ଭୋଡାଫୋନ୍ ଆଇଡିଆକୁ ଝଟକା, ଉତ୍ତମ ପ୍ରଦର୍ଶନ କରିବାକୁ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ : ନିକଟରେ ଟେଲିକମ୍ କ୍ଷେତ୍ରର କମ୍ପାନୀ ଭୋଡାଫୋନ୍ ଆଇଡିଆରେ ସରକାର ନିଜ ଭାଗିଦାରୀ ବଢାଇଥିଲେ ଯାହା ପରେ ଏହା ୪୯ ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଇଥିଲା । ଏବେ ସରକାରଙ୍କ ତରଫରୁ କଡା ନିର୍ଦ୍ଦେଶ ଆସିଯାଇଛି । ସଞ୍ଚାରମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିଆ କହିଛନ୍ତି କି ସରକାର ଭୋଡାଫୋନ୍ ଆଇଡିଆରେ ନିଜ ଭାଗିଦାରୀ ବଢାଇବା ନେଇ କୌଣସି ଯୋଜନା ନାହିଁ । ତେବେ ଭୋଡାଫୋନ୍ ଆଇଡିଆକୁ କଡା ନିର୍ଦ୍ଦେଶ ଦେଇ କହିଛନ୍ତି କି ଏବେ କମ୍ପାନୀକୁ ଭଲ ପ୍ରଦର୍ଶନ […]

ଭୋଡାଫୋନ୍ ଆଇଡିଆକୁ ଝଟକା, ଉତ୍ତମ ପ୍ରଦର୍ଶନ କରିବାକୁ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ : ନିକଟରେ ଟେଲିକମ୍ କ୍ଷେତ୍ରର କମ୍ପାନୀ ଭୋଡାଫୋନ୍ ଆଇଡିଆରେ ସରକାର ନିଜ ଭାଗିଦାରୀ ବଢାଇଥିଲେ ଯାହା ପରେ ଏହା ୪୯ ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଇଥିଲା । ଏବେ ସରକାରଙ୍କ ତରଫରୁ କଡା ନିର୍ଦ୍ଦେଶ ଆସିଯାଇଛି । ସଞ୍ଚାରମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିଆ କହିଛନ୍ତି କି ସରକାର ଭୋଡାଫୋନ୍ ଆଇଡିଆରେ ନିଜ ଭାଗିଦାରୀ ବଢାଇବା ନେଇ କୌଣସି ଯୋଜନା ନାହିଁ । ତେବେ ଭୋଡାଫୋନ୍ ଆଇଡିଆକୁ କଡା ନିର୍ଦ୍ଦେଶ ଦେଇ କହିଛନ୍ତି କି ଏବେ କମ୍ପାନୀକୁ ଭଲ ପ୍ରଦର୍ଶନ କରିବାକୁ ହେବ ।

ନିକଟରେ ସ୍ପେକ୍ଟ୍ରମ ନିଲାମୀର ବକେୟା ୩୬,୯୫୦ କୋଟି ଟଙ୍କାକୁ ଇକ୍ବିଟିରେ ପରିବର୍ତ୍ତିତ କରିବା ପରେ ସରକାରଙ୍କ ପାଖରେ ଏବେ ଭୋଡାଫୋନ୍ ଆଇଡିଆ ଲିମିଟେଡରେ ୪୮.୯୯ ପ୍ରତିଶତ ସେୟାର ରହିଛି । ଏହା ପୂର୍ବରୁ ସରକାରଙ୍କ ଭାଗିଦାରୀ ପ୍ରାୟ ୨୨.୬ ପ୍ରତିଶତ ଥିଲା ।  ଏବେ ସରକାରଙ୍କ ପାଖରେ କମ୍ପାନୀର ୪୯ ପ୍ରତିଶତ ଭାଗିଦାରୀ ଅଛି ଏବଂ ଏହା ହିଁ କାଏମ ରହିବ । ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ ନିଜ ହାତକୁ ନେବାର କୌଣସି ଯୋଜନା ନାହିଁ । କିନ୍ତୁ ସିନ୍ଧିଆ କହିଛନ୍ତି କି ଏବେ ଭୋଡାଫୋନ୍ ଆଇଡିଆକୁ ଉତ୍ତମ ପ୍ରଦର୍ଶନ କରିବାକୁ ପଡିବ ।