ଭୂକମ୍ପ ଝଟକାରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୦
ନୂଆଦିଲ୍ଲୀ: ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ରହିଥିଲା । ଭାରତୀୟ ସମୟ ଅନୁସାରେ ବୁଧବାର ସଂଧ୍ୟା ୭.୩୪ରେ ଭୂକମ୍ପ ହୋଇଥିଲା। ହଠାତ ଆସିଥିବା ଏହି ଭୂକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇଥିଲେ । ଘର ଏବଂ କୋଠାରୁ ବାହାରକୁ ଆସିଯାଇଥିଲେ । ତେବେ ଭୂକମ୍ପ କୌଣସି ବଡ଼ କ୍ଷୟକ୍ଷତିର ଖବର ମିଳିନାହିଁ ।ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ କ୍ୟୁଶୁ ଅଞ୍ଚଳରେ ଥିଲା ବୋଲି ଜଣାପଡ଼ିଛି । ଭୂମିକମ୍ପର ଝଟକା କିଛି ସେକେଣ୍ଡ ପର୍ଯ୍ୟନ୍ତ ଜାରି ରହିଥିଲା । ଯାହାକୁ ସ୍ଥାନୀୟ ଲୋକ ଅନୁଭୂତ କରିବା ସହ ଭୟଭୀତ ହୋଇଥିଲେ । ଜାପାନରେ ଭୂକମ୍ପ ନୂଆ ନୁହେଁ । କିନ୍ତୁ ୬.୦ ତୀବ୍ରତାର ଭୂକମ୍ପକୁ ଗମ୍ଭୀର ରୂପେ ଗଣାଯାଏ । ଏହି ଭୂକମ୍ପରୁ ସୁନାମୀର କୌଣସି ବିପଦ ନଥିବା ଜାପାନର ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତଥାପି, ଅଧିକାରୀମାନେ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେପଟେ ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ଜାପାନ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜରୁରୀକାଳୀନ ସେବାଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ।
ନୂଆଦିଲ୍ଲୀ: ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ରହିଥିଲା । ଭାରତୀୟ ସମୟ ଅନୁସାରେ ବୁଧବାର ସଂଧ୍ୟା ୭.୩୪ରେ ଭୂକମ୍ପ ହୋଇଥିଲା। ହଠାତ ଆସିଥିବା ଏହି ଭୂକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇଥିଲେ । ଘର ଏବଂ କୋଠାରୁ ବାହାରକୁ ଆସିଯାଇଥିଲେ । ତେବେ ଭୂକମ୍ପ କୌଣସି ବଡ଼ କ୍ଷୟକ୍ଷତିର ଖବର ମିଳିନାହିଁ ।
ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ କ୍ୟୁଶୁ ଅଞ୍ଚଳରେ ଥିଲା ବୋଲି ଜଣାପଡ଼ିଛି । ଭୂମିକମ୍ପର ଝଟକା କିଛି ସେକେଣ୍ଡ ପର୍ଯ୍ୟନ୍ତ ଜାରି ରହିଥିଲା । ଯାହାକୁ ସ୍ଥାନୀୟ ଲୋକ ଅନୁଭୂତ କରିବା ସହ ଭୟଭୀତ ହୋଇଥିଲେ । ଜାପାନରେ ଭୂକମ୍ପ ନୂଆ ନୁହେଁ । କିନ୍ତୁ ୬.୦ ତୀବ୍ରତାର ଭୂକମ୍ପକୁ ଗମ୍ଭୀର ରୂପେ ଗଣାଯାଏ ।
ଏହି ଭୂକମ୍ପରୁ ସୁନାମୀର କୌଣସି ବିପଦ ନଥିବା ଜାପାନର ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତଥାପି, ଅଧିକାରୀମାନେ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେପଟେ ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ଜାପାନ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜରୁରୀକାଳୀନ ସେବାଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ।