ଭୋଟର୍ ଆଇଡି ସହ ଲିଙ୍କ୍ ହେବ ଆଧାର କାର୍ଡ, ନିର୍ବାଚନ ଆୟୋଗଙ୍କ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭୋଟର ଆଇଡିକୁ ଆଧାର କାର୍ଡ ସହ ଲିଙ୍କ୍ କରାଯିବ । ମଙ୍ଗଳବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ କେନ୍ଦ୍ର ଗୃହ ସଚିବଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହା ଉପରେ ଚର୍ଚ୍ଚା ହୋଇଛି । ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସମ୍ୱିଧାନ ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅଧିନରେ ହେବ ।ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଭୋଟର ଆଇଡିକୁ ଆଧାର ସହ ଯୋଡ଼ିବ ପ୍ରକ୍ରିୟା ସମ୍ୱିଧାନର ଅନୁଚ୍ଛେଦ ୩୨୬ ଓ ଜନ ପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୨୩(୪),୨୩(୫) ଓ ୨୩ (୬) ଅଧିନରେ ହେବ । ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ରାୟ କଥା ଉଲ୍ଲେଖ କରି କହିଛନ୍ତି ଯେ ଆଧାର କାର୍ଡ କେବଳ ଏକ ପରିଚୟର ପ୍ରମାଣ, ନାଗରିତାର ନୁହେଁ । ଭାରତୀୟ ନାଗରିକ ହିଁ ମତଦାନ ସୂଚୀରେ ଯେପରି ସାମିଲ ହେବେ ତାହା ଆଧାର ଲିଙ୍କ୍ ପ୍ରକ୍ରିୟାରେ ସୁନିଶ୍ଚିତ କରାଯିବ । The Election Commission of India, led by CEC Gyanesh Kumar, along with ECs Dr Sukhbir Singh Sandhu and Dr Vivek Joshi, held a meeting with the Union Home Secretary, Secretary Legislative Department, Secretary MeitY and CEO, UIDAI and technical experts of the ECI in Nirvachan… pic.twitte

ଭୋଟର୍ ଆଇଡି ସହ ଲିଙ୍କ୍ ହେବ ଆଧାର କାର୍ଡ, ନିର୍ବାଚନ ଆୟୋଗଙ୍କ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭୋଟର ଆଇଡିକୁ ଆଧାର କାର୍ଡ ସହ ଲିଙ୍କ୍ କରାଯିବ । ମଙ୍ଗଳବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ କେନ୍ଦ୍ର ଗୃହ ସଚିବଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହା ଉପରେ ଚର୍ଚ୍ଚା ହୋଇଛି । ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସମ୍ୱିଧାନ ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅଧିନରେ ହେବ ।

ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଭୋଟର ଆଇଡିକୁ ଆଧାର ସହ ଯୋଡ଼ିବ ପ୍ରକ୍ରିୟା ସମ୍ୱିଧାନର ଅନୁଚ୍ଛେଦ ୩୨୬ ଓ ଜନ ପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୨୩(୪),୨୩(୫) ଓ ୨୩ (୬) ଅଧିନରେ ହେବ । ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ରାୟ କଥା ଉଲ୍ଲେଖ କରି କହିଛନ୍ତି ଯେ ଆଧାର କାର୍ଡ କେବଳ ଏକ ପରିଚୟର ପ୍ରମାଣ, ନାଗରିତାର ନୁହେଁ । ଭାରତୀୟ ନାଗରିକ ହିଁ ମତଦାନ ସୂଚୀରେ ଯେପରି ସାମିଲ ହେବେ ତାହା ଆଧାର ଲିଙ୍କ୍ ପ୍ରକ୍ରିୟାରେ ସୁନିଶ୍ଚିତ କରାଯିବ । 

ଦେଶରେ ନିରପେକ୍ଷ ଓ ପାରଦର୍ଶୀ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ମତଦାନ ସୂଚୀରେ ତ୍ରୁଟି ଅଭିଯୋଗର ସ୍ଥାୟୀ ଓ ବୈଜ୍ଞାନିକ ସମାଧାନ ବାହାର କରିବା ଦିଗରେ ବଢୁଛନ୍ତି । ୟୁଆଇଡିଏଆଇ ଓ ଇସିଆଇର ବୈଷୟିକ ଟିମଙ୍କ ଖୁବଶୀଘ୍ର ଏହା ଉପରେ ଆଲୋଚନା ଆରମ୍ଭ କରିପାରନ୍ତି । ଏହି ପୂରା ପ୍ରକ୍ରିୟାକୁ ସାଇବର ସୁରକ୍ଷା ଓ ଗୋପନୀୟତାକୁ ଧ୍ୟାନରେ ରଖି କରାଯିବ ।