ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲ୍ର ତୀବ୍ରତା ୫.୫

ମୁମ୍ଵାଇ ୨୦।୦୩: ବୁଧବାର ବିଳମ୍ବିତ ରାତିରେ ପଶ୍ଚିମ ପାକିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ୫.୫ ମ୍ୟାଗ୍ନିଚ୍ୟୁଡ୍‌ର ଏକ ଭୂକମ୍ପରେ ଥରି ଉଠିଥିଲା ପାକିସ୍ତାନ । ଯାହା ଅପରାହ୍ନ ୨.୫୭ରେ ଅନୁଭୂତ ହୋଇଥିବା ନେଇ ରେକର୍ଡ କରାଯାଇଥିଲା । ତେବେ ବର୍ତ୍ତମାନ ଭୂକମ୍ପ ଯୋଗୁଁ ଜନ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ। କିନ୍ତୁ ପାକିସ୍ତାନରେ ଜୋରଦାର ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।An earthquake of magnitude 5.5 on the Richter Scale hit Pakistan at 2:57 am today: National Center for Seismology pic.twitter.com/uCgIImxcxf— ANI (@ANI) March 19, 2024ଏହାପୂର୍ବରୁ ଫେବୃଆରୀ ୧୭ରେ ପାକିସ୍ତାନର ଇସଲାମାବାଦ ନିକଟରେ ରିଚ୍ଟର ସ୍କେଲ ୪.୭ ମାପ ବିଶିଷ୍ଟ ଏକ ଭୂକମ୍ପ ହୋଇଥିଲା। ଏହା ବ୍ୟତୀତ ଜାନୁଆରୀରେ, ପାକିସ୍ତାନରେ ରିକ୍ଟର ସ୍କେଲରେ ୪.୩ ମ୍ୟାଗ୍ନିଚ୍ୟୁଡ୍‌ରେ ଭୂକମ୍ପ ଘଟିଥିଲା। ପାଣିପାଗ ବିଭାଗ (ପିଏମଡି) ଅନୁଯାୟୀ ଜାନୁଆରୀରେ କିଛି କିଛି ସ୍ଥାନରେ ୬.୦ ତିବ୍ରତା ସହ  ଏକ ଭୂକମ୍ପ ଘଟିଥିଲା। 

ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲ୍ର ତୀବ୍ରତା ୫.୫

ମୁମ୍ଵାଇ ୨୦।୦୩: ବୁଧବାର ବିଳମ୍ବିତ ରାତିରେ ପଶ୍ଚିମ ପାକିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ୫.୫ ମ୍ୟାଗ୍ନିଚ୍ୟୁଡ୍‌ର ଏକ ଭୂକମ୍ପରେ ଥରି ଉଠିଥିଲା ପାକିସ୍ତାନ । ଯାହା ଅପରାହ୍ନ ୨.୫୭ରେ ଅନୁଭୂତ ହୋଇଥିବା ନେଇ ରେକର୍ଡ କରାଯାଇଥିଲା । ତେବେ ବର୍ତ୍ତମାନ ଭୂକମ୍ପ ଯୋଗୁଁ ଜନ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ। କିନ୍ତୁ ପାକିସ୍ତାନରେ ଜୋରଦାର ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଏହାପୂର୍ବରୁ ଫେବୃଆରୀ ୧୭ରେ ପାକିସ୍ତାନର ଇସଲାମାବାଦ ନିକଟରେ ରିଚ୍ଟର ସ୍କେଲ ୪.୭ ମାପ ବିଶିଷ୍ଟ ଏକ ଭୂକମ୍ପ ହୋଇଥିଲା। ଏହା ବ୍ୟତୀତ ଜାନୁଆରୀରେ, ପାକିସ୍ତାନରେ ରିକ୍ଟର ସ୍କେଲରେ ୪.୩ ମ୍ୟାଗ୍ନିଚ୍ୟୁଡ୍‌ରେ ଭୂକମ୍ପ ଘଟିଥିଲା। ପାଣିପାଗ ବିଭାଗ (ପିଏମଡି) ଅନୁଯାୟୀ ଜାନୁଆରୀରେ କିଛି କିଛି ସ୍ଥାନରେ ୬.୦ ତିବ୍ରତା ସହ  ଏକ ଭୂକମ୍ପ ଘଟିଥିଲା।