ଭୂତକୋଠିରେ ରହିଛନ୍ତି ଜାନକୀ, ସ୍ୱାମୀ ପରଲୋକରେ, ପୁଅ ୧୧ ବର୍ଷ ହେଲା ଫେରୁନି
ଆନନ୍ଦପୁର: ଏଇ ଘରର ଅବସ୍ଥା ଦେଖି ମନେ ହେଉଛି ସତେ ଯେମିତି ଏ କୌଣସି ଭୂତ କୋଠି । ଏଠି କଣ କେହି ମଣିଷ ରହିବା ସମ୍ଭବ ? ମୁଣ୍ଡ ଉପରେ ନା ଅଛି ଛପର ନାଁ ଅଛି ପାଲ । କାନ୍ଥ ଭାଙ୍ଗକିି ଖଣ୍ଡ ଖଣ୍ଡ ହୋଇ ପଡ଼ୁଛି । ମଣିଷ କଣ କୌଣସି ଜୀବ ଜନ୍ତୁ ରହିଲେ ମଧ୍ୟ ତାଙ୍କ ଜୀବନ ପ୍ରତି ଭୟ ରହିଛି ।କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଇ […] The post ଭୂତକୋଠିରେ ରହିଛନ୍ତି ଜାନକୀ, ସ୍ୱାମୀ ପରଲୋକରେ, ପୁଅ ୧୧ ବର୍ଷ ହେଲା ଫେରୁନି appeared first on KNews Odisha.

ଆନନ୍ଦପୁର: ଏଇ ଘରର ଅବସ୍ଥା ଦେଖି ମନେ ହେଉଛି ସତେ ଯେମିତି ଏ କୌଣସି ଭୂତ କୋଠି । ଏଠି କଣ କେହି ମଣିଷ ରହିବା ସମ୍ଭବ ? ମୁଣ୍ଡ ଉପରେ ନା ଅଛି ଛପର ନାଁ ଅଛି ପାଲ । କାନ୍ଥ ଭାଙ୍ଗକିି ଖଣ୍ଡ ଖଣ୍ଡ ହୋଇ ପଡ଼ୁଛି । ମଣିଷ କଣ କୌଣସି ଜୀବ ଜନ୍ତୁ ରହିଲେ ମଧ୍ୟ ତାଙ୍କ ଜୀବନ ପ୍ରତି ଭୟ ରହିଛି ।କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଇ ଘରେ ରହୁଛନ୍ତି ଜଣେ ବିଧବା ମହିଳା । ଅଧାବାଟରେ କୋଭିଡ ମହାମାରୀ ରେ ସ୍ୱାମୀ ପର କରିଦେଇ ଆର ପାରିକୁ ଚାଲିଗଲେ ଆଉ ପୁଅ ଦଶ ବର୍ଷରୁ ଅଧିକ ହେବ ବାହାର ରାଜ୍ୟକୁ ଯାଇଛି ଦାଦନ ଖଟି ଯେ ଆଉ ଫେରିବାର ନାଁ ଧରୁନି। ଆଉ ଭଙ୍ଗା ଘରେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି ମହିଳା । ଆମେ କହୁଛୁ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳନିଆ ଗାଁର ଜାନକୀ ରଣାଙ୍କ କଥା ଯିଏ ଏବେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।
ଚାରିବର୍ଷ ହେଲା ସ୍ଵାମୀ ଚାଲିଗଲେ, ପୁଅ ବାହାରେ ରହିଛି ଯେ ୧୧ବର୍ଷ ବର୍ଷ ହେଲା ଘରକୁ ଆସୁନି, ଘର ଭାଙ୍ଗି ମାଟିରେ ମିଶିବାକୁ ବସିଛି । ବାପାର ମୃତ୍ୟୁ ଖବର ପାଇ ବି ପୁଅ ଗାଁକୁ ଆସିଲାନି । ଗାଁ ଲୋକଙ୍କ ସହଯୋଗରେ ଶବ ସତ୍କାର ସହିତ ଶୁଦ୍ଧିକ୍ରୀୟା ହେଲା। ଘରେ ଖାଇବାକୁ ଗଣ୍ଡେ ନାହିଁ । ଓଳିଏ ଖାଇଲେ ଓଳିଏ ଓ ପପାସ ରହୁଛନ୍ତି ଜାନକୀ । ସରକାରଙ୍କ ତରଫରୁ ମିଳୁଥୁବା ରେସନ ଚାଉଳ ଓ ଭତ୍ତା ହିଁ ତାଙ୍କର ସାହା ଭରସା । ପ୍ରତିଦିନ ଗାଁ ବୁଲି ଯାହା ମାଗିକରି ଆଣୁଛନ୍ତି ସେଥିରେ ତେଲ, ଲୁଣ କିଣି ରୋଷେଇ କରି ଖାଉଛନ୍ତି । ଏପରି ଅଧାଦିନ ଉପବାସରେ ମଧ୍ୟ ଦିନ କାଟୁଛନ୍ତି ବିଧବା ଜାନକୀ । ଅର୍ଥାଭାବ ଯୋଗୁଁ ସେମାନେ ରହୁଥିବା ମାଟିଘର ଛପର କରିନପାରିବାରୁ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି । ଭଙ୍ଗା ବାରଣ୍ଡାରେ ଗୋଟିଏ ମସୁରି ଟାଙ୍ଗି ଦିନ କାଟିବାକୁ ପଡୁଛି ତାଙ୍କୁ। ସବୁଠାରୁ ବଡ଼ କଥା ଏତେ କଷ୍ଟ ରେ ଥାଇ ମଧ୍ୟ ଭଙ୍ଗା ଘର ଭିତରେ ମାଢିଆରେ ନିଜ ଠାକୁରଙ୍କୁ ଢାଙ୍କି ରଖି ତାଙ୍କ ବିଶ୍ୱାସ ରେ ଜୀବନ ଜିଉଁଛନ୍ତି ।
ତେବେ ଘର ଖଣ୍ଡିଏ ପାଇବା ପାଇଁ ଜାନକୀ ବହୁତ ଅନୁରୋଧ କରିଛନ୍ତି କିନ୍ତୁ ତାଙ୍କୁ ଆଜି ଯାଏଁ ମିଳିନି । ବ୍ଲକରେ ହଜାର ହଜାର ଆବାସ ଯୋଜନା ରେ ଘର ବଣ୍ଟନ ହୋଇଥିବା ବେଳେ ଜାନକୀଙ୍କୁ ଘର ଖଣ୍ଡିଏ ଦିଆଗଲାନି । ଫଳରେ ଏବେ ତାଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡିଛି । ତହସିଲ ପକ୍ଷରୁ ଦିଆଯାଇଥିବା ପାଲ ଖଣ୍ଡିକ ଚିରିଫାଟି ନଷ୍ଟ ହୋଇଯାଇଥିବା ବେଳେ ଭଙ୍ଗା ଘର ବାରଣ୍ଡାରେ ଛତା ମାରି ଶୁଆବସା କରୁଛନ୍ତି । ଏପରିକି ଚ଼େୟାରରେ ବସି ବସି ରାତି କାଟୁଛନ୍ତି । ଘଟଣା ସମ୍ପର୍କରେ ହାଟଡିହି ବିଡ଼ିଓ ଙ୍କୁ ଅବଗତ କରାଇବା ପରେ ଯଥାଶୀଘ୍ର ତାଙ୍କୁ ଘର ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ।
The post ଭୂତକୋଠିରେ ରହିଛନ୍ତି ଜାନକୀ, ସ୍ୱାମୀ ପରଲୋକରେ, ପୁଅ ୧୧ ବର୍ଷ ହେଲା ଫେରୁନି appeared first on KNews Odisha.