ଭୋଟର କାର୍ଡ ହଜିଯାଇଥିଲେ ବି ଦେଇପାରିବେ ଭୋଟ

କୋଲକାତା,୨।୪: ପଶ୍ଚିମବଙ୍ଗରେ ନିକଟରେ ହୋଇଯାଇଥିବା କାଳ ବୈଶାଖି ଭୋଟିଂ ଉପରେ ଯେପରି କୌଣସି ପ୍ରଭାବ ପକାଇବ ନାହିଁ ତାକୁ ନେଇ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଏହା ନିଶ୍ଚିତ କରିବ ଯେ ଜଲପାଇଗୁଡି ସହର, ମୟନାଗୁଡି ଏବଂ ଅନ୍ୟାନ୍ୟ ଘୂର୍ଣ୍ଣିବଳୟ ପ୍ରଭାବିତ ଅଞ୍ଚଳର ଭୋଟରମାନେ ସେମାନଙ୍କର ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେବେ ନାହିଁ। ରବିବାର ହୋଇଥିବା ତାଣ୍ଡବ ହେତୁ ସେମାନଙ୍କ ଭୋଟର କାର୍ଡ ଏବଂ ଅନ୍ୟାନ୍ୟ ଦଲିଲ ନଷ୍ଟ ହୋଇଯାଇଥିଲେ […] The post ଭୋଟର କାର୍ଡ ହଜିଯାଇଥିଲେ ବି ଦେଇପାରିବେ ଭୋଟ appeared first on Dharitri Odia News.

ଭୋଟର କାର୍ଡ ହଜିଯାଇଥିଲେ ବି ଦେଇପାରିବେ ଭୋଟ

କୋଲକାତା,୨।୪: ପଶ୍ଚିମବଙ୍ଗରେ ନିକଟରେ ହୋଇଯାଇଥିବା କାଳ ବୈଶାଖି ଭୋଟିଂ ଉପରେ ଯେପରି କୌଣସି ପ୍ରଭାବ ପକାଇବ ନାହିଁ ତାକୁ ନେଇ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଏହା ନିଶ୍ଚିତ କରିବ ଯେ ଜଲପାଇଗୁଡି ସହର, ମୟନାଗୁଡି ଏବଂ ଅନ୍ୟାନ୍ୟ ଘୂର୍ଣ୍ଣିବଳୟ ପ୍ରଭାବିତ ଅଞ୍ଚଳର ଭୋଟରମାନେ ସେମାନଙ୍କର ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେବେ ନାହିଁ। ରବିବାର ହୋଇଥିବା ତାଣ୍ଡବ ହେତୁ ସେମାନଙ୍କ ଭୋଟର କାର୍ଡ ଏବଂ ଅନ୍ୟାନ୍ୟ ଦଲିଲ ନଷ୍ଟ ହୋଇଯାଇଥିଲେ କିମ୍ବା ହଜିଯାଇଥିଲେ ମଧ୍ୟ ସେମାନେ ଭୋଟ ଦେଇ ପାରିବେ।

ସୂଚନାଯୋଗ୍ୟ, ରବିବାର ଜଲପାଇଗୁଡି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ହଠାତ୍‌ ଝଡ଼ ଏବଂ ପ୍ରବଳ ବର୍ଷା ହେତୁ ଅତି କମରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୦୦ରୁ ଅଧିକ ଲୋକ ବାସହରା ହୋଇଯାଇଥିଲେ। ଏହା ପରେ ଅନେକ ଲୋକ ଏହି ଅଞ୍ଚଳରେ ମତଦାନକୁ ନେଇ ଚିନ୍ତା ପ୍ରକଟ କରିଥିଲେ। କାରଣ ଝଡ ବର୍ଷା ଯୋଗୁ ଘର ଭାଙ୍ଗିଯାଇଛି। ଫଳରେ ଅନେକ ପରିବାରର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଗୋଟର କାର୍ଡ ବି ନଷ୍ଟ ହୋଇଯାଇଛି।
ଏସବୁ ମଧ୍ୟରେ ନିର୍ବାଚନ ଆୟୋଗ ମଧ୍ୟ ଏଥିରେ ସକ୍ରିୟତା ପ୍ରଦର୍ଶନ କରିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ଜଣେ ଅଧିକାରୀ କହିଛନ୍ତି ଯେ ଏହା ଏକ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିସ୍ଥିତି। ଅନେକ ଲୋକଙ୍କ ଘର ନଷ୍ଟ ହୋଇଯାଇଛି ଏବଂ ସେମାନେ ପ୍ରାୟ ସବୁକିଛି ହରାଇଛନ୍ତି। ଅନେକ ଲୋକ ଥାଇପାରନ୍ତି ଯାହାର ଭୋଟର ପରିଚୟ ପତ୍ର ଏହି ବିପର୍ଯ୍ୟୟରେ ନଷ୍ଟ ହୋଇଯାଇଥାଇପାରେ। ଆମେ ନିଶ୍ଚିତ କରିବୁ ଯେ ଏହିପରି ଲୋକମାନେ ମଧ୍ୟ ଭୋଟ ଦେଇପାରିବେ। ଏହିପରି ଲୋକଙ୍କୁ ଭୋଟର ସ୍ଲିପ ବ୍ୟବହାର କରି ଭୋଟ ଦେବାକୁ ଅନୁମତି ଦିଆଯିବ।
ସୋମବାର ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ଲୋକଙ୍କୁ ଭୋଟର ସ୍ଲିପ ସହିତ ଭୋଟ ଦେବାକୁ ଅନୁମତି ଦିଆଯିବ। ଭୋଟର ସ୍ଲିପ ଭୋଟ ଦେବାର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ରାଜନୈତିକ ଦଳ ଦ୍ୱାରା ବଣ୍ଟନ କରାଯାଇଥାଏ କିମ୍ବା ସେଗୁଡିକ ନିର୍ବାଚନ ଆୟୋଗ ୱେବସାଇଟରୁ ମଧ୍ୟ ଡାଉନଲୋଡ କରାଯାଇପାରିବ।

The post ଭୋଟର କାର୍ଡ ହଜିଯାଇଥିଲେ ବି ଦେଇପାରିବେ ଭୋଟ appeared first on Dharitri Odia News.