ଭେଜ୍ କଷ୍ଟମରଙ୍କୁ ଜୋମାଟୋର ଉପହାର ପରେ ଭଡକିଲେ ଲୋକେ, ବଦଳିଲା ନିଷ୍ପତ୍ତି

ନୂଆଦିଲ୍ଲୀ ୨୦/୦୩: ବିରୋଧ ପରେ ବଦଳିଲା ସ୍ୱର । ଏକଥା ଆମେ କହୁୁନୁ ବରଂ ଏକଥା ସ୍ପଷ୍ଟକରିଛି ଜୋମାଟୋ । ଭେଜ୍ ଖାଉଥିବା ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ସେବା ଆରମ୍ଭ କରିଥିବା ଜୋମାଟୋ ତାର ନିଷ୍ପତ୍ତିରେ କରିଛି ପରିବର୍ତ୍ତନ । ନାଲି ନୁହେଁ ସବୁଜ ରଙ୍ଗର ପୋଷାକ ପିନ୍ଧିବେ ଖାଦ୍ୟ ବିତରକ । ନିରାମିଷ ଖାଦ୍ୟ ବିତରଣ ପାଇଁ ବିତରକମାନଙ୍କୁ ସବୁଜ ରଙ୍ଗର ପୋଷାକ ପିନ୍ଧିବାକୁ ପଡ଼ିବନି । ପୂର୍ବୋପରି ସବୁ ପ୍ରକାର ଅର୍ଡର ପାଇଁ ଡେଲିଭରି ବଏ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିବେ ବୋଲି ସିଇଓ ଦୀପିନ୍ଦର ଗୋୟଲ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଅନେକ ବିରୋଧ ପରେ ନିଷ୍ପତ୍ତି ବଦଳାଇବାକୁ ଆମେ ବାଧ୍ୟ ହେଉଛୁ । ସୂଚନା ଥାଉକି, ନିଟକରେ ଶୁଦ୍ଧ ନିରାମିଶ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ଜୋମାଟୋ ଏକ ସ୍ୱତନ୍ତ୍ର ସେବା ଆରମ୍ଭ କରିଥିଲା । ମାନେ କହିବାକୁ ଗଲେ ଭେଜ୍ ଅର୍ଡର୍ ଡେଲିଭର ପାଇଁ ବିତରକମାନେ ସବୁଜ ରଙ୍କର ପୋଷାକ ସବୁଜ ରଙ୍ଗରେ ବାକ୍ସ ରହିବ ବୋଲି ଘୋଷଣା ହୋଇଥିଲା । ମାର୍ଚ୍ଚ ୧୯ରେ କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ ଏକ୍ସ ପୋଷ୍ଟ କରି ଏହି ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଦୀପିନ୍ଦର କହିଥିଲେ, ସେ ତାଙ୍କର ଶୁଦ୍ଧ ଶାକାହାରୀ ଗ୍ରାହକଙ୍କ ପାଇଁ ଏକ ଶୁଦ୍ଧ ଭେଜ୍ ରେସ୍ତୋରାଁରୁ ଖାଦ୍ୟ ବିତରଣର ବିକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଦେଶରେ ବହୁ ସଂଖ୍ୟାରେ ଲୋକ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଉଛନ୍ତି, ଯେଉଁମାନେ ଶୁ

ଭେଜ୍ କଷ୍ଟମରଙ୍କୁ ଜୋମାଟୋର ଉପହାର ପରେ ଭଡକିଲେ ଲୋକେ, ବଦଳିଲା ନିଷ୍ପତ୍ତି

ନୂଆଦିଲ୍ଲୀ ୨୦/୦୩: ବିରୋଧ ପରେ ବଦଳିଲା ସ୍ୱର । ଏକଥା ଆମେ କହୁୁନୁ ବରଂ ଏକଥା ସ୍ପଷ୍ଟକରିଛି ଜୋମାଟୋ । ଭେଜ୍ ଖାଉଥିବା ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ସେବା ଆରମ୍ଭ କରିଥିବା ଜୋମାଟୋ ତାର ନିଷ୍ପତ୍ତିରେ କରିଛି ପରିବର୍ତ୍ତନ । ନାଲି ନୁହେଁ ସବୁଜ ରଙ୍ଗର ପୋଷାକ ପିନ୍ଧିବେ ଖାଦ୍ୟ ବିତରକ । 


ନିରାମିଷ ଖାଦ୍ୟ ବିତରଣ ପାଇଁ ବିତରକମାନଙ୍କୁ ସବୁଜ ରଙ୍ଗର ପୋଷାକ ପିନ୍ଧିବାକୁ ପଡ଼ିବନି । ପୂର୍ବୋପରି ସବୁ ପ୍ରକାର ଅର୍ଡର ପାଇଁ ଡେଲିଭରି ବଏ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିବେ ବୋଲି ସିଇଓ ଦୀପିନ୍ଦର ଗୋୟଲ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଅନେକ ବିରୋଧ ପରେ ନିଷ୍ପତ୍ତି ବଦଳାଇବାକୁ ଆମେ ବାଧ୍ୟ ହେଉଛୁ । 


ସୂଚନା ଥାଉକି, ନିଟକରେ ଶୁଦ୍ଧ ନିରାମିଶ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ଜୋମାଟୋ ଏକ ସ୍ୱତନ୍ତ୍ର ସେବା ଆରମ୍ଭ କରିଥିଲା । ମାନେ କହିବାକୁ ଗଲେ ଭେଜ୍ ଅର୍ଡର୍ ଡେଲିଭର ପାଇଁ ବିତରକମାନେ ସବୁଜ ରଙ୍କର ପୋଷାକ ସବୁଜ ରଙ୍ଗରେ ବାକ୍ସ ରହିବ ବୋଲି ଘୋଷଣା ହୋଇଥିଲା । 


ମାର୍ଚ୍ଚ ୧୯ରେ କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ ଏକ୍ସ ପୋଷ୍ଟ କରି ଏହି ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଦୀପିନ୍ଦର କହିଥିଲେ, ସେ ତାଙ୍କର ଶୁଦ୍ଧ ଶାକାହାରୀ ଗ୍ରାହକଙ୍କ ପାଇଁ ଏକ ଶୁଦ୍ଧ ଭେଜ୍ ରେସ୍ତୋରାଁରୁ ଖାଦ୍ୟ ବିତରଣର ବିକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। 


ଦେଶରେ ବହୁ ସଂଖ୍ୟାରେ ଲୋକ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଉଛନ୍ତି, ଯେଉଁମାନେ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ଦିଅନ୍ତି। ଏଥିପାଇଁ ଶାକାହାରୀ ଗ୍ରାହକଙ୍କୁ ଶୁଦ୍ଧ ନିରାମିଷ ଖାଦ୍ୟ ଯୋଗାଇବା ପାଇଁ ଜୋମାଟୋ ଗ୍ରୀନ୍ ଫ୍ଲାଇଟ୍ ଆରମ୍ଭ କରିଥିଲା। ତେବେ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଶେଷରେ ସେ ନିଷ୍ପତ୍ତି ବଦଲାଇବାକୁ ବାଧ୍ୟ ହୋଇଥିଲେ । 


you can also read..

୨୪ ଘଣ୍ଟାରେ ୧୭ ହଜାର କୋଟି ଟଙ୍କା ସ୍ୱାହା, ଧନୀ ତାଲିକାରେ ଏତେ ତଳକୁ ଖସିଲେ ଆଦାନୀ