ଭୋଟ୍ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ…
କଟକ,୨୪ା୫ (କାର୍ତ୍ତିକ ସାହୁ): ରାତି ପାହିଲେ ଭୋଟଦାନ। ମାତ୍ର ତା’ ପୂର୍ବରୁ ଏସ୍ଏଚ୍ଜି ମହିଳାଙ୍କୁ ୫୦୦ ଟଙ୍କିଆ ନୋଟ୍ ଦେଇ ଭୋଟ ଦେବା ନିମନ୍ତେ ପ୍ରଲୋଭିତ କରାଯାଉଛି। କଟକ ସହରରେ ସଂଘଟିତ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଗୋଟିଏ ଏସ୍ଏଚ୍ଜିର ସଦସ୍ୟାମାନେ ଏକତ୍ରିତ ହୋଇ ବୈଠକ କରିଥିବା ଦେଖାଯାଉଛି। ଏସ୍ଏଚ୍ଜିର ଜଣେ ସଦସ୍ୟା ସମ୍ଭବତଃ ମୁଖିଆ ହୋଇପାରନ୍ତି ଜଣ ଜଣ କରି ୫୦୦ ଟଙ୍କିଆ ନୋଟ ବାଣ୍ଟୁଛନ୍ତି। ଟଙ୍କା ବାଣ୍ଟି […] The post ଭୋଟ୍ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ… appeared first on Dharitri Odia News.
କଟକ,୨୪ା୫ (କାର୍ତ୍ତିକ ସାହୁ): ରାତି ପାହିଲେ ଭୋଟଦାନ। ମାତ୍ର ତା’ ପୂର୍ବରୁ ଏସ୍ଏଚ୍ଜି ମହିଳାଙ୍କୁ ୫୦୦ ଟଙ୍କିଆ ନୋଟ୍ ଦେଇ ଭୋଟ ଦେବା ନିମନ୍ତେ ପ୍ରଲୋଭିତ କରାଯାଉଛି। କଟକ ସହରରେ ସଂଘଟିତ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଗୋଟିଏ ଏସ୍ଏଚ୍ଜିର ସଦସ୍ୟାମାନେ ଏକତ୍ରିତ ହୋଇ ବୈଠକ କରିଥିବା ଦେଖାଯାଉଛି। ଏସ୍ଏଚ୍ଜିର ଜଣେ ସଦସ୍ୟା ସମ୍ଭବତଃ ମୁଖିଆ ହୋଇପାରନ୍ତି ଜଣ ଜଣ କରି ୫୦୦ ଟଙ୍କିଆ ନୋଟ ବାଣ୍ଟୁଛନ୍ତି। ଟଙ୍କା ବାଣ୍ଟି ସାରିବା ପରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିର ବିଧାୟକ ଓ ଏମ୍ସି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କହୁଛନ୍ତି। ବିଜେଡି ତଥା ନବୀନ ଆମ ପାଇଁ ଅନେକ କିଛି କରିଛନ୍ତି। ତେଣୁ ପ୍ରତ୍ୟେକଙ୍କ ପରିବାରର ସମସ୍ତ ଲୋକେ ବିଜେଡିକୁ ଭୋଟ ଦେବା ନିମନ୍ତେ କୁହାଯାଉଛି। ଅପରପକ୍ଷରେ ଏହି ଘଟଣାଟି ବିଡ଼ାନାସୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ବିଡ଼ାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁ ଏଭଳି ଘଟଣା ସଂକ୍ରାନ୍ତରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କଟକ ମହାନଗର ନିଗମ ୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଇମାମନଗରବସ୍ତିରେ ଭୋଟ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଅଞ୍ଚଳର ଅଙ୍ଗନବାଡ଼ି ଦିଦି ଟଙ୍କା ବାଣ୍ଟୁଥିବା କେତେକ ଲୋକେ ଅଭିଯୋଗ କରିଥିଲେ। ଖବର ପାଇବା ପରେ ପୋଲିସ ଉକ୍ତ ବସ୍ତିରେ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପୋଲିସ ୪ ଜଣ ମହିଳାଙ୍କୁ ଥାନାରେ ଏନେଇ ପଚରାଉଚୁରା କରି ପରେ ଛାଡ଼ି ଦେଇଥିବା ମର୍କତନଗର ଥାନା ଆଇଆଇସି କମଳାକାନ୍ତ ଦାସ କହିଥିଲେ।
The post ଭୋଟ୍ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ… appeared first on Dharitri Odia News.