ଭୂକମ୍ପରେ ଥରିଲା ଲସ୍ ଆଞ୍ଜେଲସ୍, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୭

ମୁମ୍ଵାଇ ୧୩।୦୯: ଗତ କିଛି ମାସ ଧରି ଲଗାତାର ଭୂକମ୍ପ ଖବର ଶୁଣିବାକୁ ମିଳୁଛି । ସାରା ବିଶ୍ୱରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତକାଲି ପୁଣି ଭୂକମ୍ପ ଅନୁଭୁତ ହୋଇଥିଲା। ଗୁରୁବାର ଅର୍ଥାତ୍‌ ୧୩ ତାରିଖ ଦିନ ଦକ୍ଷିଣ କାଲିଫର୍ନିଆର ଲସ୍ ଆଞ୍ଜେଲସ୍ ସହରରେ ଏକ ଭୂକମ୍ପ ଘଟିଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରେକର୍ଡ କରାଯାଇଥିଲା। ଆମେରିକାର ଭୂତତ୍ତ୍ଵବିତ୍‌ମାନେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାଲିବୁ ସହରଠାରୁ ୪ ମାଇଲ ଦୂରରେ ଏବଂ ପ୍ରାୟ ୭ମାଇଲ ଗଭୀରରେ ଥିଲା।I live within that center ring so ????No damage here, tho. Nothing fell off the shelves… Dishes, or art. Everything’s fine at my place.Hopefully everybody else is OK! ???????? https://t.co/VmLkq6CEbF— Lisa Guerrero ???????????????????????? (@4lisaguerrero) September 12, 2024ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଅରେଞ୍ଜ କାଉଣ୍ଟିରେ ୪୫ ମାଇଲ ଦୂରରେ ଏହା ଅନୁଭୂତ ହୋଇଥିଲା। ହେଲେ ଭୂକମ୍ପ ଯୋଗୁଁ ଜୀବନହାନି ହେବାର କୌଣସି ଖବର ନାହିଁ। ହେଲେ ବଡ ବଡ ପଥର ରାସ୍ତାରେ ପଡିଥିଲା ଏବଂ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ମଧ୍ୟ ସେମାନଙ୍କର ଅନୁଭୂତି ସେୟାର କରିଥିଲେ । ଲୋକଙ୍କ ବ୍ୟତୀତ ହଲିଉଡର ପ୍ରସିଦ୍ଧ ସେଲିବ୍ରିଟିମାନେ ମଧ୍ୟ ଟୁଇଟ୍ କରି ଭୂକମ୍ପକୁ ନେଇ ନିଜର ପ୍ରତି

ଭୂକମ୍ପରେ ଥରିଲା ଲସ୍ ଆଞ୍ଜେଲସ୍, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୭

ମୁମ୍ଵାଇ ୧୩।୦୯: ଗତ କିଛି ମାସ ଧରି ଲଗାତାର ଭୂକମ୍ପ ଖବର ଶୁଣିବାକୁ ମିଳୁଛି । ସାରା ବିଶ୍ୱରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତକାଲି ପୁଣି ଭୂକମ୍ପ ଅନୁଭୁତ ହୋଇଥିଲା। ଗୁରୁବାର ଅର୍ଥାତ୍‌ ୧୩ ତାରିଖ ଦିନ ଦକ୍ଷିଣ କାଲିଫର୍ନିଆର ଲସ୍ ଆଞ୍ଜେଲସ୍ ସହରରେ ଏକ ଭୂକମ୍ପ ଘଟିଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରେକର୍ଡ କରାଯାଇଥିଲା। ଆମେରିକାର ଭୂତତ୍ତ୍ଵବିତ୍‌ମାନେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାଲିବୁ ସହରଠାରୁ ୪ ମାଇଲ ଦୂରରେ ଏବଂ ପ୍ରାୟ ୭ମାଇଲ ଗଭୀରରେ ଥିଲା।

ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଅରେଞ୍ଜ କାଉଣ୍ଟିରେ ୪୫ ମାଇଲ ଦୂରରେ ଏହା ଅନୁଭୂତ ହୋଇଥିଲା। ହେଲେ ଭୂକମ୍ପ ଯୋଗୁଁ ଜୀବନହାନି ହେବାର କୌଣସି ଖବର ନାହିଁ। ହେଲେ ବଡ ବଡ ପଥର ରାସ୍ତାରେ ପଡିଥିଲା ଏବଂ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ମଧ୍ୟ ସେମାନଙ୍କର ଅନୁଭୂତି ସେୟାର କରିଥିଲେ । ଲୋକଙ୍କ ବ୍ୟତୀତ ହଲିଉଡର ପ୍ରସିଦ୍ଧ ସେଲିବ୍ରିଟିମାନେ ମଧ୍ୟ ଟୁଇଟ୍ କରି ଭୂକମ୍ପକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଭୂକମ୍ପ ବିଶେଷଜ୍ଞ କହିଛନ୍ତି ଯେ ଦକ୍ଷିଣ କାଲିଫର୍ନିଆରେ ହୋଇଥିବା ଭୂକମ୍ପ ସେମାନଙ୍କ ଘରେ ଲୋକଙ୍କ ଜିନିଷ ଥରାଇ ଦେଇଥିଲା । ଭୂବିଜ୍ଞାନୀମାନେ ପଡିଆକୁ ଯାଇ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର ସର୍ଭେ କରିଥିଲେ ମଧ୍ୟ ଭୂକମ୍ପରେ କୌଣସି ବଡ଼ କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।