ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ
ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ ଜାରି ରଖିଛି । ସମଗ୍ର ଜିଲାର କୋଣ ଅନୁକୋଣରେ ସ୍କୁଲ,କଲେଜ ଛାତ୍ରୀଛାତ୍ର ସଚେତନତା ବାର୍ତ୍ତା ଦେଇ ରାଲି କରୁଥିବାବେଳେ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ସଂଗ୍ରହ ଯାନ ମାଧ୍ୟମରେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭୋଟର ସଚେତନତା ଗୀତ ଦ୍ୱାରା ଭୋଟରଙ୍କୁ ସଚେତନ କରାଯାଉଛି । ସେହିପରି ମତଦାନର ମହାନପର୍ବରେ ସାମିଲ ହେବା […] The post ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ appeared first on Dharitri Odia News.
ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ ଜାରି ରଖିଛି । ସମଗ୍ର ଜିଲାର କୋଣ ଅନୁକୋଣରେ ସ୍କୁଲ,କଲେଜ ଛାତ୍ରୀଛାତ୍ର ସଚେତନତା ବାର୍ତ୍ତା ଦେଇ ରାଲି କରୁଥିବାବେଳେ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ସଂଗ୍ରହ ଯାନ ମାଧ୍ୟମରେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭୋଟର ସଚେତନତା ଗୀତ ଦ୍ୱାରା ଭୋଟରଙ୍କୁ ସଚେତନ କରାଯାଉଛି । ସେହିପରି ମତଦାନର ମହାନପର୍ବରେ ସାମିଲ ହେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଭିଡିଓ ବାର୍ତ୍ତା ଜାରି କରାଯାଇଛି। ଉକ୍ତ ଭିଡିଓ ବାର୍ତ୍ତାରେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ମହାରାଜ ହୃଷୀକେଶ ଭୋଇ କଂସ ବେଶଭୂଷାରେ ସଜ୍ଜିତ ହୋଇ ସମ୍ବଲପୁରୀ ଭାଷାରେ ମିଳିମିଶି ହେମା ଯୋଟ୍, ସଭେ ଆସ ଦେମା ଭୋଟ୍ ବୋଲି ଆହ୍ବାନ କରିଛନ୍ତି । ସେହିପରି ପଦ୍ମଶ୍ରୀ ହଲଧର ନାଗଙ୍କ ମଧ୍ୟ ଏକ ଭିଡିଓ ବାର୍ତ୍ତା ଜାରି କରାଯାଇଛି। ସେଥିରେ ପଦ୍ମଶ୍ରୀ ନାଗ ଆସନ୍ତା ମେ’ ୨୦ରେ ସମସ୍ତେ ମତଦାନ କରି ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଆହ୍ବାନ କରିଛନ୍ତି। ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ପ୍ରଶାସନ ଦ୍ୱାରା ଆୟୋଜିତ ହେଉଥିବା ସମସ୍ତଙ୍କ ପାଖକୁ ପହଞ୍ଚାଇବା ସହିତ ଜିଲାର ସମସ୍ତ ଭୋଟର ମତଦାନର ମହାନପର୍ବରେ ସକ୍ରିୟ ଭାବେ ଅଂଶଗ୍ରହଣ ସହିତ ନିର୍ବାଚନକୁ ସଫଳ କରିବା ପାଇଁ ଆହ୍ବାନ କରିଛନ୍ତି।
The post ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ appeared first on Dharitri Odia News.