ଭୂକମ୍ପରେ ଥରିଲା ତ୍ରିପୁରା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୬

ମୁମ୍ଵାଇ ୨୫।୧୧; ଭୂକମ୍ପ ଥରିଲା ଉତ୍ତର ତ୍ରିପୁରା। ସୋମବାର ଅର୍ଥାତ୍‌ ଆଜି ସକାଳୁ ସକାଳୁ ଉତ୍ତର ତ୍ରିପୁରାରେ ଭୁକମ୍ପ ଅନୂଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ ।ଜାତୀୟ ସେସିମୋଲୋଜିର ସୂଚନାଅନୁସାରେ, ଉତ୍ତର ତ୍ରିପୁରାରେ ସମସ୍ତ ଜିଲ୍ଲା ଏହି ଭୂକମ୍ପ ହୋଇଛି । କୌଣସି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ ।ତେବେ ରିପୋର୍ଟ ଅନୁଯାୟୀ ଏପର୍ଯୟନ୍ତ ସୁଦ୍ଧା ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡିଛି । ଏନସିଏସ ସୂଚନା ମୁତାବିକ ସୋମବାର ଭୋର ପ୍ରାୟ ୩ଟା ୫୬ମିନିଟରେ ୧୦ କିମି ଗଭୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଭୂକମ୍ପରେ ଥରିଲା ତ୍ରିପୁରା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୬

ମୁମ୍ଵାଇ ୨୫।୧୧; ଭୂକମ୍ପ ଥରିଲା ଉତ୍ତର ତ୍ରିପୁରା। ସୋମବାର ଅର୍ଥାତ୍‌ ଆଜି ସକାଳୁ ସକାଳୁ ଉତ୍ତର ତ୍ରିପୁରାରେ ଭୁକମ୍ପ ଅନୂଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ ।

ଜାତୀୟ ସେସିମୋଲୋଜିର ସୂଚନାଅନୁସାରେ, ଉତ୍ତର ତ୍ରିପୁରାରେ ସମସ୍ତ ଜିଲ୍ଲା ଏହି ଭୂକମ୍ପ ହୋଇଛି । କୌଣସି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ ।

ତେବେ ରିପୋର୍ଟ ଅନୁଯାୟୀ ଏପର୍ଯୟନ୍ତ ସୁଦ୍ଧା ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡିଛି । ଏନସିଏସ ସୂଚନା ମୁତାବିକ ସୋମବାର ଭୋର ପ୍ରାୟ ୩ଟା ୫୬ମିନିଟରେ ୧୦ କିମି ଗଭୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।