ଭୋଟର ତାଲିକାରେ ନଥିଲା ନାଁ, କରିପାରିଲେନି ନାମାଙ୍କନ ଦାଖଲ, ଶେଷ ମୁହୂର୍ତ୍ତରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ନିଆଳି: ଭୋଟର ତାଲିକାରେ ନାଁ ନଥିବାରୁ ନାମାଙ୍କନ ଦାଖଲ କରିପାରିଲେନି ନିଆଳି ବିଧାନସଭା ଆସନ ପାଇଁ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରଞ୍ଜନ ମଲ୍ଲିକ। ବଡ଼ କଥା ହେଉଛି ଜ୍ୟୋତିରଞ୍ଜନ ଟିକେଟ ପାଇବା ପରେ ପ୍ରାୟ ଦୁଇ ମାସ ଧରି ପ୍ରଚାର କରୁଥିଲେ। ଏପରିକି ରୋଡ ସୋରେ ନାମାଙ୍କନ ପତ୍ର ଦାଖଲ ପାଇଁ ମଧ୍ୟ କଟକ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ମାତ୍ର ସେଠାରେ ତାଙ୍କର ଭୋଟର ତାଲିକାରେ ନାଁ ନଥିବାରୁ ନାମାଙ୍କନ ଭରିପାରିନଥିଲେ। ଆଉ ଏମିତିରେ ଶେଷ ମୂହୁର୍ତ୍ତରେ ତାଙ୍କ ମାଆ ଗୀତାଞ୍ଜଳୀ ମଲ୍ଲିକ କଂଗ୍ରେସ ଟିକେଟରୁ ନାମାଙ୍କନ ଭରିଛନ୍ତି। ଏହି ଘଟଣାକୁ ନେଇ ନିଆଳି କଂଗ୍ରେସ ପକ୍ଷରୁ ନିଆଳି ସାହୁ ପ୍ୟlଲେସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ୟୋତି ମଲ୍ଲିକଙ୍କ ବଦଳରେ ଗୀତାଞ୍ଜଳି ମଲ୍ଲିକଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବରେ ଉପସ୍ଥାପନ କରାଯାଇଛି । ତେବେ ଏନେଇ କଂଗ୍ରେସ ପକ୍ଷରୁ ଏହାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ତରଫରୁ କୁହାଯାଇଛି ବିରୋଧୀମାନେ ଷଡ଼ଯନ୍ତ୍ର କରି ଜ୍ୟୋତିଙ୍କ ନାମ ତାଲିକାରୁ କାଟି ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, କଂଗ୍ରେସର ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ, ରାଜ୍ୟ ସଂପାଦକ ଶଶିକାନ୍ତ ଲେଙ୍କା, ଜ୍ୟୋତିରଞ୍ଜନ ମଲ୍ଲିକ ଓ ନୂଆ ପ୍ରାର୍ଥୀ ଗୀତାଞ୍ଜଳି ମଲ୍ଲିକ ଉପସ୍ଥିତ ଥିଲେ ।
ନିଆଳି: ଭୋଟର ତାଲିକାରେ ନାଁ ନଥିବାରୁ ନାମାଙ୍କନ ଦାଖଲ କରିପାରିଲେନି ନିଆଳି ବିଧାନସଭା ଆସନ ପାଇଁ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରଞ୍ଜନ ମଲ୍ଲିକ। ବଡ଼ କଥା ହେଉଛି ଜ୍ୟୋତିରଞ୍ଜନ ଟିକେଟ ପାଇବା ପରେ ପ୍ରାୟ ଦୁଇ ମାସ ଧରି ପ୍ରଚାର କରୁଥିଲେ। ଏପରିକି ରୋଡ ସୋରେ ନାମାଙ୍କନ ପତ୍ର ଦାଖଲ ପାଇଁ ମଧ୍ୟ କଟକ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ମାତ୍ର ସେଠାରେ ତାଙ୍କର ଭୋଟର ତାଲିକାରେ ନାଁ ନଥିବାରୁ ନାମାଙ୍କନ ଭରିପାରିନଥିଲେ। ଆଉ ଏମିତିରେ ଶେଷ ମୂହୁର୍ତ୍ତରେ ତାଙ୍କ ମାଆ ଗୀତାଞ୍ଜଳୀ ମଲ୍ଲିକ କଂଗ୍ରେସ ଟିକେଟରୁ ନାମାଙ୍କନ ଭରିଛନ୍ତି।
ଏହି ଘଟଣାକୁ ନେଇ ନିଆଳି କଂଗ୍ରେସ ପକ୍ଷରୁ ନିଆଳି ସାହୁ ପ୍ୟlଲେସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ୟୋତି ମଲ୍ଲିକଙ୍କ ବଦଳରେ ଗୀତାଞ୍ଜଳି ମଲ୍ଲିକଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବରେ ଉପସ୍ଥାପନ କରାଯାଇଛି ।
ତେବେ ଏନେଇ କଂଗ୍ରେସ ପକ୍ଷରୁ ଏହାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ତରଫରୁ କୁହାଯାଇଛି ବିରୋଧୀମାନେ ଷଡ଼ଯନ୍ତ୍ର କରି ଜ୍ୟୋତିଙ୍କ ନାମ ତାଲିକାରୁ କାଟି ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, କଂଗ୍ରେସର ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ, ରାଜ୍ୟ ସଂପାଦକ ଶଶିକାନ୍ତ ଲେଙ୍କା, ଜ୍ୟୋତିରଞ୍ଜନ ମଲ୍ଲିକ ଓ ନୂଆ ପ୍ରାର୍ଥୀ ଗୀତାଞ୍ଜଳି ମଲ୍ଲିକ ଉପସ୍ଥିତ ଥିଲେ ।