ଭୂକମ୍ପରେ ଥରିଲା ତାଇୱାନ; ୭ ମୃତ, ୭୩୦ ଆହତ...ସୁନାମୀ ସତର୍କତା ଜାରି
ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭.୪ରହିଛି।ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚିନ୍ତା ବଢିଯାଇଛି। ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି। ସୁନାମୀ ସତର୍କତା ଜାରି କରିଛି ଜାପାନ।
ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରହିଛି । ଦୀର୍ଘ ୨୫ ବର୍ଷ ମଧ୍ୟରେ ସବୁଠୁ ବଡ ଭୂକମ୍ପ ବୋଲି କୁହାଯାଉଛି । ଭୂମିକମ୍ପରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩୦ ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।
ତୀବ୍ର ଭୂକମ୍ପରେ ଏକାଧିକ କୋଠା ଭୁଶୁଡ଼ି ପଡ଼ିଛି। ଭୂକଂପ କାରଣରୁ ସୁନାମୀ ଆଲର୍ଟ ଜାରି କରିଛି ପଡ଼ୋଶୀ ଜାପାନ । ସମୁଦ୍ର ଜୁଆର ୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଆମେରିକା ଜିଓଲୋଜିକାଲ ସର୍ଭେର ସୂଚନା ଅନୁଯାୟୀ, ଭୂକଂପର କେନ୍ଦ୍ରସ୍ଥଳ ଥିଲା ହୁଆଲିଆନ ସହରର ଦକ୍ଷିଣ ପଟୁ ୧୮ କିଲୋମିଟର ଦୂରରେ ।
????BREAKING: 7.5 magnitude earthquake in Taipei, Taiwan just moments ago #earthquakepic.twitter.com/0GV5PWFwjz — AJ Huber (@Huberton) April 3, 2024
ଏହା ପୂର୍ବରୁ ୧୯୯୯ ସେପ୍ଟେମ୍ବର ମାସରେ ତାଇୱାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୭.୬ । ସେତେବେଳେ ୨ ହଜାର ୪ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ହଜାର ବିଲ୍ଡିଂ ଭୁଶୁଡି ପଡିଥିଲା ।
????BREAKING:
Taiwan was hit by the most powerful earthquake in 25 years.
There are more than 87,000 homes still without power after the earthquake. pic.twitter.com/wVVoBBEpRT — Suppressed Voice (@SuppressedNws) April 3, 2024