

ଭୂକମ୍ପ ଝଟକାରେ ଇରାନରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨୦ ଜଣରୁ ଅଧିକ ଆହତ ହୋଇଛନ୍ତି। ପ୍ରାୟ ୩୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଭୂକମ୍ପ ଝଟକାରେ ଥରିଲା ଇରାନ;  ୪ ମୃତ, ୧୨୦ ଆହତ

ଭୂକମ୍ପ ଝଟକାରେ ଥରିଲା ଇରାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ଭୂକମ୍ପ ଝଟକାରେ ଇରାନରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨୦ ଜଣରୁ ଅଧିକ ଆହତ ହୋଇଛନ୍ତି। ପ୍ରାୟ ୩୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଇରାନର ଉତ୍ତରପୂର୍ବ ଦିଗରେ ଥିବା କଶମର ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି। କଶମର ସହରର ୧୦ କିମି ଗଭୀରରେ ଏହାର କେନ୍ଦ୍ର ସ୍ଥଳ ଥିବା ଜଣାଯାଇଛି।

ଭୂକମ୍ପ ଯୋଗୁ ସହରର ବହୁ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତାରେ ଫାଟ ହୋଇଛି। ଏହାପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏଥିସହ ବିଲ୍ଡିଂ ତଳେ ଅଧିକ ଲୋକ ଫସିଥିବା ଆଶଙ୍କାରେ ଉଦ୍ଧାରକାରୀ ଦଳ ଜୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି।

ଗତବର୍ଷ ନଭେମ୍ବରରେ ଇରାନରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲ। ରିକ୍ଟର ସ୍କେଲରେ ତାହାର ତୀବ୍ରତା ୭.୩ ରେକର୍ଡ କରାଯାଇଥିଲା। ଏଥିଯୋଗୁ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ।

ସଂଯୁକ୍ତ ରାଷ୍ଟ୍ର ରିପୋର୍ଟ ଅନୁଯାୟୀ, ଇରାନରେ ପ୍ରତି ବର୍ଷ ପ୍ରାୟତଃ ୧୦ ହଜାର ଛୋଟ ବଡ଼ ଭୂକମ୍ ଅନୁଭୂତ ହୋଇଥାଏ। ୨୦୦୩ ମସିହାରେ ଇରାନର ବାମ୍‌ ସହରରେ ହୋଇଥିବା ଭୂକମ୍ପ ଯୋଗୁ ପୂରା ସହର ନିଶ୍ଚିହ୍ନ ହୋଇ ଯାଇଥିଲେ। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଥିଲା।