ଭୂକମ୍ପରେ ପୁଣି ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୬ ରେକର୍ଡ
ନୂଆଦିଲ୍ଲୀ ୨୦।୦୬; ଭୂକମ୍ପରେ ପୁଣି ଥରିଲା ଭାରତର ପଡ଼ୋଶୀ ଦେଶରେ । ସକାଳୁ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଲୋକଙ୍କୁ ଭୟଭୀତ କରିଦେଇଥିଲା। ଶୁକ୍ରବାର ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ ଥିଲା। ଏହି ଭୂମିକମ୍ପର ଝଟକା ଯୋଗୁଁ ଲୋକମାନେ ବାହାରକୁ ପଳାଇ ଆସିଥିଲେ । ଏଥିରେ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ଖବର ମିଳିନାହିଁ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଶୁକ୍ରବାର ଆଫଗାନିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ୪.୭ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଯାହାର ଝଟକା ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ୨୦ ଜୁନ୍ ୨୦୨୫ ସକାଳ ୦୬.୨୦ ରେ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ୧୦ କିଲୋମିଟର ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ କୌଣସି ଧନ ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ନାହିଁ।ଆଫଗାନିସ୍ତାନ, ବିଶେଷକରି ହିନ୍ଦୁକୁଶ ଏବଂ ହେରାତ ପ୍ରଦେଶ, ଭୂମିକମ୍ପ ପାଇଁ ଜଣାଶୁଣା। ଜାତିସଂଘ ଅନୁଯାୟୀ, ଦେଶ ଭୂମିକମ୍ପ, ଭୂସ୍ଖଳନ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ। ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରୁଛନ୍ତି। ପାକିସ୍ତାନର କିଛି ଅଂଶ ଯେପରିକି ଖାଇବର ପଖତୁନଖ୍ୱା ଏବଂ ପଞ୍ଜାବରେ ମଧ୍ୟ ମୃଦୁ ଭୂମିକମ୍
ନୂଆଦିଲ୍ଲୀ ୨୦।୦୬; ଭୂକମ୍ପରେ ପୁଣି ଥରିଲା ଭାରତର ପଡ଼ୋଶୀ ଦେଶରେ । ସକାଳୁ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଲୋକଙ୍କୁ ଭୟଭୀତ କରିଦେଇଥିଲା। ଶୁକ୍ରବାର ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ ଥିଲା। ଏହି ଭୂମିକମ୍ପର ଝଟକା ଯୋଗୁଁ ଲୋକମାନେ ବାହାରକୁ ପଳାଇ ଆସିଥିଲେ । ଏଥିରେ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ଖବର ମିଳିନାହିଁ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଶୁକ୍ରବାର ଆଫଗାନିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ୪.୭ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଯାହାର ଝଟକା ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ୨୦ ଜୁନ୍ ୨୦୨୫ ସକାଳ ୦୬.୨୦ ରେ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ୧୦ କିଲୋମିଟର ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ କୌଣସି ଧନ ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ନାହିଁ।
ଆଫଗାନିସ୍ତାନ, ବିଶେଷକରି ହିନ୍ଦୁକୁଶ ଏବଂ ହେରାତ ପ୍ରଦେଶ, ଭୂମିକମ୍ପ ପାଇଁ ଜଣାଶୁଣା। ଜାତିସଂଘ ଅନୁଯାୟୀ, ଦେଶ ଭୂମିକମ୍ପ, ଭୂସ୍ଖଳନ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ। ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରୁଛନ୍ତି। ପାକିସ୍ତାନର କିଛି ଅଂଶ ଯେପରିକି ଖାଇବର ପଖତୁନଖ୍ୱା ଏବଂ ପଞ୍ଜାବରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ଏହି ଅଞ୍ଚଳରେ ଟେକ୍ଟୋନିକ୍ କାର୍ଯ୍ୟକଳାପ ଯୋଗୁଁ ଭବିଷ୍ୟତରେ ଭୂମିକମ୍ପ ହୋଇପାରେ।