ଭୋକ ମାରିଦେଉଛି ଚଢ଼ାଦର
ଭୁବନେଶ୍ୱର,୧୧।୬(ଅନୁରାଧା ମହାରଣା): ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ତେବେ ଚାଉଳ, ଡାଲି, ପରିବା ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବା ଗରିବ ଓ ମଧ୍ୟବିତ୍ତଙ୍କୁ ଚିନ୍ତାରେ ପକାଇଲାଣି। ଉଭୟ ଉଷୁନା ଓ ଅରୁଆ ଚାଉଳ ଦର ଖୁଚୁରା ବଜାରରେ ବଢ଼ିଛି। ଗତ ୭ ତାରିଖରେ କୁଇଣ୍ଟାଲ ପ୍ରତି ୨୧୦୦ଟଙ୍କାରେ ବିକ୍ରି ହେଉଥିବା ଚାଉଳ ସୋମବାର ୩୨୦୦ ଟଙ୍କାରେ ପହଞ୍ଚତ୍ଛି। ଖୁଚୁରା ବଜାରରେ ୩୧ଟଙ୍କାରେ ବିକ୍ରି ହେଉଥିବା ଚାଉଳ ୩୪ […] The post ଭୋକ ମାରିଦେଉଛି ଚଢ଼ାଦର appeared first on Dharitri Odia News.
ଭୁବନେଶ୍ୱର,୧୧।୬(ଅନୁରାଧା ମହାରଣା): ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ତେବେ ଚାଉଳ, ଡାଲି, ପରିବା ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବା ଗରିବ ଓ ମଧ୍ୟବିତ୍ତଙ୍କୁ ଚିନ୍ତାରେ ପକାଇଲାଣି। ଉଭୟ ଉଷୁନା ଓ ଅରୁଆ ଚାଉଳ ଦର ଖୁଚୁରା ବଜାରରେ ବଢ଼ିଛି। ଗତ ୭ ତାରିଖରେ କୁଇଣ୍ଟାଲ ପ୍ରତି ୨୧୦୦ଟଙ୍କାରେ ବିକ୍ରି ହେଉଥିବା ଚାଉଳ ସୋମବାର ୩୨୦୦ ଟଙ୍କାରେ ପହଞ୍ଚତ୍ଛି। ଖୁଚୁରା ବଜାରରେ ୩୧ଟଙ୍କାରେ ବିକ୍ରି ହେଉଥିବା ଚାଉଳ ୩୪ ଟଙ୍କାରେ ବିକ୍ରି ହେଉଛି। ସେହପିରି ହରଡ଼, ମୁଗ, ମସୁରି ଆଦି ଡାଲି ଦର ସପ୍ତାହକ ମଧ୍ୟରେ ୪ରୁ ୭ ଟଙ୍କା ବୃଦ୍ଧି ପାଇଛି । ଅନ୍ୟପଟେ ଗତ ସପ୍ତାହରେ ଲିଟର ପ୍ରତି ୧୨୮ ଟଙ୍କାରେ ବିକ୍ରି ହେଉଥିବା ଖାଇବା ତେଲ ଦର ୧୩୫ ଟଙ୍କା ଛୁଇଁଛି। ସେହିପରି କଞ୍ଚା ପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ଅଧିକାଂଶ କଞ୍ଚା ପରିବାର କିଲୋଗ୍ରାମ ପ୍ରତି ୫୦ଟଙ୍କାରେ ପହଞ୍ଚତ୍ଛି। କିଲୋଗ୍ରାମ ପ୍ରତି କଲରା ୬୦, ଭେଣ୍ଡି ୫୦ଟଙ୍କା, ଟମାଟୋ ୪୦, ଜହ୍ନି ୬୦ ଟଙ୍କା, ପୋଟଳ ୪୦ଟଙ୍କା, କଖାରୁ ୬୦ ଟଙ୍କା ଆଦି ଦରରେ ବିକ୍ରି ହେଉଛି। ତେବେ ଅଦା, ରସୁଣ ଓ ପିଆଜ ଦର ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ରସୁଣ ପ୍ରକାର ଅନୁସାରେ ୨୬୦ରୁ ଆରମ୍ଭ କରି ୩୦୦ ଟଙ୍କା ଦରରେ ବିକ୍ରି ହେଉଛି। ସେହିପରି ପିଆଜ ଆକାର ଅନୁସାରେ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଚଢ଼ାଦର ଏବେ ଲୋକଙ୍କ ଭୋକ ମାରିଦେଉଥିବା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।
The post ଭୋକ ମାରିଦେଉଛି ଚଢ଼ାଦର appeared first on Dharitri Odia News.