ଭୋଟିଂ ବେଳେ ଟଳିପଡିଲେ ବିଜେପିର ପୋଲିଂ ଏଜେଣ୍ଟ, ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ ୨୫/୫: ମତଦାନ ବେଳେ ଟଳି ପଡିଲେ ପୋଲିଂ ଏଜେଣ୍ଟ । ଅଂଶୁଘାତ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବାହାଲୁଣ୍ଡା ଗ୍ରାମ ୧୩୬ ନମ୍ବର ବୁଥ୍‌ରେ ଭୋଟିଂ ଚାଲିଥିବାବେଳେ ଅଘଟଣ ଘଟିଛି । ମୃତ ପୋଲିଂ ଏଜେଣ୍ଟ ହେଉଛନ୍ତି ୬୪ ବର୍ଷୀୟ ଶୁକଦେବ ପଟ୍ଟନାୟକ । ସେ ବିଜେପି ଦଳରେ କାମ କରୁଥିଲେ । ଶନିବାର ମତଦାନ ଚାଲିଥିବାବେଳେ ଶୁକଦେବ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ପ୍ରଥମେ ରାସୋଳ  ଓ ପରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । You Can Read:ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ବି ବିପୁଳ ଭୋଟରେ ଜିତିବ ବିଜେଡି

ଭୋଟିଂ ବେଳେ ଟଳିପଡିଲେ ବିଜେପିର ପୋଲିଂ ଏଜେଣ୍ଟ, ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ ୨୫/୫: ମତଦାନ ବେଳେ ଟଳି ପଡିଲେ ପୋଲିଂ ଏଜେଣ୍ଟ । ଅଂଶୁଘାତ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବାହାଲୁଣ୍ଡା ଗ୍ରାମ ୧୩୬ ନମ୍ବର ବୁଥ୍‌ରେ ଭୋଟିଂ ଚାଲିଥିବାବେଳେ ଅଘଟଣ ଘଟିଛି । ମୃତ ପୋଲିଂ ଏଜେଣ୍ଟ ହେଉଛନ୍ତି ୬୪ ବର୍ଷୀୟ ଶୁକଦେବ ପଟ୍ଟନାୟକ । ସେ ବିଜେପି ଦଳରେ କାମ କରୁଥିଲେ । ଶନିବାର ମତଦାନ ଚାଲିଥିବାବେଳେ ଶୁକଦେବ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ପ୍ରଥମେ ରାସୋଳ  ଓ ପରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । 

You Can Read:

ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ବି ବିପୁଳ ଭୋଟରେ ଜିତିବ ବିଜେଡି