ଭୋଜି ଖାଇ ଫେରୁଥିଲେ; ହେଲେ ବିଚ୍ ରାସ୍ତାରେ...
ଦୁର୍ଘଟଣା ପରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କୋଣାର୍କ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ପରେ ବୁଝାସୁଝା କରିଥିଲା। ତା’ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଭାଇ ବାହାଘର ଭୋଜି ଖାଇ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ। ହେଲେ ମଝି ରାସ୍ତାରେ ମୃତ୍ୟୁର ଶିକାର ହେଲେ। ଚାଲିଗଲା ଦୁଇ ଜଣଙ୍କ ଜୀବନ। ଆଜି ସନ୍ଧ୍ୟା ବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋଣାର୍କ-ଭୁବନେଶ୍ୱର ମୁଖ୍ୟରାସ୍ତାରେ ଘଟିଛି।
ଆଜି ଥିଲା ଗୋପ ନାଗପୁର ଗୋଲପୁର ଗାଁର ରାକା ଭୋଇଙ୍କ ଭାଇଙ୍କ ବିବାହ ଭୋଜି ଥିଲେ। ତେଣୁ ସେ ଓ ତାଙ୍କ ସାଙ୍ଗ ଡାଙ୍ଗୁ ନିସଙ୍ଗ କୋଣାର୍କ ଭଗବତୀ ମନ୍ଦିରରେ ଆୟୋଜିତ ହୋଇଥିବା ବିବାହ ଭୋଜିରେ ଯୋଗଦେକୁ ଯାଇଥିଲେ। ଭୋଜି ସରିବା ପରେ ଉଭୟ ବାଇକ୍ରେ ଘରକୁ ଫେରୁଥିଲେ। ହେଲେ ଭୁବନେଶ୍ୱର ମୁଖ୍ୟ ରାସ୍ତାର ଦଶବାଟିଆ ସ୍କୁଲ ସମ୍ମୁଖ ସେମାନଙ୍କ ବାଇକ୍ ଚକା ସ୍ଲିପ୍ କରିଥିଲା। ଯେଉଁଥିପାଇଁ ଉଭୟ କଚାଡ଼ି ହୋଇ ପଡ଼ିଥିଲେ। ଘଟଣା ସ୍ଥଳରେ ଉପୟଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କୋଣାର୍କ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ପରେ ବୁଝାସୁଝା କରିଥିଲା। ତା’ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି