ଭୋଟ୍ ଗଣତି କେନ୍ଦ୍ରରେ ଚାଲିଗଲା ଜଣଙ୍କ ଜୀବନ
ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପରିସରରେ ଭୋଟ୍ ଗଣତି ସମୟରେ ଗଣତି କେନ୍ଦ୍ରର ପ୍ରସାରଣ ଦେଖିବା ପାଇଁ କେନ୍ଦ୍ର ପରିସରରେ ଲାଗିଥିବା ପରଦା ନିକଟରେ ଗଣତି ଦେଖୁଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଲେଖା ହେବା ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ମୃତ ବ୍ୟକ୍ତି ଜଣକ ନିର୍ବାଚନ ଫଳାଫଳ ଦେଖିବାକୁ ଆସିଥିଲେ। ହଠାତ୍ ବର୍ଷା ପବନ ସହ ଘଡ଼ଘଡ଼ି ମାରିବାରୁ ସେ ଗଛ ତଳେ […] The post ଭୋଟ୍ ଗଣତି କେନ୍ଦ୍ରରେ ଚାଲିଗଲା ଜଣଙ୍କ ଜୀବନ appeared first on Dharitri Odia News.
ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପରିସରରେ ଭୋଟ୍ ଗଣତି ସମୟରେ ଗଣତି କେନ୍ଦ୍ରର ପ୍ରସାରଣ ଦେଖିବା ପାଇଁ କେନ୍ଦ୍ର ପରିସରରେ ଲାଗିଥିବା ପରଦା ନିକଟରେ ଗଣତି ଦେଖୁଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଲେଖା ହେବା ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ମୃତ ବ୍ୟକ୍ତି ଜଣକ ନିର୍ବାଚନ ଫଳାଫଳ ଦେଖିବାକୁ ଆସିଥିଲେ। ହଠାତ୍ ବର୍ଷା ପବନ ସହ ଘଡ଼ଘଡ଼ି ମାରିବାରୁ ସେ ଗଛ ତଳେ ଆଶ୍ରୟ ନେଇଥିଲେ। ସେଠାରେ ବଜ୍ରପାତ ଘଟିବାରୁ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା।
The post ଭୋଟ୍ ଗଣତି କେନ୍ଦ୍ରରେ ଚାଲିଗଲା ଜଣଙ୍କ ଜୀବନ appeared first on Dharitri Odia News.